LIVE NOW

Rahul Gandhi Arrested: ହାଥରସକୁ ପଦଯାତ୍ରା ବେଳେ ରାହୁଳ ତଳେ ପଡ଼ିଗଲେ, କହିଲେ ପୋଲିସ ଠେଲି ଦେଲା

ରାହୁଳ ଗାନ୍ଧୀ ପଚାରିଛନ୍ତି, ‘‘କେବଳ ମୋଦୀଜୀ, RSS ଓ BJP ଲୋକଙ୍କର ଏହି ଦେଶରେ ଚାଲିବାର ଅଧିକାର ଅଛି ନା କଣ? ଆମ ଭଳି ସାଧାରଣ ଲୋକେ ପାଦରେ ଚାଲି ଯାଇପାରିବେ ନାହିଁ?’’ ତାଙ୍କ ସହ ଭଉଣୀ ପ୍ରିୟଙ୍କା ବି ଥିଲେ ।

odia.news18.com | January 1, 1970, 5:30 AM IST
facebookTwitterLinkedin
Last Updated January 1, 1970
auto-refresh

Highlights

News18 Odia Digital

ନୋଏଡ଼ା: ଉତ୍ତର ପ୍ରଦେଶର ହାଥରସରେ ଘଟିଥିବା ଜଘନ୍ୟ ଗଣଦୁଷ୍କର୍ମ ଓ ହତ୍ୟା ମାମଲାକୁ (Hathras Gangrape) ନେଇ କଂଗ୍ରେସର (Congress) ଆକ୍ରୋଶ ସଡ଼କ ଉପରେ ଦେଖାଦେଇଛି । ଏହି କ୍ରମରେ ରାହୁଳ ଗାନ୍ଧୀ (Rahul Gandhi) ଓ ପ୍ରିୟଙ୍କା ଗାନ୍ଧୀ (Priyanka Gandhi) ପୀଡିତାଙ୍କ ପରିବାରକୁ ଭେଟିବା ପାଇଁ ଆଜି ହାଥରସ ଅଭିମୁଖେ ଯାତ୍ରା କରିଛନ୍ତି । ଯମୁନା ଏକ୍ସପ୍ରେସୱେରେ ପୋଲିସ ସେମାନଙ୍କୁ ଅଟକାଇଲା ବେଳେ ଦୁହେଁ ନିଜ ଗାଡ଼ିରୁ ଓହ୍ଲାଇ ଆସି ହାଥରସ ଅଭିମୁଖେ ପଦ ଯାତ୍ରା ଆରମ୍ଭ କରିଥିଲେ । ଏତିକି ବେଳେ ଏକ ଧକ୍କାମୁକ୍କି ସମୟରେ ରାହୁଳ ଗାନ୍ଧୀ ତଳେ ପଡ଼ିଯାଇଥିବା ଦେଖିବାକୁ ମିଳିଥିଲା । ତାଙ୍କ ସୁରକ୍ଷା କାର୍ଯ୍ୟରେ ନିୟୋଜିତ ଯବାନମାନେ ତାଙ୍କୁ ଉଠାଇଥିଲେ । ରାହୁଳ ଅଭିଯୋଗ କରିଛନ୍ତି ଯେ ପୋଲିସ ତାଙ୍କୁ ଠେଲି ଦେଇଥିଲା ଓ ଲାଠିରେ ପିଟିଥିଲା ।
Read More
Load More



‘‘ଏବେ ଏବେ ପୋଲିସ ମୋତେ ଠେଲି ଦେଲା, ଲାଠିରେ ବାଡେଇଲା ଓ ମୋତେ ଭୂଇଁରେ ଫିଙ୍ଗିଦେଲା,’’ ଗଣମାଧ୍ୟମ ସହ କଥାବାର୍ତ୍ତାରେ ରାହୁଳ କହିଛନ୍ତି ।

ରାହୁଳ ଗାନ୍ଧୀ ତଳେ ପଡ଼ିଯାଇଛନ୍ତି ।


‘‘ମୁଁ ପଚାରିବାକୁ ଚାହେଁ କେବଳ ମୋଦୀଜୀ, RSS ଓ BJPର ଲୋକଙ୍କର ଏହି ଦେଶରେ ଚାଲିବାର ଅଧିକାର ଅଛି ନା କଣ? ଆମ ଭଳି ସାଧାରଣ ଲୋକେ ପାଦରେ ଚାଲି ଯାଇପାରିବେ ନାହିଁ? ଆମର ଗାଡ଼ି ସବୁକୁ ରୋକାଗଲା, ତେଣୁ ଆମେ ପାଦରେ ଚାଲି ଚାଲି ଯାଉଛୁ,’’ ସେ କହିଛନ୍ତି ।

