News18 Odia Digital
Monsoon Session: ମୌସୁମୀ ଅଧିବେଶନରେ ମୁଦ୍ରାସ୍ଫୀତି ଓ ବେକାରୀ ସମସ୍ୟାକୁ ନେଇ କଂଗ୍ରେସ ନେତା ରାହୁଲ ଗାନ୍ଧି ପୁଣି ଥରେ ସରକାରଙ୍କ ଉପରେ ଆକ୍ରମଣ କରିଛନ୍ତି।
ସେ ଟ୍ୱିଟ୍ କରି କହିଛନ୍ତି ଯେ ଡଲାର ତୁଳନାରେ ଟଙ୍କା ଦୁର୍ବଳ ହୋଇଛି, ଗ୍ୟାସ ସିଲିଣ୍ଡର (ଏଲପିଜି) ମଧ୍ୟ ୧୦୦୦ ଟଙ୍କା ଅତିକ୍ରମ କରିଛି, ଜୁନ ମାସରେ ବେକାରୀ ସଂଖ୍ୟା ୧.୩ କୋଟିରେ ପହଞ୍ଚିଛି ଓ ଖାଦ୍ୟ ଶସ୍ୟ ଉପରେ ଜିଏସଟି ମଧ୍ୟ ଲାଗୁ ହୋଇଛି। ଏଭଳି ପରିସ୍ଥିତିରେ ଆମକୁ ଜନସାଧାରଣଙ୍କ ପ୍ରସଙ୍ଗ ଉଠାଇବାରେ କେହି ଅଟକାଇ ପାରିବେ ନାହିଁ, ସରକାରଙ୍କୁ ଏହାର ଉତ୍ତର ଦେବାକୁ ପଡ଼ିବ। ସେ କହିଛନ୍ତି ଯେ ସଂସଦରେ ଆଲୋଚନା ଓ ପ୍ରଶ୍ନରୁ ଦୂରେଇ ରହିବା ସବୁଠାରୁ 'ଅସଂସଦୀୟ' ପ୍ରଧାନମନ୍ତ୍ରୀ ଜି।
ଏହା ପୂର୍ବରୁ ମୁଦ୍ରାସ୍ଫୀତି, ବେକାରୀ, ଜିଏସଟି ଓ ଅଗ୍ନିପଥ ଯୋଜନାକୁ ନେଇ କଂଗ୍ରେସ ସଂସଦରେ ବିରୋଧ କରିଥିଲା। ରାହୁଲ ଗାନ୍ଧି ମଧ୍ୟ ଏହି ବିରୋଧରେ ଅଂଶଗ୍ରହଣ କରିଥିଲେ ଓ ବ୍ୟାନର ଧରିଥିବାର ନଜର ଆସିଥିଲେ।
ଅନ୍ୟପକ୍ଷରେ ବିରୋଧୀଙ୍କ ଆଲୋଡ଼ନ ପରେ ଲୋକସଭା ଓ ରାଜ୍ୟସଭାର ପ୍ରକ୍ରିୟା ସଂସଦରେ ଅପରାହ୍ନ ୨ଟା ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଥିଲା। ମଲ୍ଲିକାର୍ଜୁନ ଖଡଗେ ଏହି ପ୍ରସଙ୍ଗଗୁଡିକ ଉପରେ ଆଲୋଚନା ପାଇଁ ନୋଟିସ୍ ଦେଇଥିଲେ ଯାହା ଗ୍ରହଣୀୟ ନୁହେଁ।
କଂଗ୍ରେସର ପ୍ରତିବାଦରେ ସମ୍ପୃକ୍ତ ବିରୋଧୀମୁଦ୍ରାସ୍ଫୀତି, ବେକାରୀ, ଜିଏସଟି ଓ ଅଗ୍ନିପଥ ଯୋଜନାକୁ ନେଇ ବିରୋଧୀ ଦଳର ନେତାମାନେ ମଧ୍ୟ ଯୋଗ ଦେଇଥିଲେ। ଏହି ପ୍ରତିବାଦରେ ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ବ୍ୟତୀତ ରାଜ୍ୟସଭାରେ ବିରୋଧୀ ଦଳର ନେତା ମଲ୍ଲିକାର୍ଜୁନ ଖଡଗେ, ଲୋକସଭାରେ କଂଗ୍ରେସର ନେତା ଅଧୀର ରଞ୍ଜନ ଚୌଧୁରୀ, ସମାଜବାଦୀ ପାର୍ଟିର ରାମ ଗୋପାଳ ଯାଦବ, ଜାତୀୟତାବାଦୀ କଂଗ୍ରେସ ଦଳର ସୁପ୍ରିୟା ସୁଲେ, ଶିବସେନା ସାଂସଦ ପ୍ରିୟଙ୍କା ଚାତୁର୍ବେଦୀ ଅନ୍ୟ ବିରୋଧୀ ସାଂସଦମାନେ ଏହି ବିକ୍ଷୋଭରେ ଯୋଗ ଦେଇଥିଲେ। ଏହି ସାଂସଦମାନେ କ୍ଷୀର ଓ ଦହି ଉପରେ ଜିଏସଟି ଫେରାଇବାର ସ୍ଲୋଗାନ ଦେଇଥିଲେ।
ପ୍ରକାଶ ଥାଉକି ସୋମବାର ଠାରୁ ସରକାର ଅନେକ ଖାଦ୍ୟ ସାମଗ୍ରୀ ଉପରେ ଜିଏସଟ ଲାଗୁ କରିଛନ୍ତି, ଯେଉଁ କାରଣରୁ ଜିନିଷ ମହଙ୍ଗା ହୋଇଛି। ଏଥିମଧ୍ୟରେ ମଇଦା, ପାନୀର ଓ ଦହି ଭଳି ଖାଦ୍ୟ ସାମଗ୍ରୀ ପ୍ୟାକ୍ ଓ ଲେବଲ୍ ଅନ୍ତର୍ଭୁକ୍ତ, ଯାହା ଉପରେ ୫ ପ୍ରତିଶତ ଜିଏସଟି ଲାହୁ ହୋଇଛି।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।