ହୋମ୍ » ଓଡ଼ିଶା ନ୍ୟୁଜ୍ » ଟ୍ରେଣ୍ଡିଙ୍ଗ»VIDEO: ଯେବେ ଅଳିଆ ଗୋଟାଉଥିବା ମହିଳା ଇଂରାଜୀ କହିବା ଆରମ୍ଭ କଲେ, ବଡ଼ ସତ ସାମନାକୁ ଆସିଲା

VIDEO: ଯେବେ ଅଳିଆ ଗୋଟାଉଥିବା ମହିଳା ଇଂରାଜୀ କହିବା ଆରମ୍ଭ କଲେ, ବଡ଼ ସତ ସାମନାକୁ ଆସିଲା

Bengaluru English-speaking rag-picker woman viral video | ସୋସିଆଲ୍‌ ମିଡ଼ିଆରେ ଏହି ମହିଳାଙ୍କ ଭିଡିଓ ଭାଇରାଲ୍ ହେବାରେ ଲାଗିଛି । ବେଙ୍ଗାଲୁରୁରେ ଅଳିଆ ଗୋଟାଉଥିବା ଏହି ମହିଳାଙ୍କ ସହ କଥା ହୋଇ ଜଣେ ଇନଷ୍ଟାଗ୍ରାମ୍ ବ୍ୟବହାରକାରୀ ଜାଣିବାକୁ ପାଇଛନ୍ତି ଯେ ସେହି ମହିଳା ଉଚ୍ଚଶିକ୍ଷିତା ।

VIDEO: ଯେବେ ଅଳିଆ ଗୋଟାଉଥିବା ମହିଳା ଇଂରାଜୀ କହିବା ଆରମ୍ଭ କଲେ, ବଡ଼ ସତ ସାମନାକୁ ଆସିଲା
ଅଳିଆ ଗୋଟାଉଥିବା ସେହି ମହିଳା
  • News18 Odia
  • Last Updated: August 18, 2021, 10:13 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ବେଙ୍ଗାଲୁରୁ: ଆମେ ଅନେକ ସମୟରେ ରାସ୍ତାରେ, ଡାକ୍ତରଖାନା ନିକଟରେ, ସ୍କୁଲ୍‌ ଓ ରେଳ ଷ୍ଟେସନ ନିକଟରେ ଗରିବ ଲୋକଙ୍କୁ ବା ଭିକାରୀମାନଙ୍କୁ ଅଳିଆ ଗୋଟାଉଥିବାର ଦେଖୁଁ ଓ ବେଳେବେଳେ ସେମାନଙ୍କୁ କିଛି ପଇସା ଦେଉ । ସେହି ଲୋକମାନଙ୍କର ରୂପ ଭେକ ଦେଖି ଆମେ ପ୍ରାୟ ସବୁବେଳେ ସେମାନଙ୍କୁ ଅସହାୟ, ହତଭାଗା ଓ ଉନ୍ନତ କାମ କରିବାକୁ ଅଯୋଗ୍ୟ ଲୋକ ବୋଲି ଭାବୁ । ହେଲେ ଏହା ଯେ ସବୁ ବେଳେ ସତ ହୋଇ ନ ଥାଏ ସେମିତି ଏକ ମାମଲା ଏବେ ସାମ୍ନାକୁ ଆସିଛି ।

ବେଙ୍ଗାଲୁରୁରେ ଅଳିଆ ଗଦାରୁ ଅଳିଆ ଉଠାଉଥିବା ଜଣେ ମହିଳା ହଠାତ୍ ଭଲଭାବେ ଇଂରାଜୀ କହିବା ଆରମ୍ଭ କରିବା ଦେଖି ସେଠାରେ ଥିବା ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ତା’ ପରେ ମହିଳା ଜଣକ ନିଜ ବିଷୟରେ ଯାହା କହିଲେ ତାହା ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ।

ଏହା ବି ପଢ଼ନ୍ତୁ | Olympics: ହକି ମ୍ୟାଚ୍ ଖାଲି ପଞ୍ଜାବୀ ଖେଳାଳିମାନେ ଜିତାଇଲେ? ଓଡ଼ିଶା ଖେଳାଳି କଛି କରିନାହାନ୍ତି?

