Bharat Jodo Yatra: ୭୧ତମ ଦିନରେ ପହଞ୍ଚିଲା କଂଗ୍ରେସର ଭାରତ ଯୋଡୋ ଯାତ୍ରା

Bharat Jodo Yatra: କଂଗ୍ରେସର ଭାରତ ଯୋଡୋ ଯାତ୍ରାର ୭୧ତମ ଦିନରେ ରାହୁଲ ଗାନ୍ଧି ମହାରାଷ୍ଟ୍ରର ୱାସିମ ସ୍ଥିତ ପାତୁରରୁ ପଦଯାତ୍ରା ଆରମ୍ଭ କରିଛନ୍ତି।

ଭାରତ ଯୋଡୋ ଯାତ୍ରା (ପ୍ରତୀକାତ୍ମକ ଛବି)

ଭାରତ ଯୋଡୋ ଯାତ୍ରା (ପ୍ରତୀକାତ୍ମକ ଛବି)

  • News18 Odia
  • Last Updated :
  • Cuttack, India
  • Share this:
News18 Odia Digital

Bharat Jodo Yatra: ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ତଥା ସାଂସଦ ରାହୁଲ ଗାନ୍ଧିଙ୍କ ନେତୃତ୍ୱରେ ଆଜି କଂଗ୍ରେସର 'ଭାରତ ଯୋଡୋ ଯାତ୍ରା'ର ୭୧ତମ ଦିନ। ରାହୁଲ ଗାନ୍ଧିଙ୍କ ଭରତ ଯୋଡୋ ଯାତ୍ରା ଏପର୍ଯ୍ୟନ୍ତ ୧୫୫୦ କିଲୋମିଟରରୁ ଅଧିକ ଦୂରତା ଅତିକ୍ରମ କରିଛି।

ଏବେ କଂଗ୍ରେସର ଭାରତ ଯୋଡୋ ଯାତ୍ରା ମହାରାଷ୍ଟ୍ରରେ ଚାଲିଛି। ଏହି ଯାତ୍ରା ତାମିଲନାଡୁ, କେରଳ, ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ ଏବଂ ତେଲେଙ୍ଗାନା ଦେଇ ଯାଇ ବର୍ତ୍ତମାନ ମହାରାଷ୍ଟ୍ରରେ ପହଞ୍ଚିଛି। ଆଜି ମହାରାଷ୍ଟ୍ରର 'ଭାରତ ଯୋଡୋ ଯାତ୍ରାର' ୭୧ତମ ଦିନ। ରାହୁଲ ଗାନ୍ଧି ଆଜି ମହାରାଷ୍ଟ୍ରର ୱାସିମ୍ ଜିଲ୍ଲାର ପାତୁରରୁ ତାଙ୍କର ପଦଯାତ୍ରା ଆରମ୍ଭ କରିଛନ୍ତି। ଏହି ସମୟରେ କଂଗ୍ରେସ କର୍ମୀମାନେ ରାହୁଲ ଗାନ୍ଧିଙ୍କ ସହ ଏକାଠି ହେଉଥିବା ଦେଖିବାକୁ ମିଳିଛି।

ରାହୁଲଙ୍କ ନେତୃତ୍ୱରେ ଯତ୍ରରେ ଜନସମାଗମ ହେଉଛି। ସୂଚନାଯୋଗ୍ୟ ଯେ ରାହୁଲ ଗାନ୍ଧିଙ୍କ ଭାରତ ଯୋଡୋ ଯାତ୍ରା ଲୋକଙ୍କଠାରୁ ପୂର୍ଣ୍ଣ ସମର୍ଥନ ପାଉଛି। ଏହି ଅଞ୍ଚଳର ଲୋକ ରାହୁଲ ଗାନ୍ଧି ଓ ଯାତ୍ରାକୁ ପାରମ୍ପାରିକ ପୋଷାକରେ ସ୍ୱାଗତ କରୁଛନ୍ତି। ଲୋକ ସେମାନଙ୍କୁ ପ୍ରାମାଣିକ ସଂସ୍କୃତି ଦେଖାଇ ସେମାନଙ୍କୁ ସ୍ୱାଗତ କରୁଛନ୍ତି। ପ୍ରତିଦିନ ବହୁ ସଂଖ୍ୟାରେ ଲୋକ ଏହି ଯାତ୍ରାରେ ଯୋଗ ଦେଉଛନ୍ତି।

ରାହୁଲ ଗାନ୍ଧିଙ୍କ ନେତୃତ୍ୱାଧୀନ ଏହି ଯାତ୍ରା ନଭେମ୍ବର ୨୦ରେ ମଧ୍ୟପ୍ରଦେଶରେ ପ୍ରବେଶ କରିବା ପୂର୍ବରୁ ମହାରାଷ୍ଟ୍ରର ପାଞ୍ଚଟି ଜିଲ୍ଲାର ଲୋକଙ୍କୁ ସ୍ପର୍ଶ କରି ୩୮୨ କିଲୋମିଟର ଦୂରତା ଅତିକ୍ରମ କରିବ।

ପ୍ରକାଶ ଥାଉକି ସେପ୍ଟେମ୍ବର ୭ରେ ତାମିଲନାଡୁର କନ୍ୟାକୁମାରୀରୁ ଆରମ୍ଭ ହୋଇଥିବା ଏହି ଯାତ୍ରା ବର୍ତ୍ତମାନ ପର୍ଯ୍ୟନ୍ତ ୬ଟି ରାଜ୍ୟର ୨୮ଟି ଜିଲ୍ଲା ଦେଇ ଯାଇଛି। ମହାରାଷ୍ଟ୍ର ପରେ ମଧ୍ୟପ୍ରଦେଶ, ରାଜସ୍ଥାନ, ଦିଲ୍ଲୀ, ଉତ୍ତରପ୍ରଦେଶ, ହରିୟାଣା ଏବଂ ପଞ୍ଜାବ ଦେଇ ଜାମ୍ମୁ କାଶ୍ମୀରରେ ପହଞ୍ଚିବା ପରେ ଏହି ଯାତ୍ରା ଶେଷ ହେବ।
Published by:Lipina Das
First published: