ଅଶ୍ୱିନ୍‌ଙ୍କ ଦୁଃଖ ସାମ୍ନାକୁ ଆସିଲା: ‘‘କେହି ମୋତେ ଷ୍ଟିଭ୍ ସ୍ମିଥ୍‌ଙ୍କୁ ଆଉଟ୍ କରିବାକୁ ଯୋଗ୍ୟ ଭାବୁ ନ ଥିଲେ’’

ଷ୍ଟିଭ୍ ସ୍ମିଥ୍ ସ୍ପିନରମାନଙ୍କୁ ନିଜ ୱିକେଟ୍ ଦିଅନ୍ତି ନାହିଁ ବୋଲି ଅଷ୍ଟ୍ରେଲିଆରେ ଏକ ରେକର୍ଡ଼ ଅଛି । ଅଶ୍ୱୀନ୍ ସେହି କଥିତ ରେକର୍ଡ଼କୁ ଭାଙ୍ଗିବାକୁ ଚାହୁଁଥିଲେ । ହେଲେ ସେ ଏହା କରିପାରିବେ ବୋଲି କେହି ଭାବୁ ନ ଥିବାରୁ ସେ ଦୁଃଖ ପ୍ରକାଶ କରିଛନ୍ତି ।

ଅଶ୍ୱିନ୍‌ଙ୍କ ଦୁଃଖ ସାମ୍ନାକୁ ଆସିଲା: ‘‘କେହି ମୋତେ ଷ୍ଟିଭ୍ ସ୍ମିଥ୍‌ଙ୍କୁ ଆଉଟ୍ କରିବାକୁ ଯୋଗ୍ୟ ଭାବୁ ନ ଥିଲେ’’
ଷ୍ଟିଭ୍ ସ୍ମିଥଙ୍କୁ ତିନି ଥର ଆଉଟ୍ କରିବା ପରେ ନିଜ ମନର ଦୁଃଖ ପ୍ରକାଶ କରିଛନ୍ତି ଅଶ୍ୱୀନ୍ ।
  • News18 Odia
  • Last Updated: January 25, 2021, 9:34 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: ଅଷ୍ଟ୍ରେଲିଆକୁ ଅଷ୍ଟ୍ରେଲିଆ ମାଟିରେ ୨-୧ରେ ଟେଷ୍ଟ ସିରିଜରେ ହରାଇ ଟିମ୍‌ ଇଣ୍ଡିଆ (Team India) ଇତିହାସ ସୃଷ୍ଟି କରିଛି । ଏହି ସଫଳତାରେ ଏକ ବଡ଼ ଅବଦାନ ରହିଛି ଅଫ୍ ସ୍ପିନର ଆର୍‌. ଅଶ୍ୱିନଙ୍କର (Ravichandran Ashwin) । ଅଶ୍ୱିନ୍ ଏହି ସିରିଜରେ ତିନୋଟି ମ୍ୟାଚ୍ ଖେଳି ବଲ୍ ଓ ବ୍ୟାଟ୍ ସହିତ ଚମତ୍କାର ପ୍ରଦର୍ଶନ କରିଥିଲେ ଓ ଟିମ୍ ଇଣ୍ଡିଆକୁ ସିରିଜ୍ ଜିତାଇବାରେ ଏକ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ।

ତେବେ ଏହି ଐତିହାସିକ ବିଜୟ ପରେ ଆର୍‌ ଅଶ୍ୱିନଙ୍କ ହୃଦୟର ଯନ୍ତ୍ରଣା ସାମ୍ନାକୁ ଆସିଛି । ଅଶ୍ୱିନ୍ (R Ashwin) ଏକ ସାକ୍ଷାତକାରରେ କହିଛନ୍ତି ଯେ ଟେଷ୍ଟ ସିରିଜ୍ ପୂର୍ବରୁ ଲୋକେ ଷ୍ଟିଭ୍ ସ୍ମିଥଙ୍କୁ (Steve Smith) କିଏ ଆଉଟ୍‌ କରିବ ସେ ବିଷୟରେ ଲଗାତର କଥା ହେଉଥିଲେ, କିନ୍ତୁ କେହି ତାଙ୍କୁ (ଅଶ୍ୱୀନଙ୍କୁ) ଏହା କରିବା ପାଇଁ ଯୋଗ୍ୟ ବୋଲି ଭାବୁ ନ ଥିଲେ ।

ଏହା ବି ପଢ଼ନ୍ତୁ ଫଟୋ ଦେଖନ୍ତୁ | ଖଣି ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକଙ୍କ ବୋହୂ ଲିପ୍ସା ପ୍ରଧାନ ସରକାରୀ ଅର୍ଥ ହଡ଼ପ କରିଛନ୍ତି: ବିଜେପି

‘‘ମୋ’ ବୋଲିଂ ବିଷୟରେ ବାରମ୍ବାର ଆଲୋଚନା କରାଯାଉଥିଲା ଓ ମୋତେ ନାଥନ୍ ଲାୟନଙ୍କ ସହ ତୁଳନା କରାଯାଉଥିଲା । ଗତ ଅଷ୍ଟ୍ରେଲିଆ ଗସ୍ତ ସମୟରେ ମୁଁ ଆଘାତ ପାଇବା ସତ୍ତ୍ୱେ ଆଡିଲେଡରେ ଛଅଟି ୱିକେଟ୍ ନେଇଥିଲି, କିନ୍ତୁ ମ୍ୟାଚ୍ ପରେ ନାଥନ୍‌ ଲାୟନଙ୍କୁ ମୋ’ ଠାରୁ ଭଲ ବୋଲି କୁହାଗଲା । ନାଥନ୍ ଲାୟନ୍ ନିଶ୍ଚିତ ଜଣେ ଭଲ ବୋଲର୍‌, କିନ୍ତୁ ମୋ’ର ଭଲ ବୋଲିଂ ପ୍ରଦର୍ଶନକୁ ଅଣଦେଖା କରାଯାଇଥିଲା ଯାହା ମୋ’ ପାଇଁ ଟିକେ ନିରାଶାଜନକ ଥିଲା । ଏହି ସିରିଜରେ ମୋ’ ଧ୍ୟାନ ଏକ ବିଶେଷ କଥା ଉପରେ ଥିଲା,’’ କ୍ରିକବଜ୍‌ ସହ ଏକ ସ୍ୱତନ୍ତ୍ର ସାକ୍ଷାତକାରରେ କହିଛନ୍ତି ଆର୍‌. ଅଶ୍ୱିନ୍ ।