ଇନଷ୍ଟାଗ୍ରାମରେ ପୋଷ୍ଟ ହୋଇଥିବା ଏହି ମହିଳାଙ୍କ ଭିଡିଓ ଏବେ ଭାଇରାଲ୍‌ ହେବାରେ ଲାଗିଛି । ବେଙ୍ଗାଲୁରୁର ସଦାଶିବ ନଗର ଅଞ୍ଚଳରେ ଅଳିଆ ଗୋଟାଉଥିବା ଏହି ମହିଳାଙ୍କ ସହ କଥା ହୋଇ ଇନଷ୍ଟାଗ୍ରାମ ଉପଭୋକ୍ତା ଜାଣିବାକୁ ପାଇଥିଲେ ଯେ ସେହି ମହିଳା ଜଣକ ଉଚ୍ଚଶିକ୍ଷିତା । ସେ ଭଲଭାବେ ଇଂରାଜୀ କହୁଥିଲେ ଓ ତାଙ୍କ କଥାବାର୍ତ୍ତାରେ ମାର୍ଜିତ ଭାବ ଥିଲା ।

ଏହା ବି ପଢ଼ନ୍ତୁ | ସୌମ୍ୟରଞ୍ଜନ ମୃତ୍ୟୁ: ପତ୍ନୀ ବିଦ୍ୟାଭାରତୀ ଏବେ ସନ୍ଦେହର କେନ୍ଦ୍ର ବିନ୍ଦୁରେ; ଖୁବ୍ଶୀଘ୍ର ଜେରା ହେବ

ନିଜ ବିଷୟରେ ବର୍ଣ୍ଣନା କରି ମହିଳା ଜଣକ କହିଛନ୍ତି ଯେ ସେ ଜାପାନରେ ସାତ ବର୍ଷ କାମ କରିଛନ୍ତି ଓ ବର୍ତ୍ତମାନ ଭାରତ ଆସିଛନ୍ତି । ସେସିଲିଆ ମାର୍ଗେଟ୍ ଲରେନ୍ସ ନାମକ ଏହି ମହିଳା କଥାବାର୍ତ୍ତା ମଝିରେ ଗୋଟିଏ ଗୀତ ବି ଗାଇଛନ୍ତି ଓ କହିଛନ୍ତି ଯେ ସେ ଜଣେ କଳାକାର ଓ ସେ ମଡେଲିଂ ବି କରିଛନ୍ତି । ଏହି ମହିଳାଙ୍କ ଭିଡିଓ ଭାଇରାଲ ହେବା ପରେ ତାଙ୍କ ବିଷୟରେ ଅନେକ କଥା ସାମ୍ନାକୁ ଆସିଛି ।

ଏଇଠି ଦେଖନ୍ତୁ ସେହି ମହିଳାଙ୍କ ଭାଇରାଲ୍‌ ଭିଡିଓ:




କିଛି ଇନଷ୍ଟାଗ୍ରାମ ବ୍ୟବହାରକାରୀ ଏହି ମହିଳାଙ୍କ ଫଟୋ ଓ ଭିଡିଓ ପୋଷ୍ଟ କରିଛନ୍ତି ଯେଉଁଥିରେ ସେ ମଡେଲିଂ କରୁଥିବା ଦେଖାଯାଉଛି । କେବଳ ଏତିକି ନୁହେଁ, କିଛି ଲୋକ ଏହି ମହିଳାଙ୍କ ନାମରେ ଥିବା ଏକ ଇନଷ୍ଟାଗ୍ରାମ୍‌ ଆକାଉଣ୍ଟ ଶେୟାର୍‌ କରି କହିଛନ୍ତି ଯେ ତାହା ସେହି ମହିଳାଙ୍କ ଇନଷ୍ଟା ଆକାଉଣ୍ଟ । ଯଦିଓ ଏହା ନିଶ୍ଚିତ ହୋଇନାହିଁ ଯେ ସେ ନିଜେ ହିଁ ସେହି ଇନଷ୍ଟାଗ୍ରାମ୍‌ ଅକାଉଣ୍ଟର ମାଲିକ, କିନ୍ତୁ ସେଥିରେ ତାଙ୍କର ଅନେକ ଫଟୋ ଶେୟାର୍‌ କରାଯାଇଛି ।



ବର୍ତ୍ତମାନ ଏହି ମହିଳାଙ୍କ ଇଂରାଜୀ କହୁଥିବା ଭିଡିଓଟି ବହୁତ ଭାଇରାଲ ହେବାରେ ଲାଗିଛି । ଭିଡିଓଟି ଭାଇରାଲ ହେବା ପରେ ଅନେକ ଲୋକ ମନ୍ତବ୍ୟ ଦେଇ ଲେଖିଛନ୍ତି ଯେ ସେ ଜଣେ ବହୁତ ଭଲ ମହିଳା। କିଛି ଲୋକ ଲେଖିଛନ୍ତି ଯେ ଏହି ମହିଳାଙ୍କୁ ସମସ୍ତେ ସାହାଯ୍ୟ କରିବା ଉଚିତ୍ ।
First published: August 18, 2021, 10:13 PM IST