ହୋମ୍ » ଓଡ଼ିଶା ନ୍ୟୁଜ୍ » ଟ୍ରେଣ୍ଡିଙ୍ଗ»ଦେଶରେ ବଢୁଥିବା କରୋନା ମାମଲା ମଧ୍ୟରେ PM ମୋଦିଙ୍କୁ ଟାର୍ଗେଟ କଲେ ରାହୁଲ ଗାନ୍ଧି; କହିଲେ ନିଜ ଯତ୍ନ ନିଜେ ରଖ

ଦେଶରେ ବଢୁଥିବା କରୋନା ମାମଲା ମଧ୍ୟରେ PM ମୋଦିଙ୍କୁ ଟାର୍ଗେଟ କଲେ ରାହୁଲ ଗାନ୍ଧି; କହିଲେ ନିଜ ଯତ୍ନ ନିଜେ ରଖ

ରାହୁଲ ଗାନ୍ଧି କହିଛନ୍ତି ଯେ କରୋନା ମାମଲା ଗୁଡ଼ିକର ବୃଦ୍ଧି ଚିନ୍ତାଜନକ। ପରବର୍ତ୍ତୀ ଲହରରେ ମହାମାରୀର ଭୟଙ୍କର ପ୍ରଭାବକୁ ଏଡ଼ାଇବା ପାଇଁ ଟିକାକରଣର ଗତିକୁ ତ୍ୱରାନ୍ୱିତ କରାଯିବାର ଆବଶ୍ୟକ ଅଛି ।

ଦେଶରେ ବଢୁଥିବା କରୋନା ମାମଲା ମଧ୍ୟରେ PM ମୋଦିଙ୍କୁ ଟାର୍ଗେଟ କଲେ ରାହୁଲ ଗାନ୍ଧି; କହିଲେ ନିଜ ଯତ୍ନ ନିଜେ ରଖ
PM ମୋଦିଙ୍କୁ ଟାର୍ଗେଟ କଲେ ରାହୁଲ ଗାନ୍ଧି
  • News18 Odia
  • Last Updated: August 26, 2021, 5:36 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧି ଦେଶରେ କରୋନା ମହାମାରୀ ମାମଲାରେ ବୃଦ୍ଧି ନେଇ ଉଦ୍ବେଗ ପ୍ରକାଶ କରିଛନ୍ତି। ରାହୁଲ ଗାନ୍ଧି କହିଛନ୍ତି ଯେ କରୋନା ମାମଲା ଦ୍ରୁତ ଗତିରେ ବଢୁଛି, ଏଭଳି ପରିସ୍ଥିତିରେ ଟିକାକରଣର ବେଗକୁ ଆହୁରି ବଢ଼ାଇବା ଆବଶ୍ୟକ ଅଛି, ଯାହା ଦ୍ବାରା ପରବର୍ତ୍ତୀ ଲହରରେ ମହାମାରୀର ଗୁରୁତର ପ୍ରଭାବକୁ ଏଡାଯାଇପାରିବ।

ଏହା ସହ ରାହୁଲ ଗାନ୍ଧି ଦେଶବାସୀଙ୍କୁ ନିବେଦନ କରିଛନ୍ତି ସୁରକ୍ଷିତ ରହିବା ପାଇଁ । ଏହାସହ ସେ ମୋଦି ସରକାରଙ୍କୁ ଟାର୍ଗେଟ କରି ଅଭିଯୋଗ କରିଛନ୍ତି ଯେ କେନ୍ଦ୍ର ସରକାର ଏହି ସମୟରେ ରାଷ୍ଟ୍ରୀୟ ମୋଦ୍ରିକରଣ ପାଇପଲାଇନକୁ (ଏନଏମପି) ଜରିଆରେ ବିକ୍ରି କାର୍ଯ୍ୟରେ ନିୟୋଜିତ ଅଛନ୍ତି।

କଂଗ୍ରେସ ନେତା ଟ୍ବିଟ କରି ଲେଖିଛନ୍ତି, ‘‘କରୋନା ମାମଲା ଗୁଡ଼ିକର ବୃଦ୍ଧି ଚିନ୍ତାଜନକ। ପରବର୍ତ୍ତୀ ଲହରରେ ମହାମାରୀର ଭୟଙ୍କର ପ୍ରଭାବକୁ ଏଡ଼ାଇବା ପାଇଁ ଟିକାକରଣର ଗତିକୁ ତ୍ୱରାନ୍ୱିତ କରାଯିବା ଆବଶ୍ୟକ ଅଛି । ଭାରତ ସରକାର 'ବିକ୍ରୟ'ରେ ବ୍ୟସ୍ତ ଥିବାରୁ ଦୟାକରି ନିଜ ଯତ୍ନ ନିଜେ ନିଅନ୍ତୁ।’’

ରିପୋର୍ଟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୪୬,୧୬୪ ନୂଆ ମାମଲା ଚିହ୍ନଟ ହୋଇଥିବା ବେଳେ ଦେଶରେ ସଂକ୍ରମିତ ସଂଖ୍ୟା ୩,୨୫,୫୮,୫୩୦କୁ ବୃଦ୍ଧି ପାଇଛି। ଗତ ୨୪ ଘଣ୍ଟା ମଧ୍ୟରେ, ଚିକିତ୍ସିତ ହେଉଥିବା ରୋଗୀଙ୍କ ସଂଖ୍ୟା ୩,୩୩,୭୨୫କୁ ବୃଦ୍ଧି ପାଇଛି ।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ, ସଂକ୍ରମଣ ହେତୁ ୬୦୭ ଜଣଙ୍କ ମୃତ୍ୟୁ ପରେ ଦେଶରେ ମୃତ୍ୟୁ ସଂଖ୍ୟା ୪,୩୬,୩୬୫କୁ ବୃଦ୍ଧି ପାଇଛି । ବର୍ତ୍ତମାନ ଦେଶରେ ୩,୩୩,୭୨୫ ଲୋକ କରୋନା ଜୀବାଣୁ ସଂକ୍ରମଣ ପାଇଁ ଚିକିତ୍ସିତ ହେଉଛନ୍ତି, ଯାହା ମୋଟ ରୋଗର ୧.୦୩ ପ୍ରତିଶତ । ଗତ ୨୪ ଘଣ୍ଟା ମଧ୍ୟରେ ଚିକିତ୍ସିତ ହେଉଥିବା ରୋଗୀଙ୍କ ସଂଖ୍ୟାରେ ମୋଟ ୧୧,୩୯୮ ପଞ୍ଜିକୃତ ହୋଇଛି । ରୋଗୀଙ୍କ ସୁସ୍ଥ ହାର ହେଉଛି ୯୭.୬୩ ପ୍ରତିଶତ ।
Published by: Lipina Das
First published: August 26, 2021, 5:36 PM IST