ବିଦେଶ ମାଟିରେ ଘରର ଗୁମର: ବିବାଦରେ ରାହୁଲ ଗାନ୍ଧି

ବିଦେଶ ମାଟିରେ ଘର ଗୁମର ଖୋଲି ବିବାଦରେ କଂଗ୍ରେସ ନେତା ରାହୁଲ ଗାନ୍ଧି । ଯାହାକୁ ନେଇ ଦେଶ ଭିତରେ ପ୍ରବଳ ପ୍ରତିକ୍ରିୟା ଦେଖିବାକୁ ମିଳିଛି ।

ବିଦେଶ ମାଟିରେ ଘରର ଗୁମର: ବିବାଦରେ ରାହୁଲ ଗାନ୍ଧି

ବିଦେଶ ମାଟିରେ ଘରର ଗୁମର: ବିବାଦରେ ରାହୁଲ ଗାନ୍ଧି

  • News18 Odia
  • Last Updated :
  • New Delhi, India
  • Share this:
News 18 Odia Digital

ନୂଆଦିଲ୍ଲୀ: ବିଦେଶ ମାଟିରେ ଘର ଗୁମର ଖୋଲି ବିବାଦରେ କଂଗ୍ରେସ ନେତା ରାହୁଲ ଗାନ୍ଧି (rahul gandhi) । ଭାରତର ଗଣତନ୍ତ୍ର ବିପଦରେ... କାହିଁକି ଆମେରିକା (America) ଏବଂ ୟୁରୋପୀୟ ଦେଶ ଚୁପ୍ ବୋଲି ବ୍ରିଟେନରେ କହିଛନ୍ତି ରାହୁଲ । ଯାହାକୁ ନେଇ ଦେଶ ଭିତରେ ପ୍ରବଳ ପ୍ରତିକ୍ରିୟା (reaction) ଦେଖିବାକୁ ମିଳିଛି । ବିଜେପି ରାହୁଲଙ୍କ ଉପରେ ବର୍ଷିଥିବା ବେଳେ ସିଧା ମଲ୍ଲିକାର୍ଜୁନ ଖଡ଼ଗେ ଏବଂ ସୋନିଆ ଗାନ୍ଧିଙ୍କୁ (sonia gandhi) କରିଛି ଟାର୍ଗେଟ୍ । ସେପଟେ ବିବାଦୀୟ ମନ୍ତବ୍ୟ ପାଇଁ ସୋସିଆଲ୍ ମିଡିଆରେ ଭୟଙ୍କର ଟ୍ରୋଲ୍ ହେଉଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧି ।

ସତରେ କ'ଣ ଭାରତରେ ଗଣତନ୍ତ୍ର ଉପରେ ହେଉଛି ଆକ୍ରମଣ ! କାହିଁକି ବିଦେଶ ମାଟିରେ ଘର ଗୁମର ଖୋଲିଲେ ରାହୁଲ ଗାନ୍ଧି ? ଭାରତ ଆଭ୍ୟନ୍ତରୀଣ ପ୍ରସଙ୍ଗରେ ଆମେରିକା ଏବଂ ୟୁରୋପୀୟ ଦେଶଙ୍କ ହସ୍ତକ୍ଷେପ କାହିଁକି ଲୋଡ଼ିଲେ ରାହୁଲ ଗାନ୍ଧି ? ରାହୁଲ ଠିକ୍ କରିଛନ୍ତି ନା ଭୁଲ୍ ? ଠିକ୍ କିମ୍ବା ଭୁଲ୍ ଆମେ କହିବା ଠିକ ହୋଇନପାରେ ସତ... କିନ୍ତୁ ଏଭଳି ବିବାଦୀୟ ମନ୍ତବ୍ୟ ପାଇଁ ପ୍ରବଳ ଟ୍ରୋଲ୍ ହେଲେଣି କଂଗ୍ରେସ ନେତା । ଆଉ ଟ୍ରୋଲ ହେବା ପରେ ବୟାନ କିଛିଟା ବଦଳାଇଛନ୍ତି । ସମସ୍ୟା ଆମର ଓ ଆମେ ହିଁ ସମାଧାନ କରିବୁ ବୋଲି କହିଛନ୍ତି ।

