News 18 Odia Digital
ନୂଆଦିଲ୍ଲୀ: ଆପଣ ନିଶ୍ଚିତ ଭାବରେ ଠେକୁଆ ଏବଂ କଇଁଛ ମଧ୍ୟରେ ଦୌଡ଼ର କାହାଣୀ ପଢିଥିବେ କିମ୍ବା ଶୁଣିଥିବେ । ଅତ୍ୟଧିକ ଆତ୍ମବିଶ୍ୱାସ ହେତୁ ଦୌଡ଼ରେ କଇଁଛ ଠାରୁ ଠେକୁଆ ପରାସ୍ତ ହୋଇଥିଲା । ମଙ୍ଗଳବାର ଦିନ ଖଣ୍ଡୱାଠାରେ ଫରେଷ୍ଟ୍ ଗାର୍ଡ (forest guard) ନିଯୁକ୍ତି ଦୌଡ଼ରେ ମଧ୍ୟ ଏପରି ଏକ କାହାଣୀ ଦେଖିବାକୁ ମିଳିଛି । ଚାନ୍ଦବାରେ ଫରେଷ୍ଟ୍ ଗାର୍ଡ ନିଯୁକ୍ତି ପରୀକ୍ଷା ଚାଲିଥିଲା। ଏହା ଅଧୀନରେ ବନ ବିଭାଗ ପକ୍ଷରୁ ୨୪ କିଲୋମିଟର ଦୌଡ଼ର ଆୟୋଜନ କରାଯାଇଥିଲା। ଏହି ରେସରେ ଅଗ୍ରଣୀ ପ୍ରତିଯୋଗୀ ତିନି ଘଣ୍ଟା ମଧ୍ୟରେ ୨୧ କିଲୋମିଟର ଦୂରତା ଅତିକ୍ରମ କରିଥିଲେ । ଯେତେବେଳେ ସେ ଦେଖିଲେ ସମସ୍ତେ ବହୁତ ପଛରେ ରହିଯାଇଛନ୍ତି । ସେ ଦୌଡ ବନ୍ଦ କରି ବିଶ୍ରାମ ନେବା ଆରମ୍ଭ କରିଦେଲେ । ଦୌଡ଼ ଶେଷ ହେବା ପରେ ଶାରୀରିକ ପରୀକ୍ଷା ପରିଚାଳନା କରୁଥିବା ବନ କର୍ମଚାରୀମାନେ ତାଙ୍କୁ ନିଦରୁ ଉଠାଇଥିଲେ । ସେତେବେଳକୁ ଚାକିରି ହାତରୁ ଚାଲିଯାଇଥିଲା।
ଚାନ୍ଦବାରେ ଫରେଷ୍ଟ୍ ଗାର୍ଡ ନିଯୁକ୍ତି ପାଇଁ ୨୪ କିଲୋମିଟର ଦୌଡ଼କୁ ୪ ଘଣ୍ଟା ମଧ୍ୟରେ ଶେଷ କରିବାର ଥିଲା । ମଧ୍ୟପ୍ରଦେଶର ୧୬ଟି ଜିଲ୍ଲାର ଯୁବକମାନେ ଏହି ନିଯୁକ୍ତି ପରୀକ୍ଷାରେ ଭାଗ ନେଇଥିଲେ । ମଙ୍ଗଳବାର ସକାଳେ ୬୧ଜଣ ଯୁବକଙ୍କୁ ନେଇ ଏକାଠି ଦୌଡ଼ ଆରମ୍ଭ କରାଯାଇଥିଲା । ମଧ୍ୟପ୍ରଦେଶର ଡାବ୍ରାର ପ୍ରାର୍ଥୀ ପହର ସିଂ ମଧ୍ୟ ନିଯୁକ୍ତି ପାଇଁ ଦୌଡ଼ରେ ସାମିଲ୍ ହୋଇଥିଲେ । ପହର ସିଂ ତିନି ଘଣ୍ଟା ମଧ୍ୟରେ ୨୧ କିଲୋମିଟର ଦୂରତା ଅତିକ୍ରମ କରିଥିଲେ । ଯେତେବେଳେ ପହର ସିଂ ପଛକୁ ଚାହିଁଲେ, ଅନ୍ୟ ଅଂଶଗ୍ରହଣକାରୀମାନେ ତାଙ୍କ ନଜରକୁ ଆସୁନଥିଲେ । କାରଣ ସେମାନେ ଅନେକ ପଛରେ ଥିଲେ । ସେ ଭାବିଲେ ଅନ୍ୟ ଯୁବକମାନେ ପହଞ୍ଚିବାକୁ ଅନେକ ସମୟ ଲାଗିବ । ତେଣୁ ମୁଁ କିଛି ସମୟ ବିଶ୍ରାମ ନେଇଯାଏ । କେବଳ ଏହି ଭୁଲ ତାଙ୍କର ବିଜୟକୁ ପରାଜୟରେ ପରିଣତ କରିଦେଇଥିଲା । ପହର ସିଂ ରାସ୍ତା କଡ଼ରେ ଥିବା ଏକ ଡମ୍ପର ତଳେ ବିଶ୍ରାମ ନେଉଥିଲେ । ଥକାପଣ କାରଣରୁ ତାଙ୍କର ଆଖି ଲାଗିଯାଇଥିଲା । ପରେ ପ୍ରତିକ୍ରିୟାରେ ପହର ସିଂ କହିଛନ୍ତି ଯେ, ମୁଁ ଏତେ ନିଦ୍ରା ଅନୁଭବ କଲି ଯେ ଦୌଡ଼ ସମୟ ଶେଷ ନହେବା ପର୍ଯ୍ୟନ୍ତ ମୁଁ ସେଠାରେ ଶୋଇ ରହିଲି ।
ଦୌଡ଼ ଶେଷ ହେବା ପରେ ପହର ସିଂଙ୍କୁ ଖୋଜା ହୋଇଥିଲା ।ଦୌ ଡ଼ ଶେଷ ହେବା ପରେ ଯେତେବେଳେ ବନ କର୍ମଚାରୀମାନେ ରନର୍ସ ଗଣନା କରିଥିଲେ, ପହର ସିଂ ନିଖୋଜ ଥିଲେ। ଯେତେବେଳେ ବନ ବିଭାଗର କର୍ମଚାରୀମାନେ ତାଙ୍କୁ ଖୋଜିବା ପାଇଁ ଏକ କାର ସହିତ ଉକ୍ତ ରାସ୍ତାରେ ଫେରିଥିଲେ, ତାଙ୍କୁ ରାସ୍ତା କଡ଼ରେ ଶୋଇରହିଥିବାର ଦେଖିବାକୁ ମିଳିଥିଲା। ଟିକିଏ ଅଳସୁଆ ହେତୁ ପହର ସିଂ, ସବୁଠାରୁ ଦକ୍ଷ ହୋଇଥିଲେ ହେଁ, ଫରେଷ୍ଟ୍ ଗାର୍ଡ ନିଯୁକ୍ତିରୁ ବାହାରି ଆସିଥିଲେ । ଏହି ରେସରେ ଅଂଶଗ୍ରହଣ କରିଥିବା ଅନ୍ୟ ୬୦ ଜଣ ଯୁବକ ରେସ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ।
ଡିଏଫଓ ଦେବନସୁ ଶେଖର କହିଛନ୍ତି ଯେ, ଖଣ୍ଡୱା ଜିଲ୍ଲା ପାଇଁ ୩୮ ଟି ପୋଷ୍ଟ ଅଛି । ଅନୁସୂଚିତ ଜନଜାତି ବର୍ଗର ଯୁବକ ଓ ମହିଳାମାନଙ୍କ ପାଇଁ ଫରେଷ୍ଟ୍ ଗାର୍ଡ ନିଯୁକ୍ତି ପାଇଁ ଏକ ରେସ୍ ପରୀକ୍ଷା କରାଯାଇଥିଲା। ଏହି ପୋଷ୍ଟ ଗୁଡିକ ପାଇଁ ତିନିଥର ଫର୍ମ ପୂରଣ କରାଯାଇଥିଲା । ପରୀକ୍ଷା ପାଇଁ ୬୧ ଜଣ (୯ ମହିଳା ଏବଂ ୫୨ ପୁରୁଷ) ପ୍ରାର୍ଥୀ ହାଜର ହୋଇଥିଲେ । ପରୀକ୍ଷାର ପ୍ରଥମ ପର୍ଯ୍ୟାୟରେ ପୁରୁଷମାନଙ୍କ ପାଇଁ ୨୪ କିଲୋମିଟର ଏବଂ ମହିଳାମାନଙ୍କ ପାଇଁ ୧୪ କିଲୋମିଟର ଦୌଡ଼ ରଖାଯାଇଥିଲା । ଏହାକୁ ସାରିବାର ସମୟ ସୀମା ଥିଲା ୪ ଘଣ୍ଟା । କେନ୍ଦ୍ରିୟ ବିଦ୍ୟାଳୟରୁ ସକାଳ ସମୟରେ ଶାରିରୀକ ପରୀକ୍ଷା ତଥା ଦୌଡ଼ ଆରମ୍ଭ କରାଯାଇଥିଲା । ପରୀକ୍ଷାର୍ଥୀ ଅମାଲପୁରା ଯାଇ ସକାଳ ୧୦ଟା୩୦ ସୁଦ୍ଧା ନିଜେ ବିଦ୍ୟାଳୟକୁ ଫେରିବାର କାର୍ଯ୍ୟକ୍ରମ ଥିଲା । ଜଣଙ୍କ ବ୍ୟତୀତ ଅବଶିଷ୍ଟ ୬୦ ଜଣ ପ୍ରାର୍ଥୀ ଦୌଡ଼କୁ ଠିକ୍ ସମୟରେ ସମାପ୍ତ କରିଥିଲେ । ପିଚୋରଗରୀ ଗ୍ରାମ (ଡାବ୍ରା) ର ଜଣେ ୨୧ ବର୍ଷିୟ ପ୍ରାର୍ଥୀ ପହର ପିତା ପ୍ରେମ ସିଂ ଫେରି ନଥିଲେ। ଦୌଡ଼ ଶେଷ ହେବା ୩ କିମି ପୂର୍ବରୁ ସେ ଶୋଇପଡିଥିଲେ ।
ରେଞ୍ଜର ଜେପି ମିଶ୍ର କହିଛନ୍ତି ଯେ, ବନ କର୍ମଚାରୀମାନେ ଦୌଡ଼ ରାସ୍ତାରେ ବିଭିନ୍ନ ସ୍ଥାନରେ ଚେକପୋଷ୍ଟ ଲଗାଇଛନ୍ତି। ଚେକପୋଷ୍ଟରେ ଠିଆ ହୋଇଥିବା କର୍ମଚାରୀମାନେ କହିଛନ୍ତି ଯେ, ପହର ସିଂ ସକାଳ ୯:୧୭ ରେ ମାତ୍ର ତିନି ଘଣ୍ଟା ମଧ୍ୟରେ ୨୧ କିଲୋମିଟର ଦୂରତା ଅତିକ୍ରମ କରିଛନ୍ତି। ପହର ସିଂ ଏହି ରେସରେ ଆଗରେ ଥିଲେ। ସେ ରାସ୍ତାରେ ଅଟକି ଗଲେ ଏବଂ ଦୌଡ଼ ସମୟରେ ଶୋଇପଡିଥିଲେ। ସେ ଦୌଡ଼କୁ ଶେଷ କରିବାଠାରୁ ମାତ୍ର ତିନି କିଲୋମିଟର ଦୂରରେ ଥିଲେ । ପରେ ବନ କର୍ମଚାରୀଙ୍କ ଦଳ ତାଙ୍କୁ ଜାଗ୍ରତ କରିଥିଲେ।
ପହର ସିଂ କହିଛନ୍ତି ଯେ, ନିଯୁକ୍ତି ପାଇଁ ମୁଁ ଏକ ବର୍ଷ ପୂର୍ବରୁ ପ୍ରସ୍ତୁତ ହେଉଥିଲି । ସକାଳୁ ଉଠି ପ୍ରତିଦିନ ଦୌଡିବାକୁ ଯାଉଥିଲି । ମୁଁ ଫରେଷ୍ଟ ଗାର୍ଡ ଦୌଡ଼ରେ ଆଗରେ ଥିଲି କିନ୍ତୁ ନିଜର ଭୁଲ୍ ପାଇଁ ଚାକିରି ହରେଇଲି । ମୁଁ ଯେତେବେଳେ ଥକି ଯାଇଥିଲି ମୁଁ ଭାବିଲି ସମସ୍ତେ ବହୁତ ଦୂରରେ ଅଛନ୍ତି ମୁଁ କିଛି ସମୟ ପାଇଁ ଛାଇରେ ବସିଥାଏ । କିନ୍ତୁ ଏପରି ନିଦ ଲାଗିଲା ଯେ, ଦୌଡ଼ ଶେଷ ହେବା ପରେ ମଧ୍ୟ ଏହା ଭାଙ୍ଗିନଥିଲା । ମୁଁ ବହୁତ ଦୁଖିତ ଯେ, ପ୍ରଥମେ ପହଞ୍ଚିବାର ଜୋସ୍ ମୋ ମନରେ ଥିବାବେଳେ ମୁଁ ହାରିଗଲି । ଟିକିଏ ଅଳସୁଆପଣ ମୋର ବର୍ଷକର କଠିନ ପରିଶ୍ରମକୁ ନଷ୍ଟ କରିଦେଲା ।
ଏହି ଖବର ପଢ଼ନ୍ତୁ -
ଲୋକାର୍ପଣ ହେଲା ଚଳଚ୍ଚିତ୍ର 'ଟି' ର ଟ୍ରେଲର, ଆସନ୍ତା ୨୫ରେ ମୁକ୍ତିଲାଭନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।