ବୈଦେଶିକ ନୀତିକୁ ନେଇ ରାହୁଲ ଗାନ୍ଧୀ ଓ ଏସ ଜୟଶଙ୍କରଙ୍କ ମଧ୍ୟରେ ତୀବ୍ର ବିତର୍କ ହେଲା
S Jaishankar Vs Rahul Gandhi: ବୈଦେଶିକ ବ୍ୟାପାର ଉପରେ ସଂସଦୀୟ ପରାମର୍ଶଦାତା କମିଟି (Parliamentary Consultative Committee) ବୈଠକରେ ଶନିବାର ଦୁଇ ନେତା ଏକାଠି ହୋଇଥିଲେ । ଏହି ବୈଠକରେ ବରିଷ୍ଠ କଂଗ୍ରେସ ନେତା ଶଶି ଥରୁର ଓ ଶିବସେନାର ପ୍ରିୟଙ୍କା ଚତୁର୍ବେଦୀ ମଧ୍ୟ ଉପସ୍ଥିତ ଥିଲେ ।

ରାହୁଲ ବନାମ ଜୟଶଙ୍କର
- News18 Odia
- Last Updated: January 17, 2021, 11:05 AM IST
ନୂଆ ଦିଲ୍ଲୀ: ଶନିବାର ଦିନ ଦେଶର ବୈଦେଶିକ ନୀତି ଉପରେ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ( S. Jaishanakr) ଓ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ (Rahul Gandhi) ମଧ୍ୟରେ ତୀବ୍ର ବିତର୍କ ହୋଇଥିଲା । ରାହୁଲ ଚୀନ୍ ପ୍ରସଙ୍ଗରେ ଜୟଶଙ୍କରଙ୍କୁ ନେକ ପ୍ରଶ୍ନ-ଉତ୍ତର କରିଛନ୍ତି । ବୈଦେଶିକ ବ୍ୟାପାର ସଂସଦୀୟ ପରାମର୍ଶଦାତା କମିଟିର ବୈଠକରେ ଶନିବାର ଦୁଇ ନେତା ଏକାଠି ହୋଇଥିଲେ । ଏହି ବୈଠକରେ କଂଗ୍ରେସର ବରିଷ୍ଠ ନେତା ଶଶି ଥରୁର ଓ ଶିବସେନାର ପ୍ରିୟଙ୍କା ଚତୁର୍ବେଦୀ ମଧ୍ୟ ଉପସ୍ଥିତ ଥିଲେ ।
ରାହୁଲଙ୍କ ଯୁକ୍ତି ଓ ଜୟଶଙ୍କରଙ୍କ ଉତ୍ତର
ରାହୁଲ ଜୟଶଙ୍କରଙ୍କୁ ପଚାରିଲେ, 'ଆପଣଙ୍କ ମନରେ ଏକ ସ୍ପଷ୍ଟ ରଣନୀତି ଅଛି, ଯାହାକୁ ଆପଣ ତିନୋଟି ବାକ୍ୟରେ କହିପାରିବ । ଚୀନ୍ର ରଣନୀତି ହେଉଛି ସମୁଦ୍ରରୁ ସ୍ଥଳଭାଗକୁ ଯିବା, ଏହା ପୁରୁଣା ରେଶମ ମାର୍ଗକୁ ୟୁରୋପକୁ ସଂଯୋଗ କରିବାକୁ ଚାହୁଁଛି ଓ ଭାରତକୁ ଅତିକ୍ରମ କରି CPEC ମାଧ୍ୟମରେ ଗଲ୍ଫରେ ପହଞ୍ଚିବାକୁ ଚାହୁଁଛି । ଏହାର ମୁକାବିଲା ପାଇଁ ଭାରତ କ’ଣ କରିବ? ' ଏହାର ଜବାବରେ ଜୟଶଙ୍କର କହିଛନ୍ତି ଯେ ଭାରତ, ଜାପାନ ଓ ଋଷକୁ ପୃଥକ କରାଯାଇପାରିବ ନାହିଁ । ତାଙ୍କର ଶକ୍ତି ମଧ୍ୟ କ୍ରମାଗତ ଭାବେ ବୃଦ୍ଧି ପାଉଛି । ଆମକୁ 'ମଲ୍ଟିପୋଲାର୍' ଦୁନିଆ ବିଷୟରେ ଚିନ୍ତା କରିବାକୁ ପଡିବ ।
ଏହି ବିତର୍କରେ ରାହୁଲ କହିଛନ୍ତି ଯେ ୟୁପିଏ ସରକାର ସମୟରେ ଆମର ବୈଦେଶିକ ନୀତି ଅଧିକ ଭଲ ଥିଲା । ଏହାର ଜବାବରେ ଜୟଶଙ୍କର କହିଛନ୍ତି ଯେ ଗତ ଛଅ ବର୍ଷ ମଧ୍ୟରେ ପଡ଼ୋଶୀମାନଙ୍କ ସହ ସମ୍ପର୍କ ବହୁତ ଉନ୍ନତ ହୋଇଛି । ଉଦାହରଣ ସ୍ୱରୂପ, ସେ କହିଛନ୍ତି ଯେ ୟୁପିଏ ବର୍ଷରେ ଭାରତୀୟ ସମ୍ପ୍ରଦାୟ ଓ ଶକ୍ତି ସହ ଜଡିତ କାରବାରରେ ଗଲ୍ଫ ଦେଶ ସହ ସମ୍ପର୍କ ସୀମିତ ଥିଲା, କିନ୍ତୁ ମୋଦୀ ସରକାରଙ୍କ ଅଧୀନରେ ଥିବା ସମ୍ପର୍କକୁ ନେଇ ଏକ ଭିନ୍ନ ଚିତ୍ର ସୃଷ୍ଟି ହୋଇଛି ।
Record three and a half hour meeting of the Parliamentary ConsultativeCommittee on ExternalAffairs began at 11.30 &just concluded. A wide-ranging, stimulating&candid discussion between EAM @DrSJaishankar & the dozen MPs who attended. We need more such interactions w/GOI! pic.twitter.com/kE0AutA8ZZ
— Shashi Tharoor (@ShashiTharoor) January 16, 2021
ବୈଠକ ଗୁରୁତ୍ୱପୂର୍ଣ୍ଣ ବୋଲି ଥରୁର କହିଛନ୍ତି
ଏହାପରେ ଶଶି ଥରୁର ବୈଠକ ଏକ ଫଟୋ ଟ୍ୱିଟରରେ ସେୟାର କରିଥିଲେ । ସେ ଲେଖିଛନ୍ତି ଯେ 'ବୈଦେଶିକ ବ୍ୟାପାର ସଂସଦୀୟ ପରାମର୍ଶଦାତା କମିଟିର ସାଢ଼େ ତିନି ଘଣ୍ଟା ବୈଠକ ସକାଳ ୧୧:୩୦ ରୁ ଆରମ୍ଭ ହୋଇ ବର୍ତ୍ତମାନ ଶେଷ ହୋଇଛି । ବୈଦେଶକ ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର ଓ ଏକ ଡର୍ଜନ ସାଂସଦଙ୍କ ମଧ୍ୟରେ ଏକ ବିସ୍ତୃତ, ଉତ୍ସାହଜନକ ଓ ନିରପେକ୍ଷ ଆଲୋଚନା ହୋଇଥିଲା । ଆମକୁ ସରକାରଙ୍କ ସହ ଏହିପରି ଅଧିକ ସଂଳାପ ଦରକାର ।