ରାହୁଲଙ୍କ ଏଭଳି ମନ୍ତବ୍ୟରେ ବିଜେପି ଖପ୍ପା । ବିଦେଶ ମାଟିରେ ରାହୁଲ ଭାରତର ସମ୍ମାନହାନୀ କରିଛନ୍ତି । ଭାରତ, ତାର ଆଭ୍ୟନ୍ତରୀଣ ମାମଲାରେ କେବେ ବି କାହାର ହସ୍ତକ୍ଷେପକୁ ବରଦାସ୍ତ କରିବ ନାହିଁ ବୋଲି ସଫା ସଫା ଶୁଣାଇ ଦେଇଛନ୍ତି ବିଜେପି ନେତା ରବିଶଙ୍କର ପ୍ରସାଦ । ରାହୁଲଙ୍କ ଏଭଳି ବିବାଦୀୟ ମନ୍ତବ୍ୟ ଉପରେ ସିଧା କଂଗ୍ରେସ ନେତୃତ୍ବଙ୍କୁ ଟାର୍ଗେଟ୍ କରିଛନ୍ତି ରବିଶଙ୍କର ପ୍ରସାଦ । କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖ଼ଡଗେ ଏବଂ ସୋନିଆ ଗାନ୍ଧି ସ୍ପଷ୍ଟୀକରଣ ରଖିବାକୁ ଦାବି କରିଛି ବିଜେପି ।

ରାହୁଲଙ୍କ କହିବା କଥା, କେବଳ ଭାରତର ଗଣତନ୍ତ୍ର ବିପଦରେ ନାହିଁ । ଏହାର ପ୍ରତିଟି ଅନୁଷ୍ଠାନ ବିପଦରେ ଓ ଚାପରେ... । ବିଜେପି କ୍ଷମତାରେ ଅଛି ସତ, କିନ୍ତୁ ଆରଏସଏସ ହିଁ ତାର ଗୋଟେ ପରେ ଗୋଟେ ଏଜେଣ୍ଡା ହାସଲ କରୁଥିବା କହିଛନ୍ତି ରାହୁଲ ଗାନ୍ଧି । ବିମୁଦ୍ରୀକରଣ ଏବଂ ଭାରତ ଚୀନ-ସୀମା ବିବାଦ ନେଇ ମଧ୍ୟ ନରେନ୍ଦ୍ର ମୋଦି ସରକାରକୁ ବିଦେଶ ମାଟିରୁ ଟାର୍ଗେଟ୍ କରିବାକୁ ଭୁଲି ନାହାନ୍ତି ରାହୁଲ ଗାନ୍ଧି ।

ଏହି ଖବର ପଢ଼ନ୍ତୁ- http://ହୋଲିର ରଙ୍ଗରେ ରଙ୍ଗୀନ୍ ହେଉଛି ଗାଁଠୁ ସହର: ଟ୍ୱୁଇନ୍ ସିଟିରେ ପୋଲିସର କଡା ନଜର

ବିଦେଶ ମାଟିରେ ଦେଶର ଆଭ୍ୟନ୍ତରୀଣ ପ୍ରସଙ୍ଗ ଖୁଲ୍ଲାସା କରିବା ଏବଂ ସେସବୁର ସମାଧାନ ପାଇଁ ବିଦେଶୀଙ୍କ ହସ୍ତକ୍ଷେପ ଲୋଡ଼ିବା ରାହୁଲଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି । ବିଜେପି ସରକାରର ନେତା ଓ ମନ୍ତ୍ରୀ ରାହୁଲଙ୍କ ଏଭଳି ମନ୍ତବ୍ୟ ଉପରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିବା ବେଳେ ସାଧାରଣ ଲୋକେ ବି କିଛି କମ୍ ଟ୍ରୋଲ୍ କରି ନାହାନ୍ତି ।
Published by:Soubhagya Mishra
First published: