ଫ୍ଳାଇଙ୍ଗ କିସ କଲେ ରାହୁଲ ଗାନ୍ଧି
- News18 Odia
- Last Updated :
- Other, India
News18 Odia Digital
କଂଗ୍ରେସ ନେତା ରାହୁଲ ଗାନ୍ଧି ଭାରତ ଯୋଡ ଯାତ୍ରା ହେତୁ ଆଜିକାଲି ଅନେକ ଚର୍ଚ୍ଚାରେ ଛନ୍ତି। ମଙ୍ଗଳବାର ସକାଳେ ରାହୁଲ ଏକ ଆକର୍ଷଣୀୟ ଢ଼ଙ୍ଗରେ ତାଙ୍କର ଯାତ୍ରା ଆରମ୍ଭ କରିଥିଲେ। ବାସ୍ତବରେ ଏହି ପଦଯାତ୍ରାର ଝଲକ ପାଇବା ପାଇଁ ଅନେକ ଲୋକ ବିଜେପିର ଝାଲାୱାର କାର୍ଯ୍ୟାଳୟ ଛାତ ଉପରେ ଏକାଠି ହୋଇଥିଲେ, ଯାହାଙ୍କୁ ରାହୁଲ ଗାନ୍ଧି ଫ୍ଲାଇଙ୍ଗ କିସ ଦେଇଥିଲେ। ଏହାର ଗୋଟିଏ ଦିନ ପୂର୍ବରୁ ବିଜେପି ତଥା ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଗଠନକୁ ଟାର୍ଗେଟ କରୁଥିବାବେଳେ ସେମାନେ କାହିଁକି 'ଜୟ ସିଆରାମ' ଓ 'ହେ ରାମ' ସ୍ଲୋଗାନ ଦେଉ ନାହାଁନ୍ତି ବୋଲି ପଚାରିଥିଲେ। ସୋମବାର ରାତିରେ ରାହୁଲ ଗାନ୍ଧି ରହୁଥିବା ସାନ୍ତଲରୁ ଏହି ଯାତ୍ରା ଆରମ୍ଭ ହୋଇଥିଲା। ଏହି ପଦଯାତ୍ରା ସକାଳେ ଝାଲାୱାର ସହର ଅତିକ୍ରମ କରିଥିଲା ।
ରାହୁଲ ଗାନ୍ଧିଙ୍କ ସହ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍, ରାଜ୍ୟ କଂଗ୍ରେସ କମିଟି ମୁଖ୍ୟ ଗୋବିନ୍ଦ ସିଂ ଦୋତାସରା, ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ୍, ଅନେକ ମନ୍ତ୍ରୀ ଓ ବିଧାୟକ ମଧ୍ୟ ଉପସ୍ଥିତ ଅଛନ୍ତି। ପ୍ରାୟ ୧୨ କିଲୋମିଟର ଯାତ୍ରା କରିବା ପରେ ଏହି ଯାତ୍ରା ସକାଳ ପ୍ରାୟ ୧୦ ଟାରେ ଦେବ୍ରିଘାଟରେ ପହଞ୍ଚି ଥିଲା।।ମଧ୍ୟାହ୍ନ ଭୋଜନ ପରେ ଏହା ପୁଣି ସୁକେଟରୁ ରାତି ୩.୩୦ ରେ ଆରମ୍ଭ ହେବ। ମରୁ କାଲାନ୍ କ୍ରୀଡା ପଡ଼ିଆରେ ରାତିର ବିଶ୍ରାମ ଯୋଜନା କରାଯାଇଛି। ଅଜୟ ମାକେନଙ୍କ ଇସ୍ତଫା ପରେ ଦଳର ହାଇକମାଣ୍ଡ ପଞ୍ଜାବ କଂଗ୍ରେସର ବରିଷ୍ଠ ନେତା ସୁଖଜିନ୍ଦର ସିଂ ରନ୍ଧାୱାଙ୍କୁ ରାଜ୍ୟ ଦାୟିତ୍ୱରେ ନିଯୁକ୍ତ କରିଛନ୍ତି।
Published by:Soumya Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।