GDP ହ୍ରାସ ଚିନ୍ତାଜନକ, ଯଦି ଏହି ପଦକ୍ଷେପ ନିଆ ନ ଯାଏ ତେବେ ଆହୁରି ଖରାପ ହୋଇପାରେ ଅର୍ଥନୀତି- ରଘୁରାମ ରାଜନ

ରାଜନ କହିଛନ୍ତି ସରକାର ଭବିଷ୍ୟତରେ ପ୍ରୋତ୍ସାହନ ପ୍ୟାକେଜ୍ ଦେବା ପାଇଁ ଆଜି ସମ୍ବଳ ସଞ୍ଚୟର ରଣନୀତିକୁ ଆପଣେଇଛନ୍ତି ଯାହା ଆତ୍ମହତ୍ୟା ସଦୃଶ । ସରକାରୀ ଅଧିକାରୀ ଭାବୁଛନ୍ତି ଯେ ଭାଇରସ୍ ନିୟନ୍ତ୍ରଣ ହେବା ପରେ ସେମାନେ ରିଲିଫ୍ ପ୍ୟାକେଜ୍ ଦେବେ, ସେମାନେ ପରିସ୍ଥିତିର ଗମ୍ଭୀରତାକୁ ଭୁଲ ଆକଳନ କରୁଛନ୍ତି ।

GDP ହ୍ରାସ ଚିନ୍ତାଜନକ, ଯଦି ଏହି ପଦକ୍ଷେପ ନିଆ ନ ଯାଏ ତେବେ ଆହୁରି ଖରାପ ହୋଇପାରେ ଅର୍ଥନୀତି- ରଘୁରାମ ରାଜନ
ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆର ପୂର୍ବତନ ଗଭର୍ନର ରଘୁରାମ ରାଜନ (ଫାଇଲ ଫଟୋ)
  • News18 Odia
  • Last Updated: September 7, 2020, 3:59 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ନୂଆ ଦିଲ୍ଲୀ: କରୋନା ଯୋଗୁଁ ଅର୍ଥନୀତି ବହୁତ ମାତ୍ରାରେ ପ୍ରଭାବିତ ହୋଇଛି । ଯାହାର ଚିନ୍ତା ଏବେ ସମଗ୍ର ଦେଶକୁ ହୋଇଛି । ଏହାକୁ ନେଇ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆର ପୂର୍ବତନ ଗଭର୍ନର ରଘୁରାମ ରାଜନ ତାଙ୍କ ଲିଙ୍କଡଇନ ପୃଷ୍ଠାରେ ଏକ ପୋଷ୍ଟରେ ଲେଖିଛନ୍ତି । ଯେଉଁଥିରେ ସେ କହିଛନ୍ତି ଦେଶର ଜିଡିପି ପରିସଂଖ୍ୟାନକୁ ଦେଖି ସମସ୍ତେ ସଚେତନ ହେବା ଦରକାର । ରଘୁରାମ ରାଜନ (Raghuram Rajan) ଲେଖିଛନ୍ତି ଯେ ଯେତେବେଳେ ଅନୌପଚାରିକ କ୍ଷେତ୍ରଗୁଡ଼ିକର  ସୂଚନା ଯୋଡାଯିବ ସେତେବେଳେ ଅର୍ଥନୀତି ୨୩.୯ ପ୍ରତିଶତରୁ ଆହୁରି ଖରାପ ହୋଇପାରେ । ସେ ବିଶ୍ୱାସ କରନ୍ତି ଯେ ଆମେରିକା ଓ ଇଟାଲୀ ଅପେକ୍ଷା ଭାରତର ଅର୍ଥନୀତି ଅଧିକ କ୍ଷତିଗ୍ରସ୍ତ ହୋଇଛି । ଏହି ଦୁଇ ଦେଶ କରୋନା ଭୂତାଣୁ ମହାମାରୀ (କୋଭିଡ -୧୯ ମହାମାରୀ) ଦ୍ୱାରା ଅଧିକ ପ୍ରଭାବିତ ହୋଇଥିଲେ ।

