Radhika Merchant: ଭାବି ବୋହୂ ରାଧିକାଙ୍କ ପାଇଁ ଅମ୍ବାନୀ ପରିବାରର ସ୍ପେଶାଲ କାର୍ଯ୍ୟକ୍ରମ

Radhika Merchant: ଭାବି ବୋହୂ ରାଧିକା ମର୍ଚ୍ଚାଣ୍ଟଙ୍କ ପାଇଁ ସ୍ପେଶାଲ ସେରିମନିର ଆୟୋଜିତ କଲେ ମୁକେଶ ଅମ୍ବାନି ଓ ନୀତା ଅମ୍ବାନି। ରାଧିକା ଏଥିରେ ଭାରତନାଟ୍ୟମ ନୃତ୍ୟ ପରିବେଷଣ କରିଥିଲେ।

ଭାବି ବୋହୂ ରାଧିକାଙ୍କ ପାଇଁ ଅମ୍ବାନୀ ପରିବାରର ସ୍ପେଶାଲ କାର୍ଯ୍ୟକ୍ରମ

ଭାବି ବୋହୂ ରାଧିକାଙ୍କ ପାଇଁ ଅମ୍ବାନୀ ପରିବାରର ସ୍ପେଶାଲ କାର୍ଯ୍ୟକ୍ରମ

  • Share this:
News18 Odia Digital

ମୁମ୍ବାଇ: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ ମାଲିକ ମୁକେଶ ଅମ୍ବାନୀ ତାଙ୍କ ପତ୍ନୀ ନୀତା ଅମ୍ବାନୀଙ୍କ ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିଓ ୱାର୍ଲ୍ଡ ସେଣ୍ଟରରେ ଷ୍ଟାର ସମାବେଶ ଦେଖିବାକୁ ମିଳିଥିଲା। ନୃତ୍ୟଶିଳ୍ପୀ ରାଧିକା ପ୍ରଥମ ଥର ପାଇଁ ମଞ୍ଚରେ ନାଚିଲେ। ଆଉ ସ୍ପେଶାଲ ସେରିମନିରେ ସାମିଲ ହୋଇଥିଲେ ଅନେକ ସୁନାମଧନ୍ୟ ବ୍ୟକ୍ତି। ସେହିପରି ବଲିଉଡର ସେଲିବ୍ରିଟିଙ୍କୁ ମଧ୍ୟ ଏହି ଶୋରେ ଦେଖିବାକୁ ମିଳିଛି।

ଏହି ଅବସରରେ ଅନିଲ ଅମ୍ବାନୀ, ଟିନା ଅମ୍ବାନୀ, ମୁକେଶ ଅମ୍ବାନୀ, ନୀତା ଅମ୍ବାନୀ, ସେମାନଙ୍କର ବଡ଼ ପୁଅ ଆକାଶ ଅମ୍ବାନୀ ଓ ତାଙ୍କ ପତ୍ନୀ ଶ୍ଲୋକ ମେହେତା ଭାରତୀୟ ପୋଷାକରେ ଉପସ୍ଥିତ ଥିଲେ।

ବଲିଉଡ ତାରକାମାନେ ମଧ୍ୟ ନଜର ଆସିଥିଲେ। ଏହି କ୍ରମରେ ସାମିଲ ଅଛନ୍ତି ସଲମାନ ଖାନ, ଆମୀର ଖାନ, ରଣବୀର ସିଂ। ଏହା ବ୍ୟତୀତ ପୂର୍ବତନ କ୍ରିକେଟର ଜାହିର ଖାନ ଓ ତାଙ୍କ ପତ୍ନୀ ସାଗାରିକା ଘାଟେ ମଧ୍ୟ ରାଧିକା ନୃତ୍ୟ ଦେଖିବାକୁ ପହଞ୍ଚିଥିଲେ। ଅତିଥିମାନେ ଧୀରୁଭାଇ ଅମ୍ବାନୀଙ୍କ ନାମିତ ସ୍କୋୟାର ପାର ହୋଇ 'ଗ୍ରାଣ୍ଡ ଥିଏଟର'ରେ ପହଞ୍ଚିଥିଲେ। ପ୍ରତ୍ୟେକ ଅତିଥିଙ୍କୁ ଅମ୍ବାନୀ ଓ ବ୍ୟବସାୟୀ ପରିବାର ତରଫରୁ ସ୍ୱାଗତ କରାଯାଇଥିଲା।

ସେମାନେ କରୋନା ନିୟମ ଅନୁଯାୟୀ ସମସ୍ତ ଅତିଥିଙ୍କୁ ଭିତରୁ ସ୍ବାଗତ ଜଣାଇଥିଲେ। ସମାରୋହକୁ ଯିବା ପୂର୍ବରୁ ସମସ୍ତଙ୍କ କରୋନା ପରୀକ୍ଷା କରାଯାଉଥିଲା। ସମସ୍ତଙ୍କ ସ୍ୱାସ୍ଥ୍ୟକୁ ଧ୍ୟାନରେ ରଖି ଅତିଥିମାନେ କରୋନା ପରୀକ୍ଷଣରେ ଆପତ୍ତି କରିନଥିଲେ।
Published by:Lipina Das
First published: