ସାମ୍ବାଦିକଙ୍କ ଅର୍ଦ୍ଧ ଉଲଗ୍ନ ଫଟୋକୁ ନେଇ ରାଗିଲେ ରାହୁଲ ଗାନ୍ଧି; କେନ୍ଦ୍ର ସରକାରଙ୍କୁ କଲେ ଟାର୍ଗେଟ

ମଧ୍ୟପ୍ରଦେଶରେ ସାମ୍ବାଦିକଙ୍କ ସମେତ କିଛି ଲୋକଙ୍କୁ ଅର୍ଦ୍ଧ ଉଲଗ୍ନ କରିବା ପ୍ରସଙ୍ଗରେ କଂଗ୍ରେସ ନେତା ରାହୁଲ ଗାନ୍ଧି କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି।

ସାମ୍ବାଦିକଙ୍କ ଅର୍ଦ୍ଧ ଉଲଗ୍ନ ଫଟୋକୁ ନେଇ ରାଗିଲେ ରାହୁଲ ଗାନ୍ଧି

ସାମ୍ବାଦିକଙ୍କ ଅର୍ଦ୍ଧ ଉଲଗ୍ନ ଫଟୋକୁ ନେଇ ରାଗିଲେ ରାହୁଲ ଗାନ୍ଧି

  • Share this:
News18 Odia Digital

ନୂଆ ଦିଲ୍ଲୀ: ମଧ୍ୟପ୍ରଦେଶର ଏକ ପୋଲିସ ଷ୍ଟେସନରେ ଠିଆ ହୋଇଥିବା ଅର୍ଦ୍ଧ ଉଲଗ୍ନ ପୁରୁଷଙ୍କ ଫଟୋ ସୋସିଆଲ ମିଡ଼ିଆରେ ପଦାକୁ ଆସିଛି। ଏହି ଫଟୋରେ ୟୁଟ୍ୟୁବ୍ ସାମ୍ବାଦିକ କନିଷ୍କ ତିୱାରୀଙ୍କୁ ମଧ୍ୟ ଦେଖିବାକୁ ମିଳିଛି। ସାମ୍ବାଦିକଙ୍କ କହିବାନୁସାରେ, ତାଙ୍କୁ ଏହି ଅବସ୍ଥାରେ ରଖାଯାଇଥିଲା କାରଣ ସେ ବିଜେପି ବିଧାୟକ ଓ ତାଙ୍କ ପୁଅ ବିରୋଧରେ ଅପମାନଜନକ ଭାଷା ବ୍ୟବହାର କରି ଗିରଫ ହୋଇଥିବା ବ୍ୟକ୍ତିଙ୍କ ସମର୍ଥନରେ ଯାଇଥିଲେ।

ଏଥି ସହିତ, ଏହି ଘଟଣା ସାମ୍ନାକୁ ଆସିବା ପରେ କଂଗ୍ରେସ ନେତା ରାହୁଲ ଗାନ୍ଧି କେନ୍ଦ୍ର ସରକାରଙ୍କ ଉପରେ ଆକ୍ରମଣ କରିଛନ୍ତି। ସେ ଟ୍ୱିଟ୍ କରି କହିଛନ୍ତି, ‘‘ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ଲକ୍ଅପରେ ଫିଙ୍ଗି ଦିଆଯାଇଛି। ସରକାରଙ୍କ କୋଳରେ ବସି ସେମାନଙ୍କର ପ୍ରଶଂସା ଗାନ କରନ୍ତୁ, ନହେଲେ ଜେଲକୁ ଯାଆନ୍ତୁ। 'ନ୍ୟୁ ଇଣ୍ଡିଆ' ସରକାର ସତ୍ୟକୁ ଭୟ କରୁଛନ୍ତି।’’

ରାହୁଲ ଗାନ୍ଧିଙ୍କ ଟ୍ବିଟ


ପୂରା ମାମଲାଟି ଜାଣନ୍ତୁ

ପ୍ରକାଶ ଥାଉକି ଏହି ବିଷୟ ନୀରଜ ନାମକ ଏକ ଥିଏଟର କଳାକାର ସହିତ ଜଡିତ। ଯିଏ ଫେସବୁକରେ ବିଧାୟକ କେଦାରନାଥ ଶୁକ୍ଲାଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିଲେ। ଏହା ପରେ ପୋଲିସ ଏକ ମାମଲା ରୁଜୁ କରି ନୀରଜଙ୍କୁ ଜେଲକୁ ପଠାଇଥିଲା।

ଯେତେବେଳେ କିଛି ସାମ୍ବାଦିକ ନୀରଜଙ୍କ ସମର୍ଥନରେ ପୋଲିସ ଷ୍ଟେସନରେ ପହଞ୍ଚିଲେ, ଅଭିଯୋଗ ହୋଇଛି ଯେ ପୋଲିସ ସାମ୍ବାଦିକମାନଙ୍କୁ ଅତି ନିର୍ମମ ଭାବେ ମାଡ଼ ମାରିଥିଲା। ସେ ତାଙ୍କ ପୋଷାକ କାଢ଼ି ତାଙ୍କ ଫଟୋ ଉଠାଇଥିଲେ ଓ ଏହି ଫଟୋଗୁଡ଼ିକ ଭାଇରାଲ ହୋଇଥିଲା। ଏହି କାର୍ଯ୍ୟକୁ ନେଇ ପୋଲିସର ସବୁଆଡ଼େ ନିନ୍ଦା କରାଯାଉଛି। ତେବେ ସିଦ୍ଧିର ଏସପି ଏହି ଘଟଣାର ଉଚ୍ଚ ସ୍ତରୀୟ ତଦନ୍ତ ନିଶ୍ଚିତ କରିଛନ୍ତି ଓ ଅପରାଧୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ କହିଛନ୍ତି।

ଆକ୍ସନରେ ଆସିଲେ CM

ଘଟଣା ଭାଇରାଲ ହେବା ପରେ ସିଏମ ଶିବରାଜ ସିଂ ଚୌହାନ ପୋଲିସ ମୁଖ୍ୟାଳୟକୁ ଏହି ଘଟଣାର ରିପୋର୍ଟ କରିବାକୁ କହିଥିଲେ। ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। ଏଥିସହିତ ସାମ୍ବାଦିକମାନଙ୍କ ସହ ଅସଦାଚରଣ ପାଇଁ ପୋଲିସ ଷ୍ଟେସନ ଦାୟିତ୍ୱରେ ଥିବା ମନୋଜ ସୋନି ଓ ସବ-ଇନ୍ସପେକ୍ଟରଙ୍କୁ ଲାଇନରେ ରଖାଯାଇଛି।
Published by:Lipina Das
First published: