News18 Odia Digital
Rahul Gandhi Appeal dismissed: ରାହୁଲ ଗାନ୍ଧିଙ୍କୁ ମିଳିଲା ଶକ୍ତ ଝଟକା। ‘ମୋଦି ସରନେମ’ ବୟାନ (Modi Surname Case) ପାଇଁ ଅପରାଧିକ ମାନହାନି ମାମଲାରେ ତଳକୋର୍ଟ ରାୟ ବିରୋଧରେ କଂଗ୍ରେସ (Congress) ନେତା ରାହୁଲ (Rahul Gandhi) କରିଥିବା ଆବେଦନକୁ ଖାରଜ କଲେ ସୁରତ ସେସନ୍ସ କୋର୍ଟ।
‘ମୋଦି ସରନେମ’ ବାବଦରେ ରାହୁଲ ଦେଇଥିବା ବୟାନକୁ ନେଇ ତଳ କୋର୍ଟ ରାହୁଲଙ୍କୁ ୨ ବର୍ଷ ଦଣ୍ଡାଦେଶ ଦେଇଥିଲେ। ଯାହାଫଳରେ ରାହୁଲଙ୍କ ସାଂସଦ ପଦ ରଦ୍ଦ ହୋଇଥିଲା। ବର୍ତ୍ତମାନ ଆବେଦନକୁ ମଧ୍ୟ ଖାରଜ କରିଦେଇଛି ସୁରତ ସେସନ୍ସ କୋର୍ଟ।
ଭାରତୀୟ ଜନତା ପାର୍ଟି (BJP) ବିଧାୟକ ତଥା ଅଭିଯୋଗକାରୀ ପୂର୍ଣ୍ଣେଶ ମୋଦି କୋର୍ଟରେ ଦାଖଲ କରିଥିବା ଜବାବରେ ରାହୁଲ ଗାନ୍ଧିଙ୍କ ଆବେଦନକୁ ବିରୋଧ କରିଥିଲେ। ସେ କହିଥିଲେ ଯେ କଂଗ୍ରେସ ନେତା ବାରମ୍ବାର ଏପରି ଦୋଷ କରୁଛନ୍ତି ଏବଂ ଅପମାନଜନକ ବୟାନ ଦେବା ତାଙ୍କର ଅଭ୍ୟାସଗତ ପ୍ରବୃତ୍ତି।
ପଢ଼ନ୍ତୁ ଏହି ଖବର: ୫୦୦ ଟଙ୍କାରେ ରାତାରାତି ବଦଳିଗଲା ଭାଗ୍ୟ; ରିକ୍ସା ବାଲାରୁ ହେଲେ କୋଟିପତିପ୍ରକାଶ ଥାଉକି ରାହୁଲ ଏପ୍ରିଲ ୩ରେ ତାଙ୍କ ଜେଲ ଦଣ୍ଡାଦେଶ ବିରୋଧରେ ଆବେଦନ କରିଥିଲେ। ସୁରତ ସେସନ୍ସ କୋର୍ଟରେ ତଳକୋର୍ଟ ରାୟକୁ ଏ ତାଙ୍କୁ ଦୋଷମୁକ୍ତ କରିବା ପାଇଁ ଆବେଦନ କରିଥିଲେ ରାହୁଲ। ହେଲେ ଆଜି ରାହୁଲଙ୍କୁ କୋର୍ଟ ତରଫରୁ ନିରାଶର ସାମ୍ନାକୁ କରିବାକୁ ପଡ଼ିଛି।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।