Rahul Gandhi Disqualified: ରାହୁଲ ଗାନ୍ଧିଙ୍କ ଲୋକସଭା ସଦସ୍ୟତା ରଦ୍ଦ

Rahul Gandhi Disqualified: ରାହୁଲ ଗାନ୍ଧିଙ୍କ ଲୋକସଭା ସଦସ୍ୟତା ରଦ୍ଦ। ଗତକାଲି ତାଙ୍କୁ ଦୁଇ ବର୍ଷ ଜେଲ ଦଣ୍ତାଦେଶ ମିଳିଥିଲା।

ରାହୁଲ ଗାନ୍ଧିଙ୍କ ଲୋକସଭା ସଦସ୍ୟତା ରଦ୍ଦ

ରାହୁଲ ଗାନ୍ଧିଙ୍କ ଲୋକସଭା ସଦସ୍ୟତା ରଦ୍ଦ

  • News18 Odia
  • Last Updated :
  • Cuttack, India
  • Share this:
News18 Odia Digital

Rahul Gandhi Disqualified: ରାହୁଲ ଗାନ୍ଧିଙ୍କ (Rahul Gandhi) ଲୋକସଭା ସଦସ୍ୟତାକୁ ରଦ୍ଦ କରାଯାଇଛି। ଲୋକସଭା ସଚିବାଳୟ ଶୁକ୍ରବାର ତାଙ୍କ ସଦସ୍ୟତା ବାତିଲ କରିବାକୁ ନୋଟିସ୍ ଜାରି କରିଛି।

ଗୁରୁବାରରେ ସୁରତ କୋର୍ଟ ତାଙ୍କୁ ‘ମୋଦି ସରନେମ୍’ ମାମଲାରେ ଦୋଷୀ ସାବ୍ୟସ୍ତ କରି ତାଙ୍କୁ ଦୁଇ ବର୍ଷ ଦଣ୍ଡଦେଶରେ ଦଣ୍ଡିତ କରିଥିଲେ। ଏହାସହଗ ୧୫,୦୦୦ ଟଙ୍କା ଜୋରିମାନା ଲଗାଇଥିଲେ।

୨୦୧୯ରେ ୱାୟାନାଡର ଲୋକସଭା ସଦସ୍ୟ ରାହୁଲ ଗାନ୍ଧି ସାଧାରଣ ନିର୍ବାଚନ ପୂର୍ବରୁ କର୍ଣ୍ଣାଟକର କୋଲାର ଠାରେ ଆୟୋଜିତ ଏକ ସାଧାରଣ ସଭାରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସରନେମ୍ ଉପରେ ବୟାନ ଦେଇଥିଲେ।

ଯାହା ପରେ ତାଙ୍କ ବିରୋଧରେ ମାନହାନି ମକଦ୍ଦମା ଦାୟର କରାଯାଇଥିଲା। ରାହୁଲ ନିଜ ବୟାନରେ କରିଥିଲେ, ‘‘ସମସ୍ତ ଚୋରଙ୍କର ସରନେମ କାହିଁକି ମୋଦି?’’

ଆହୁରି ମଧ୍ୟ ୨୦୧୯ର ଏହି ନିର୍ବାଚନୀ ସଭାରେ ରାହୁଲ କହିଥିଲେ, ନୀରବ ମୋଦି, ଲଳିତ ମୋଦି ଓ ନରେନ୍ଦ୍ର ମୋଦିଙ୍କ ସରନେମ କମନ କାହିଁକି? ସବୁ ଚୋରଙ୍କ ସରନେମ ମୋଦି କାହିଁକି ହୋଇଥାଏ। ଏହାକୁ ନେଇ ମାନହାନୀ ମାମଲା ରୁଜୁ ହେବା ପରେ ୨୦୨୧ରେ ଶୁଣାଣି ବେଳେ ଉପସ୍ଥିତ ରହି ନିଜର ପକ୍ଷ ରଖିଥିଲେ।
Published by:Lipina Das
First published: