DPରେ ତ୍ରିରଙ୍ଗା ରଖିବାକୁ ଅପିଲ କରିଥିଲେ PM; ଏହି ଫଟୋ ରଖିଲା କଂଗ୍ରେସ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜ ସୋସିଆଲ ମିଡ଼ିଆ ପ୍ରୋଫାଇଲରେ 'ତ୍ରିରଙ୍ଗା' ରଖିବା ସହ ଦେଶବାସୀଙ୍କୁ ବି ଅପିଲ କରିଥିଲେ। କିନ୍ତୁ କଂଗ୍ରେସ ନେତା ନିଜ ଡିପିରେ ଏପରି କିଛି ଫଟୋ ରଖିଛନ୍ତି ।

DPରେ ଏହି ଫଟୋ ରଖିଲା କଂଗ୍ରେସ (ପ୍ରତୀକାତ୍ମକ ଛବି)

DPରେ ଏହି ଫଟୋ ରଖିଲା କଂଗ୍ରେସ (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ଆଜାଦି କା ଅମୃତ ମହୋତ୍ସବ: ଅମୃତ ମହୋତ୍ସଵ ଅବସରରେ ସାରା ଦେଶରେ ଏକ କାର୍ଯ୍ୟକ୍ରମ ଆୟୋଜିତ ହେଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜ ସୋସିଆଲ ମିଡ଼ିଆ ପ୍ରୋଫାଇଲରେ 'ତ୍ରିରଙ୍ଗା' ରଖିବା ସହ ଦେଶବାସୀଙ୍କୁ ବି ଅପିଲ କରିଥିଲେ। କିନ୍ତୁ ଉଲ୍ଲେଖନୀୟ କଥା ହେଉଛି କଂଗ୍ରେସ କିଛି ଅଲଗା ଢ଼ଙ୍ଗରେ ପ୍ରଧାନମନ୍ତ୍ରୀଙ୍କ କଥା ରଖିଥିବାର ନଜର ଆସିଛି।

ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧି ଓ ଦଳର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କ ସମେତ ଅନେକ ଦଳର ନେତା ବୁଧବାର ଦିନ ସୋସିଆଲ ମିଡ଼ିଆ ପ୍ରୋଫାଇଲରେ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁ ଧରିଥିବା ତ୍ରିରଙ୍ଗା ଫଟୋ ରଖିଛନ୍ତି। କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧି ଟ୍ୱିଟ୍ କରି କହିଛନ୍ତି,“ଆମର ତ୍ରିରଙ୍ଗା ହେଉଛି ଦେଶର ଗର୍ବ, ପ୍ରତ୍ୟେକ ହିନ୍ଦୁସ୍ତାନୀଙ୍କ ହୃଦୟରେ, ଆମ ତ୍ରିରଙ୍ଗା ରହିଛି।” କଂଗ୍ରେସ ଏହାର ଅଫିସିଆଲ୍ ଟ୍ୱିଟର ହ୍ୟାଣ୍ଡେଲରେ ମଧ୍ୟ ଏହି ଡିପି ରଖିଛି।

କଂଗ୍ରେସର ଗଣମାଧ୍ୟମ ତଥା ପ୍ରଚାର ମୁଖ୍ୟ ପବନ ଖେଡ଼ା, ଆରଏସଏସର ଟ୍ୱିଟର ପ୍ରୋଫାଇଲର ସ୍କ୍ରିନ ସଟ ନେଇ କହିଛନ୍ତି ସଂଘ ଲୋକ, ଏବେ ତ ତ୍ରିରଙ୍ଗାକୁ ଆପଣେଇ ନିଅ।

ପ୍ରଧାନମନ୍ତ୍ରୀ ମୋଦି ଅଗଷ୍ଟ ୨ ରୁ ଅଗଷ୍ଟ ୧୫ ମଧ୍ୟରେ ସୋସିଆଲ ମିଡିଆ ଆକାଉଣ୍ଟରେ ସେମାନଙ୍କର ପ୍ରୋଫାଇଲ୍ ଚିତ୍ର ଭାବରେ 'ତ୍ରିରଙ୍ଗା' ରଖିବାକୁ ସେ ଅନୁରୋଧ କରିଥିଲେ।
Published by:Soumya Das
First published: