ଦ୍ରାବିଡ଼ ଶ୍ରୀଲଙ୍କା ଗସ୍ତରେ ଭାରତର କୋଚ ହେବେ; ୭ ବର୍ଷ ପରେ ଟିମ୍ ଇଣ୍ଡିଆ ସହ ଯୋଗଦେବେ

ଭାରତର ପୂର୍ବତନ ଅଧିନାୟକ ରାହୁଲ ଦ୍ରାବିଡ ଶ୍ରୀଲଙ୍କା ଗସ୍ତରେ ଟିମ୍ ଇଣ୍ଡିଆର କୋଚ୍ ହେବେ । ଏହାପୂର୍ବରୁ ଦ୍ରାବିଡ ଇଣ୍ଡିଆ ଏ ଓ ଅଣ୍ଡର -୧୯ ଦଳର ମୁଖ୍ୟ କୋଚ୍ ଭାବରେ କାମ କରି ସାରିଛନ୍ତି । ତାଙ୍କ କୋଚିଂ ଅଧୀନରେ ୨୦୧୮ ରେ ଭାରତ ଅଣ୍ଡର -୧୯ ବିଶ୍ୱକପ ଜିତିଥିଲା ।

ଦ୍ରାବିଡ଼ ଶ୍ରୀଲଙ୍କା ଗସ୍ତରେ ଭାରତର କୋଚ ହେବେ; ୭ ବର୍ଷ ପରେ ଟିମ୍ ଇଣ୍ଡିଆ ସହ ଯୋଗଦେବେ
ଦ୍ରାବିଡ଼ ଶ୍ରୀଲଙ୍କା ଗସ୍ତରେ ଭାରତର କୋଚ ହେବେ
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ନୂଆ ଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳ ଜୁଲାଇରେ ଶ୍ରୀଲଙ୍କା ଗସ୍ତ କରିବାକୁ ଯାଉଛି । ଭାରତର ପୂର୍ବତନ ଭେଟେରାନ ରାହୁଲ ଦ୍ରାବିଡ ଶ୍ରୀଲଙ୍କା ଗସ୍ତରେ ଟିମ୍ ଇଣ୍ଡିଆର କୋଚିଂ ଦାୟିତ୍ବ ଗ୍ରହଣ କରିବେ । ଜୁଲାଇରେ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ଓ ତିନି ମ୍ୟାଚ୍ ବିଶିଷ୍ଟ ଟି -୨୦ ସିରିଜ୍ ଖେଳାଯିବ । ସମ୍ପ୍ରତି ନ୍ୟାସନାଲ କ୍ରିକେଟ୍ ଏକାଡେମୀର (NCA) ମୁଖ୍ୟ ଦ୍ରାବିଡ ଭାରତ 'ଏ' ଓ ଅଣ୍ଡର -୧୯ ଦଳର କୋଚ୍ ରହିଛନ୍ତି । ଦ୍ରାବିଡ ଦ୍ୱିତୀୟ ଥର ପାଇଁ ସିନିୟର ଦଳରେ ଯୋଗଦେବାକୁ ଯାଉଛନ୍ତି । ଏହାପୂର୍ବରୁ ସେ ୨୦୧୪ ରେ ଭାରତୀୟ ଦଳର ବ୍ୟାଟିଂ ପରାମର୍ଶଦାତା ଭାବରେ ଇଂଲଣ୍ଡ ଗସ୍ତରେ ଯାଇଥିଲେ ।

