ପୋଲିସ ହେପାଜତରେ ରାହୁଲ ଗାନ୍ଧି; ସୋନିଆଙ୍କ ଜେରା ବିରୋଧରେ କରୁଥିଲେ ପ୍ରଦର୍ଶନ

ଅର୍ଥ ହେରଫେର ମାମଲାରେ ଇଡି ଆଜି ସୋନିଆ ଗାନ୍ଧିଙ୍କୁ ଜେରା କରୁଛି। ଏହାକୁ ବିରୋଧ କରି ରାହୁଲ ଗାନ୍ଧି ବିଜୟ ଚୌକରେ ବିରୋଧ କରୁଥିବା ବେଳେ ତାଙ୍କୁ ଗିରଫ କରାଯାଇଛି ।

  • Share this:
News18 Odia Digital

ଅର୍ଥ ହେରଫେର ମାମଲାରେ ଇଡି ଆଜି ଦ୍ୱିତୀୟ ଥର ପାଇଁ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କୁ ଜେରା କରୁଛି। ଏହାକୁ ବିରୋଧ କରି ରାହୁଲ ଗାନ୍ଧି ମଧ୍ୟ ଦିଲ୍ଲୀର ବିଜୟ ଚୌକରେ ବିରୋଧ କରୁଥିବା କଂଗ୍ରେସ କର୍ମୀମାନଙ୍କ ସହ ଯୋଗ ଦେଇଥିଲେ ଓ ପରେ ତାଙ୍କୁ ବର୍ତ୍ତମାନ ଗିରଫ କରାଯାଇଛି। ରାହୁଲ ଗାନ୍ଧିଙ୍କୁ କିଙ୍ଗସୱେ କ୍ୟାମ୍ପକୁ ନିଆଯାଇଛି।

ପ୍ରକୃତରେ ରାହୁଲ ଗାନ୍ଧୀ ରାଷ୍ଟ୍ରପତିଙ୍କୁ ଭେଟି ତାଙ୍କୁ ଏକ ସ୍ମାରକପତ୍ର ଦେବାକୁ ଚାହୁଁଥିଲେ କିନ୍ତୁ ତାଙ୍କୁ ବିଜୟ ଚୌକ ଯିବାକୁ ଦିଆଯାଇନଥିଲା। ଏହା ପରେ ରାହୁଲ ନିଜେ ବିଜୟ ଚୌକ ଠାରେ ଏକ ଧାରଣାରେ ବସିଥିଲେ। ଏସବୁ ପରେ ରାହୁଲ ଗାନ୍ଧୀଙ୍କୁ ଗିରଫ କରାଯାଇଥିଲା।  ଏଥି ସହ ଦଳର ବଡ ନେତାମାନେ ସଂସଦରୀ ବିଜୟ ଚୌକ ପର୍ଯ୍ୟନ୍ତ ପଦଯାତ୍ରା କରିଥିଲେ। ଏହି ସମୟରେ ଅନେକ କଂଗ୍ରେସ ସାଂସଦଙ୍କୁ ଅଟକ ରଖାଯାଇଥିଲା।

ଗିରଫ ହେବା ପରେ ରାହୁଲ ଗାନ୍ଧୀ କହିଛନ୍ତି ଯେ ଏହି କଂଗ୍ରେସ ସାଂସଦମାନେ ବିଜୟ ଚୌକ ଆସିଛନ୍ତି।  ବେରୋଜଗାରୀ ସହିତ ମୁଦ୍ରାସ୍ଫୀତି ସହିତ ଅନ୍ୟାନ୍ୟ ଅନେକ ପ୍ରସଙ୍ଗରେ ସେ ଆଲୋଚନା କରିବାକୁ ଚାହୁଁଥିଲେ, କିନ୍ତୁ ପୋଲିସ ତାଙ୍କୁ ଏଠାରେ ବସିବାକୁ ଅନୁମତି ଦେଉନାହିଁ। ଅନ୍ୟପକ୍ଷରେ ସଂସଦ ଭିତରେ ଆଲୋଚନା ଅନୁମତି ନାହିଁ ଓ ଏଠାରେ ପୋଲିସ ଆମକୁ ଗିରଫ କରୁଛି।
Published by:Soumya Das
First published: