ଶ୍ରୀଲଙ୍କା ଗସ୍ତ ସମୟରେ ଭାରତୀୟ କ୍ରିକେଟ୍ ଦଳର କୋଚ୍ ହେବେ ରାହୁଲ ଦ୍ରାବିଡ: ରିପୋର୍ଟ

ସମ୍ଭାବନା ରହିଛି ଜାତୀୟ କ୍ରିକେଟ୍ ଏକାଡେମୀର ମୁଖ୍ୟ ରାହୁଲ ଦ୍ରାବିଡ ନିଜ ସାଥୀ ଖେଳାଳିଙ୍କ ସହ ଶ୍ରୀଲଙ୍କା ଗସ୍ତରେ ଭାରତୀୟ ଦଳ ସହିତ ଯିବେ । ଯଦିଓ ଏହାର କୌଣସି ନିଶ୍ଚିତତା ନାହିଁ । କିନ୍ତୁ ଏହା ଘଟିବ ବୋଲି ଆଶା କରାଯାଉଛି ।

ଶ୍ରୀଲଙ୍କା ଗସ୍ତ ସମୟରେ ଭାରତୀୟ କ୍ରିକେଟ୍ ଦଳର କୋଚ୍ ହେବେ ରାହୁଲ ଦ୍ରାବିଡ: ରିପୋର୍ଟ
ଶ୍ରୀଲଙ୍କା ଗସ୍ତ ସମୟରେ ଭାରତୀୟ କ୍ରିକେଟ୍ ଦଳର କୋଚ୍ ହେବେ ରାହୁଲ ଦ୍ରାବିଡ
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ନୂଆ ଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳ (Indian Cricket Team) ଆସନ୍ତା ଜୁଲାଇ ମାସରେ ଶ୍ରୀଲଙ୍କା ଗସ୍ତ କରିବାକୁ ଯାଉଛି । ଭାରତର ପୂର୍ବତନ ଭେଟେରାନ ଖେଳାଳି ରାହୁଲ ଦ୍ରାବିଡ (Rahul Dravid) ଶ୍ରୀଲଙ୍କା ଗସ୍ତରେ ଦଳର କୋଚ ହୋଇପାରନ୍ତି । ଜୁଲାଇରେ ଭାରତ ଓ ଶ୍ରୀଲଙ୍କା (India vs Sri Lanka) ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ODI ଓ ତିନି ମ୍ୟାଚ୍ ବିଶିଷ୍ଟ ଟି -୨୦ ସିରିଜ୍ ଖେଳାଯିବ । କ୍ରିକେଟ୍ ବୋର୍ଡ ଅଫ୍ ଇଣ୍ଡିଆ (BCCI) ସଭାପତି ସୌରଭ ଗାଙ୍ଗୁଲି (Sourav Ganguly) ରବିବାର କହିଛନ୍ତି ଯେ ଶୀର୍ଷ ଖେଳାଳି ବିନା ଜୁଲାଇରେ ସୀମିତ ଓଭର ସିରିଜ୍ ପାଇଁ ଭାରତୀୟ ଦଳ ଶ୍ରୀଲଙ୍କା ଗସ୍ତ କରିବ । ଅଧିନାୟକ ବିରାଟ କୋହଲି, ରୋହିତ ଶର୍ମାଙ୍କ ପରି ବଡ ଖେଳାଳି ଏହି ଗସ୍ତରେ ଅଂଶ ହେବେ ନାହିଁ । କାରଣ ସେମାନେ ଏହି ସମୟରେ ଇଂଲଣ୍ଡ ବିପକ୍ଷ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ପାଇଁ ପ୍ରସ୍ତୁତ ହେବେ ।

ବିରାଟ କୋହଲି ଓ ରୋହିତ ଶର୍ମାଙ୍କ ପରି ବଡ ଖେଳାଳିଙ୍କ ସହ କୋଚ ରବି ଶାସ୍ତ୍ରୀ ମଧ୍ୟ ଏହି ଗସ୍ତ ଠାରୁ ଦୂରରେ ରହିପାରନ୍ତି । କ୍ରିକବଜଙ୍କ ରିପୋର୍ଟ ଅନୁଯାୟୀ, ରାହୁଲ ଦ୍ରାବିଡ ନିଜ ଜାତୀୟ କ୍ରିକେଟ୍ ଏକାଡେମୀର ସାଥୀମାନଙ୍କୁ ନେଇ ଶ୍ରୀଲଙ୍କା ଗସ୍ତ ସମୟରେ ଭାରତୀୟ କ୍ରିକେଟ୍ ଦଳ ସହ ଯିବାର ସମ୍ଭାବନା ରହିଛି । ଯଦିଓ ଏହାର କୌଣସି ନିଶ୍ଚିତତା ନାହିଁ । କିନ୍ତୁ ଆଶା କରାଯାଉଛି ଯେ ବିରାଟ କୋହଲିଙ୍କ ନେତୃତ୍ୱରେ ଦଳ ଏହି ସମୟରେ ଇଂଲଣ୍ଡରେ ରହିବେ । ଏଭଳି ପରିସ୍ଥିତିରେ ଅନ୍ୟ ଏକ ଦଳ ଶ୍ରୀଲଙ୍କା ଗସ୍ତ ପାଇଁ ଯିବ ।

ଏଭଳି ପରିସ୍ଥିତିରେ ମୁଖ୍ୟ ପ୍ରଶିକ୍ଷକ ରବି ଶାସ୍ତ୍ରୀ, ବୋଲିଂ ପ୍ରଶିକ୍ଷକ ଭାରତ ଅରୁଣ, ବ୍ୟାଟିଂ ପ୍ରଶିକ୍ଷକ ବିକ୍ରମ ରାଠୋର ଶ୍ରୀଲଙ୍କା ଗସ୍ତରେ ଖେଳାଳିଙ୍କୁ ସାହାଯ୍ୟ କରି ପାରିବେ ନାହିଁ ବୋଲି ଏକ ସମ୍ଭାବନା ରହିଛି । କୋହଲିଙ୍କ ନେତୃତ୍ୱାଧୀନ ଦଳ ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଫାଇନାଲ୍ ପାଇଁ ଇଂଲଣ୍ଡରେ ରହିବ ଓ ତା’ପରେ ଇଂଲଣ୍ଡ ବିପକ୍ଷରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ହେବ ।

ରାହୁଲ ଦ୍ରାବିଡ ଅଣ୍ଡର -୧୯ ଓ ଏ ଦଳର ଅଧିନାୟକତ୍ୱ ଓ ପ୍ରଶିକ୍ଷକ ରହି ସାରିଛନ୍ତି । ଏପରି ପରିସ୍ଥିତିରେ ଏହା କରିବା ତାଙ୍କ ପାଇଁ ନୂଆ ହେବ ନାହିଁ । ଦ୍ରାବିଡଙ୍କ କୋଚିଂରେ ଋଷଭ ପନ୍ତ ଓ ପୃଥ୍ଵୀ ଶ'ଙ୍କ ଭଳି ଖେଳାଳି ପ୍ରସ୍ତୁତ ହୋଇସାରିଛନ୍ତି । ରାହୁଲ ଦ୍ରାବିଡ ଗତ କିଛି ବର୍ଷ ଧରି ବରିଷ୍ଠ ଦଳକୁ ନୂତନ ପ୍ରତିଭା ପ୍ରଦାନ କରିଆସୁଛନ୍ତି । ଶିଖର ଧାୱନ, ପୃଥ୍ଵୀ ଶ', ସୂର୍ଯ୍ୟକୁମାର ଯାଦବ, ଇଶାନ କିଶନ, ହାର୍ଦ୍ଦିକ ପାଣ୍ଡ୍ୟା, କ୍ରୁନାଲ ପାଣ୍ଡ୍ୟା, ଭୁବନେଶ୍ୱର କୁମାର, ନବଦୀପ ସାଇନି, ଖଲିଲ ଅହମ୍ମଦ, ୟୁଜବେନ୍ଦ୍ର ଚହଲ, କୁଲଦୀପ ଯାଦବଙ୍କ ଭଳି ଖେଳାଳିମାନେ ଶ୍ରୀଲଙ୍କା ଗସ୍ତରେ ଉପଲବ୍ଧ ହେବେ । ଏଭଳି ପରିସ୍ଥିତିରେ ଅନେକ କ୍ରିକେଟରଙ୍କୁ ଭାରତୀୟ ଚୟନକାରୀଙ୍କ ଆଖିରେ ଆସିବାର ସୁଯୋଗ ମିଳିବ ।

କ୍ରିକିନଫୋର ରିପୋର୍ଟ ଅନୁଯାୟୀ, ବିରାଟ କୋହଲିଙ୍କ ବିନା ଭାରତୀୟ ଦଳ ୨ ଜୁଲାଇରେ ଶ୍ରୀଲଙ୍କାରେ ପହଞ୍ଚିବ । ଯେଉଁଠାରେ ୩ ଟି ODI ଖେଳାଯିବ । ପ୍ରଥମ ମ୍ୟାଚ୍ ୧୩ ଜୁଲାଇରେ, ଦ୍ୱିତୀୟଟି ୧୬ ଜୁଲାଇରେ ଓ ତୃତୀୟ ମ୍ୟାଚ୍ ୧୯ ଜୁଲାଇରେ ଖେଳାଯିବ । ଏହା ପରେ ତିନି ମ୍ୟାଚ୍ ବିଶିଷ୍ଟ ଟି -୨୦ ସିରିଜ୍ ଖେଳାଯିବ । ଟି -୨୦ ସିରିଜର ପ୍ରଥମ ମ୍ୟାଚ୍ ଜୁଲାଇ ୨୨ ରେ, ଦ୍ୱିତୀୟ ମ୍ୟାଚ୍ ଜୁଲାଇ ୨୪ ରେ ଓ ତୃତୀୟ ମ୍ୟାଚ୍ ଜୁଲାଇ ୨୭ ରେ ଖେଳାଯିବ । କଲମ୍ବୋର ପ୍ରେମାଦାସା ଷ୍ଟାଡିୟମରେ ସମସ୍ତ ମ୍ୟାଚ୍ ଖେଳାଯିବ ।
Published by: Jagdish Barik
First published: May 11, 2021, 11:07 AM IST