ଭାରତ ଯୋଡ଼ ଯାତ୍ରା ମଝିରେ ସିଦ୍ଧରମୈୟାଙ୍କ ହାତ ଧରି ଦୌଡ଼ିଲେ ରାହୁଲ ଗାନ୍ଧି

ଗୁରୁବାର ଭାରତ ଯୋଡ଼ ଯାତ୍ରାରେ କର୍ଣ୍ଣାଟକର ପୂର୍ବତନ ସିଏମ ସିଦ୍ଧରମୈୟା ଯୋଗ ଦେଇଥିଲେ। ଯାତ୍ରା ଚାଲିଥିବା ସମୟରେ ହଠାତ ସିଦ୍ଧରମୈୟାଙ୍କ ହାତ ଧରି ଦୌଡ଼ିଥିଲେ ରାହୁଲ ଗାନ୍ଧି।

ସିଦ୍ଧରମୈୟାଙ୍କ ହାତ ଧରି ଦୌଡ଼ିଲେ ରାହୁଲ ଗାନ୍ଧି (ପ୍ରତୀକାତ୍ମକ ଛବି)

ସିଦ୍ଧରମୈୟାଙ୍କ ହାତ ଧରି ଦୌଡ଼ିଲେ ରାହୁଲ ଗାନ୍ଧି (ପ୍ରତୀକାତ୍ମକ ଛବି)

  • News18 Odia
  • Last Updated :
  • Other, India
  • Share this:
News18 Odia Digital

ବାଙ୍ଗାଲୋର: କର୍ଣ୍ଣାଟକରେ ଚାଲିଥିବା କଂଗ୍ରେସ ଦଳର ଭାରତ ଯୋଡ ଯାତ୍ରାକୁ ନେଇ ଚର୍ଚ୍ଚା ହେଉଛି। ଗୁରୁବାର ଏହି ଯାତ୍ରାରେ କର୍ଣ୍ଣାଟକର ପୂର୍ବତନ ସିଏମ ସିଦ୍ଧରମୈୟା ମଧ୍ୟ ଯୋଗ ଦେଇଥିଲେ। ଯାତ୍ରା ଚାଲିଥିବା ସମୟରେ ହଠାତ ସିଦ୍ଧରମୈୟାଙ୍କ ହାତ ଧରି ଦୌଡ଼ିଥିଲେ ରାହୁଲ ଗାନ୍ଧି। ଏହାର ଭିଡିଓ ସୋସିଆଲ ମିଡିଆରେ ଚର୍ଚ୍ଚା ସୃଷ୍ଟି କରୁଛି। ଏହି ପ୍ରସଙ୍ଗରେ କଂଗ୍ରେସ କର୍ମୀଙ୍କ ମଧ୍ୟରେ ଉତ୍ସାହ ଦେଖାଯାଉଥିବା ବେଳେ ଅନ୍ୟପଟେ ଅନେକ ନେତାଙ୍କ ମନ୍ତବ୍ୟ ମଧ୍ୟ ଆସୁଛି।

କଂଗ୍ରେସର ଭାରତ ଯୋଡ ଯାତ୍ରା ସମୟରେ ରାହୁଲ ଗାନ୍ଧି ଓ ସିଦ୍ଧରମୈୟାଙ୍କ ଦୌଡ଼କୁ କଂଗ୍ରେସ କର୍ମୀମାନେ ବହୁତ ଉତ୍ସାହର ସହ ଦେଖୁଛନ୍ତି। ଏହି ଯାତ୍ରାରେ ଦେଖାଯାଇଛି ଯେ ସିଦ୍ଧରମୈୟ ଆସି ରାହୁଲଙ୍କ  ପାଖରେ ପହଞ୍ଚିଛନ୍ତି।  ସଙ୍ଗେ ସଙ୍ଗେ ରାହୁଲ ତାଙ୍କ ଧରୁଛନ୍ତି। ଏହା ପରେ ରାହୁଲ ଦୌଡ଼ିବା ଆରମ୍ଭ କରୁଛନ୍ତି। ତା’ପରେ ପ୍ରଥମେ ସିଦ୍ଧରମୈୟା ତାଙ୍କୁ ଚାହିଁ ପରେ ହସି ହସି ରାହୁଲଙ୍କ ସହିତ ଦୌଡୁଛନ୍ତି। ଏଥି ସହିତ, ଯାତ୍ରାରେ ଉପସ୍ଥିତ ଥିବା ସମସ୍ତ କଂଗ୍ରେସ ନେତାଙ୍କ ସହ କର୍ମୀମାନେ ମଧ୍ୟ ଦୌଡ଼ରେ ଯୋଗ ଦେଇ ଉତ୍ସାହର ବାତାବରଣ ସୃଷ୍ଟି କରିଥିଲେ।

ରାହୁଲ ଗାନ୍ଧି ଓ କର୍ଣ୍ଣାଟକ ସିଏମ ସିଦ୍ଧରମୈୟାଙ୍କ ମଧ୍ୟରେ ଚାଲିଥିବା ଏହି ଭିଡିଓକୁ ଭାରତ ଯୋଡ ଯାତ୍ରା ସମୟରେ କଂଗ୍ରେସ ଦଳ ସେୟାର କରିଛି।  ଛତିଶଗଡ ସିଏମ ଭୁପେଶ ବାଘେଲ ଏହି ଭିଡିଓରେ ନିଜର ପ୍ରତିକ୍ରିୟା ଦେଇଛନ୍ତି।  ଭୁପେଶ ବାଘେଲ ମନ୍ତବ୍ୟ ଦେଇ ଲେଖିଛନ୍ତି, ବର୍ତ୍ତମାନ ଆପଣଙ୍କୁ ପ୍ରସ୍ତୁତ ହେବାକୁ ପଡିବ।
Published by:Soumya Das
First published: