ହୋମ୍ » ଓଡ଼ିଶା ନ୍ୟୁଜ୍ » ଟ୍ରେଣ୍ଡିଙ୍ଗ»ନ୍ୟାସନାଲ ଷ୍ଟୁଡେଣ୍ଟସ୍ ୟୁନିଅନ୍ ଅଫ୍ ଇଣ୍ଡିଆ: ରାହୁଲ ଗାନ୍ଧିଙ୍କୁ କଂଗ୍ରେସ ଅକ୍ଷଧ୍ୟ କରାଯିବା ଦାବି; NSUI ପାସ୍ କଲା ପ୍ରସ୍ତାବ

ନ୍ୟାସନାଲ ଷ୍ଟୁଡେଣ୍ଟସ୍ ୟୁନିଅନ୍ ଅଫ୍ ଇଣ୍ଡିଆ: ରାହୁଲ ଗାନ୍ଧିଙ୍କୁ କଂଗ୍ରେସ ଅକ୍ଷଧ୍ୟ କରାଯିବା ଦାବି; NSUI ପାସ୍ କଲା ପ୍ରସ୍ତାବ

Congress Rahul Gandhi News: NSUI ତରଫରୁ କୁହାଯାଇଛି ଯେ ବିଦ୍ୟାର୍ଥୀ ରାହୁଲ ଗାନ୍ଧିଙ୍କ ଅଭିଭାବକ ନୀତି ତଥା ସାମାଜିକ-ରାଜନୈତିକ ଶାସନ ପ୍ରତି ତାଙ୍କର ଦୂରଦୃଷ୍ଟି ସମ୍ପନ୍ନ ସୁରକ୍ଷିତ ମଣୁଛନ୍ତି ।

ନ୍ୟାସନାଲ ଷ୍ଟୁଡେଣ୍ଟସ୍ ୟୁନିଅନ୍ ଅଫ୍ ଇଣ୍ଡିଆ: ରାହୁଲ ଗାନ୍ଧିଙ୍କୁ କଂଗ୍ରେସ ଅକ୍ଷଧ୍ୟ କରାଯିବା ଦାବି; NSUI ପାସ୍ କଲା ପ୍ରସ୍ତାବ
ରାହୁଲ ଗାନ୍ଧିଙ୍କୁ କଂଗ୍ରେସ ଅକ୍ଷଧ୍ୟ କରାଯିବା ଦାବି
  • News18 Odia
  • Last Updated: September 13, 2021, 8:59 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: କଂଗ୍ରେସର ଛାତ୍ର ସଙ୍ଗଠନ ନ୍ୟାସନାଲ ଷ୍ଟୁଡେଣ୍ଟସ୍ ୟୁନିଅନ୍ ଅଫ୍ ଇଣ୍ଡିଆ (NSUI) ରବିବାର ରାହୁଲ ଗାନ୍ଧିଙ୍କୁ ଦଳର ଜାତୀୟ ଅଧ୍ୟକ୍ଷ କରିବା ପାଇଁ ଏକ ସଂକଳ୍ପ ପାରିତ କରିଛି । NSUI କାର୍ଯ୍ୟନିର୍ବାହୀ ଦୁଇ ଦିନିଆ ବୈଠକର ଶେଷ ଦିନରେ ଏହି ସଂକଳ୍ପ ପାରିତ ହୋଇଛି । ଏହି ସଭାରେ ଭବିଷ୍ୟତର ରୂପରେଖା ଉପରେ ଆଲୋଚନା କରାଯାଇଥିଲା ।

ଦୁଇ ଦିନିଆ ଜାତୀୟ କାର୍ଯ୍ୟନିର୍ବାହୀ 'ସଙ୍କଳ୍ପ'ରେ NSUI ଗୋଟିଏ ସ୍ୱରରେ କହିଛି ରାହୁଲ ଗାନ୍ଧିଙ୍କୁ ଭାରତୀୟ ଜାତୀୟ କଂଗ୍ରେସର ଅଧ୍ୟକ୍ଷ ଭାବରେ ନିଯୁକ୍ତ କରାଯିବାକୁ ପ୍ରସ୍ତାବ ଦେଇଛି ବୋଲି ରିଜୋଲ୍ୟୁସନରେ କୁହାଯାଇଛି ।

NSUI ତରଫରୁ କୁହାଯାଇଛି ଯେ ବିଦ୍ୟାର୍ଥୀ ରାହୁଲ ଗାନ୍ଧିଙ୍କ ଅଭିଭାବକ ନୀତି ତଥା ସାମାଜିକ-ରାଜନୈତିକ ଶାସନ ପ୍ରତି ତାଙ୍କର ଦୂରଦୃଷ୍ଟି ସମ୍ପନ୍ନ ସୁରକ୍ଷିତ ମଣୁଛନ୍ତି ।

ଏହା ସହ ସାରା ଦେଶରେ ସ୍ୱାଧୀନତାର ୭୫ତମ ବାର୍ଷିକୀ ପାଳନ କରିବାକୁ ଏକ ସଂକଳ୍ପ ପାରିତ ହୋଇଛି ଓ ଏହା ଛାତ୍ରମାନଙ୍କ ସହ ଜଡ଼ିତ କାର୍ଯ୍ୟକ୍ରମ ଆୟୋଜନ କରିବ ବୋଲି କହିଛି । ଏହି ବୈଠକରେ କଂଗ୍ରେସର ଜାତୀୟ ମୁଖପାତ୍ର ପୱନ ଖେଡ଼ା, କଂଗ୍ରେସ ଅନୁସୂଚିତ ଜାତି ମୋର୍ଚ୍ଚା ଅଧ୍ୟକ୍ଷ ନିତିନ ରାଉତ, ସଂଖ୍ୟାଲଘୁ ବିଭାଗର ଅଧ୍ୟକ୍ଷ ଇମରାନ ପ୍ରତାପଗରୀଙ୍କ ସହ ବହୁ ବରିଷ୍ଠ ନେତା ମଧ୍ୟ ପହଞ୍ଚିଥିଲେ ।
Published by: Lipina Das
First published: September 13, 2021, 8:59 AM IST