ଅନ୍ୟ ପକ୍ଷରେ ବିଜେପି ଏହି ଘଟଣାକୁ ଏକ ରାଜନୈତିକ ଡ୍ରାମା ବୋଲି କହିଛି । ‘‘ଉଭୟ ଭାଇଭଉଣୀ (ରାହୁଳ ଓ ପ୍ରିୟଙ୍କା) ରାଜନୈତିକ ରୁଟି ସେକିବା ପାଇଁ ରାସ୍ତା ଉପରେ ଡ୍ରାମା କରୁଛନ୍ତି । ହାଥରାସରେ ଧାରା ୧୪୪ ଲାଗୁ ହୋଇଛି ବୋଲି ସେମାନଙ୍କୁ ସୂଚନା ଦେବା ପରେ ବି ସେମାନେ କାହିଁକି ଆଇନର ପାଳନ କରୁନାହାଁନ୍ତି? ସେମାନଙ୍କର କାରଗୁଡ଼ିକୁ ଅଟକେଇବା ପରେ ବି ସେମାନେ ପାଦରେ ଚାଲି କ’ଣ ଦେଖାଇବାକୁ ଚାହୁଁଛନ୍ତି?’’ ପଚାରିଛନ୍ତି ବିଜେପି ମୁଖପାତ୍ର ଚନ୍ଦ୍ରମୋହନ ।

ଏହା ବି ପଢ଼ନ୍ତୁ | ‘‘ଏତେ ଢିଲା ଜିନ୍ସ ପିନ୍ଧିଛ? କିଛି ଖାଉନାହଁ କି?’’ ଏ କଥା ଶୁଣି ସୋନାରିକା ଦେଲେ ଟାଇଟ୍ ଉତ୍ତର

ଏହା ବି ପଢ଼ନ୍ତୁ | Hathras Case: ପୀଡ଼ିତାଙ୍କ ପରିବାରକୁ ୨୫ ଲକ୍ଷର ସହାୟତା; ଜଣେ ସଦସ୍ୟ ଚାକିରି ଓ ସହରର ଘର ଦେବାକୁ ଘୋଷଣା

ହାଥରସ ଗଣଦୁଷ୍କର୍ମ ପୀଡ଼ିତାଙ୍କ ପରିବାର ସହ କଥା ହୋଇଛନ୍ତି ମୁଖ୍ୟ ମନ୍ତ୍ରୀ ଯୋଗୀ ଆଦିତ୍ୟନାଥ (Yogi Adityanath)। ଭିଡିଓ କଲ ମାଧ୍ୟମରେ କଥା ହେବା ପରେ ଅଭିଯୁକ୍ତଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପୀଡିତାଙ୍କ ବାପା ମୁଖ୍ୟ ମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି । ମୁଖ୍ୟ ମନ୍ତ୍ରୀ ପୀଡ଼ିତାଙ୍କ ବାପାଙ୍କୁ ଆଶ୍ୱାସନା ଦେଇ ଅଭିଯୁକ୍ତଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ୨୫ଲକ୍ଷ ଟଙ୍କା ଅନୁଦାନ ଘୋଷଣା କରିଛନ୍ତି ।



ପୀଡ଼ିତାଙ୍କ ପରିବାରର ଜଣେ ସଦସ୍ୟଙ୍କୁ ଚାକିରି ଦିଆଯିବ ସହ ୨୫ଲକ୍ଷ ଟଙ୍କା ଅନୁଦାନ ଦିଆଯିବ ଏବଂ ପରିବାରକୁ ରହିବା ପାଇଁ ଘର ଯୋଗାଇ ଦିଆଯିବ ବୋଲି ଘୋଷଣା କରିଛନ୍ତି ମୁଖ୍ୟ ମନ୍ତ୍ରୀ । ଏହି ମାମଲାରେ SIT ଦୁଇ ଜଣଙ୍କୁ ଗିରଫ କରିଛି । ପୂର୍ବରୁ ମାମଲାର ଚାରି ଜଣ ଅଭିଯୁକ୍ତ ଗିରଫ ହୋଇଥିଲେ ।



ଚନ୍ଦ୍ରମୋହନ କହିଛନ୍ତି ଯେ ଏସଆଇଟି (SIT) ହାଥରାସ ମାମଲାରେ ତଦନ୍ତ କରୁଛି ଓ ଅଭିଯୁକ୍ତମାନେ ଗିରଫ ହୋଇସାରିଛନ୍ତି । ‘‘ପୀଡ଼ିତାଙ୍କ ପରିବାରକୁ ସମ୍ପୂର୍ଣ୍ଣ ସାହାଯ୍ୟ କରାଯାଉଛି । ଏହି ନାଟକ କେବଳ ରାଜନୀତି ପାଇଁ କରାଯାଉଛି,’’ ସେ କହିଛନ୍ତି ।
corona virus btn
corona virus btn
Loading