ଜଣେ ଅଧିକାରୀ ANI କୁ କହିଛନ୍ତି, "ଟିମ୍ ଇଣ୍ଡିଆର କୋଚିଂ ଷ୍ଟାଫ୍ ବ୍ରିଟେନରେ ରହିବେ ଓ ଏହା ସବୁଠାରୁ ଭଲକଥା ଯେ ଯୁବ ଦଳ ଦ୍ରାବିଡଙ୍କ ଦ୍ୱାରା ପରିଚାଳିତ ହେବ କାରଣ ସେ ପ୍ରାୟ ସମସ୍ତ ଭାରତର 'ଏ' ଖେଳାଳିଙ୍କ ସହ କାମ କରିସାରିଛନ୍ତି । ଏହା ଯୁବ ଖେଳାଳିଙ୍କୁ ସାହାଯ୍ୟ କରିବ ଓ ଏକ ଅତିରିକ୍ତ ଲାଭ ଦ୍ରାବିଡ ୨୦୧୬ ରୁ ୨୦୧୯ ପର୍ଯ୍ୟନ୍ତ ଭାରତ-ଏ ଓ ଇଣ୍ଡିଆ ଅଣ୍ଡର-୧୯ ଦଳର ମୁଖ୍ୟ କୋଚ୍ ଭାବରେ କାର୍ଯ୍ୟ କରିଛନ୍ତି । ତାଙ୍କ ପ୍ରଶିକ୍ଷକଙ୍କ ଅଧୀନରେ ହିଁ ଭାରତର ଅଣ୍ଡର -୧୯ ଦଳ ୨୦୧୬ ରେ ବିଶ୍ୱକପ୍ ରନର୍ ଅପ୍ ଓ ୨୦୧୮ ରେ ଚାମ୍ପିଅନ୍ ହୋଇଥିଲେ । ତାଙ୍କୁ ୨୦୧୯ ରେ ବିସିସିଆଇ ଦ୍ୱାରା ନ୍ୟାସନାଲ କ୍ରିକେଟ୍ ଏକାଡେମୀ ଅର୍ଥାତ୍ ଏନସିଏର ନିର୍ଦ୍ଦେଶକ କରାଯାଇଥିଲା ।

ଭାରତୀୟ ଦଳ ଶ୍ରୀଲଙ୍କାରେ ଜୁଲାଇରେ ୫ ଜୁଲାଇରେ ପହଞ୍ଚିବ । ଯେଉଁଠାରେ ୩ ଟି ଦିନିକିଆ ମ୍ୟାଚ ଖେଳାଯିବ । ପ୍ରଥମ ମ୍ୟାଚ୍ ୧୩ ଜୁଲାଇରେ, ଦ୍ୱିତୀୟଟି ୧୬ ଜୁଲାଇରେ ଓ ତୃତୀୟ ମ୍ୟାଚ୍ ୧୯ ଜୁଲାଇରେ ଖେଳାଯିବ । ଏହା ପରେ ତିନି ମ୍ୟାଚ୍ ବିଶିଷ୍ଟ ଟି -୨୦ ସିରିଜ୍ ଖେଳାଯିବ । ଟି -୨୦ ସିରିଜର ପ୍ରଥମ ମ୍ୟାଚ୍ ଜୁଲାଇ ୨୨ ରେ, ଦ୍ୱିତୀୟ ମ୍ୟାଚ୍ ଜୁଲାଇ ୨୪ ରେ ଓ ତୃତୀୟ ମ୍ୟାଚ୍ ଜୁଲାଇ ୨୭ ରେ ଖେଳାଯିବ । କଲମ୍ବୋର ପ୍ରେମାଡାସା ଷ୍ଟାଡିୟମରେ ସମସ୍ତ ମ୍ୟାଚ୍ ଖେଳାଯିବ ।

ଶ୍ରୀଲଙ୍କା ଗସ୍ତ ସମୟରେ ବିରାଟ କୋହଲି, ଜସପ୍ରୀତ ବୁମ୍ରା ଓ ରୋହିତ ଶର୍ମାଙ୍କ ଭଳି ବଡ଼ ଖେଳାଳି ଇଂଲଣ୍ଡରେ ଟେଷ୍ଟ ସିରିଜ୍ ଖେଳୁଥିବେ । ତେଣୁ ଏହି ଗସ୍ତରେ ଶିଖର ଧାୱନ କିମ୍ବା ଭୁବନେଶ୍ୱର କୁମାରଙ୍କୁ ଅଧିନାୟକ କରାଯାଇପାରେ ।
Published by: Jagdish Barik
First published: May 20, 2021, 2:00 PM IST