ରାଜନ କହିଛନ୍ତି ସରକାର ଭବିଷ୍ୟତରେ ପ୍ରୋତ୍ସାହନ ପ୍ୟାକେଜ୍ ଦେବା ପାଇଁ ଆଜି ସମ୍ବଳ ସଞ୍ଚୟର ରଣନୀତିକୁ ଆପଣେଇଛନ୍ତି ଯାହା ଆତ୍ମହତ୍ୟା ସଦୃଶ । ସରକାରୀ ଅଧିକାରୀ ଭାବୁଛନ୍ତି ଯେ ଭାଇରସ୍ ନିୟନ୍ତ୍ରଣ ହେବା ପରେ ସେମାନେ ରିଲିଫ୍ ପ୍ୟାକେଜ୍ ଦେବେ, ସେମାନେ ପରିସ୍ଥିତିର ଗମ୍ଭୀରତାକୁ ଭୁଲ ଆକଳନ କରୁଛନ୍ତି । ଯଦି ଏହା ଜାରି ରହେ ତେବେ ଅର୍ଥନୀତି ବହୁତ କ୍ଷତି ସହିବ ।

ରିଲିଫ୍ ପ୍ୟାକେଜ୍ ବିନା ନଷ୍ଟ ହୋଇଯିବେ ଲୋକ
ରାଜନ କହିଛନ୍ତି ଯେ ଯଦି ଆପଣ ରୋଗୀ ଭଳି ଅର୍ଥନୀତିକୁ ଦେଖନ୍ତି, ତେବେ ଏହାର ନିରନ୍ତର ଚିକିତ୍ସା ଆବଶ୍ୟକ । ରାଜନ କହିଛନ୍ତି, 'ରିଲିଫ୍ ବିନା ଲୋକମାନେ ଖାଇବା ଛାଡିଦେବେ, ସେମାନେ ପିଲାମାନଙ୍କୁ ସ୍କୁଲରୁ ବାହାର କରିଦେବେ ଓ ସେମାନଙ୍କୁ କାମ କିମ୍ବା ଭିକ ମାଗିବାକୁ ପଠାଇବେ, ଋଣ ପାଇଁ ସେମାନେ ନିଜ ସୁନାକୁ ବନ୍ଧା ପକାଇଦେବେ, EMI ଓ ଘର ଭଡା ବୃଦ୍ଧି ପାଇବ । ସେହିଭଳି, ରିଲିଫ୍ ଅନୁପସ୍ଥିତିରେ କ୍ଷୁଦ୍ର ଓ ମଧ୍ୟମ କମ୍ପାନୀଗୁଡିକ ସେମାନଙ୍କ କର୍ମଚାରୀଙ୍କୁ ପାରିଶ୍ରମିକ ଦେଇ ପାରିବେ ନାହିଁ, ସେମାନଙ୍କର ଋଣ ବୃଦ୍ଧି ପାଇବ ଓ ଶେଷରେ ସେମାନେ ବନ୍ଦ ହୋଇଯିବେ । ଏହିପରି ହେଲେ ଭୂତାଣୁ ନିୟନ୍ତ୍ରଣ ହେବା ବେଳକୁ ଅର୍ଥନୀତି ନଷ୍ଟ ହୋଇ ଯାଇଥିବା । ପୂର୍ବତନ ଗଭର୍ନରଙ୍କ ଅନୁଯାୟୀ ସରକାର ଉଭୟ ରିଲିଫ ଓ ଉତ୍ସାହ ପାଇଁ ଖର୍ଚ୍ଚ କରିପାରିବେ ନାହିଁ ବୋଲି ଭାବିବା ଭୁଲ ଅଟେ । ରାଜନ କହିଛନ୍ତି ଯେ ସମ୍ବଳ ବୃଦ୍ଧି ଓ ସଠିକ୍ ଖର୍ଚ୍ଚ କରିବାର ଆବଶ୍ୟକତା ରହିଛି ।
Published by: Jagdish Barik
First published: September 7, 2020, 3:59 PM IST
corona virus btn
corona virus btn
Loading