ଅଷ୍ଟ୍ରେଲିଆନ୍ ବ୍ୟାଟ୍ସମ୍ୟାନ୍ ଷ୍ଟିଭ୍ ସ୍ମିଥ (ଫଟୋ: ଏ.ଏଫ୍.ପି.)


ଷ୍ଟିଭ ସ୍ମିଥଙ୍କୁ ଶିକାର କରିବା ଅଶ୍ୱିନଙ୍କ ଲକ୍ଷ୍ୟ ଥିଲା
ଆର୍‌. ଅଶ୍ୱିନ୍‌ ସେହି ସାକ୍ଷାତକାରରେ କହିଛନ୍ତି ଯେ ଅଷ୍ଟ୍ରେଲିଆରେ ଖେଳାଯାଇଥିବା ଟେଷ୍ଟ ସିରିଜରେ ତାଙ୍କର ଲକ୍ଷ ଥିଲା ଷ୍ଟିଭ ସ୍ମିଥଙ୍କ (Steve Smith) ୱିକେଟ୍ ନେବା କାରଣ କୁହାଯାଉଥିଲା ଯେ ସ୍ମିଥଙ୍କୁ ଅଷ୍ଟ୍ରେଲିଆରେ ସ୍ପିନରମାନେ ଆଉଟ୍‌ କରିପାରନ୍ତି ନାହିଁ ।

ଏହା ବି ପଢ଼ନ୍ତୁ | କି ବର୍ବରତା! ଅନୁଗୁଳରେ ଗାଁ ଦାଣ୍ଡରେ ପେଟ୍ରୋଲ୍ ଢାଳି ଜିଅନ୍ତା ଜାଳି ମାରିଦେଲେ ଯୁବକଙ୍କୁ

‘‘ଅଷ୍ଟ୍ରେଲିଆରେ ଏକ ରେକର୍ଡ଼ ଅଛି ଯେ ଷ୍ଟିଭ୍ ସ୍ମିଥ୍ ସ୍ପିନରମାନଙ୍କୁ ନିଜ ୱିକେଟ୍ ଦିଅନ୍ତି ନାହିଁ । ମୁଁ ଏହି କଥିତ ରେକର୍ଡ଼କୁ ଭାଙ୍ଗିବାକୁ ଚାହୁଁଥିଲି । ଷ୍ଟିଭ୍ ସ୍ମିଥଙ୍କୁ କିଏ ଆଉଟ୍‌ କରିବ ସେ ବିଷୟରେ ଅନେକ ଲୋକ କଥା ହେଉଥିଲେ, କିନ୍ତୁ ମୁଁ ଯେ ତାହା କରିପାରିବି ସେ କଥା କେହି କହୁ ନ ଥିଲେ । ମୁଁ ଦେଖାଇବାକୁ ଚାହୁଁଥିଲି ଯେ ସିରିଜ୍ ପରେ ଲୋକେ ମୋ’ ବିଷୟରେ ଆଲୋଚନା କରିବେ,’’ କହିଛନ୍ତି ଅଶ୍ୱିନ୍ ।

ଏହା ବି ପଢ଼ନ୍ତୁ | ଗଞ୍ଜାମରେ ନବବଧୂର ହାତ ଗୋଡ଼ ବାନ୍ଧି ପଡ଼ିଶା ଘର ଡୋଲିରେ ଫିଙ୍ଗିଦେଲେ ଶାଶୁଘର ଲୋକେ

ଆର୍‌ ଅଶ୍ୱିନ୍‌ ଟେଷ୍ଟ ସିରିଜରେ ଷ୍ଟିଭ ସ୍ମିଥଙ୍କୁ ତିନି ଥର ଆଉଟ୍‌ କରିଛନ୍ତି । ପ୍ରଥମେ ସେ ଆଡିଲେଡ ଟେଷ୍ଟର ପ୍ରଥମ ଇନିଂସରେ ସ୍ମିଥଙ୍କୁ ନିଜ ଶିକାର ବନେଇଥିଲେ । ତା’ପରେ ସ୍ମିଥ୍‌ ମେଲବୋର୍ଣ୍ଣରେ ମଧ୍ୟ ଅଶ୍ୱିନଙ୍କ ଶିକାର ହୋଇଥିଲେ । ସିଡନୀ ଟେଷ୍ଟର ଦ୍ୱିତୀୟ ଇନିଂସରେ ଅଶ୍ୱିନ ସ୍ମିଥଙ୍କୁ ବରଖାସ୍ତ କରିଥିଲେ ।



ଟେଷ୍ଟ ସିରିଜ ଖେଳାଯାଉଥିବା ସମୟରେ ସ୍ମିଥ୍ ଅଶ୍ୱିନଙ୍କ ଉପରେ ବହୁତ ବିରକ୍ତ ଦେଖାଯାଉଥିଲେ । ସ୍ମିଥ୍ ନିଜେ ଏହି କଥା ସ୍ୱୀକାର କରିଛନ୍ତି!
Published by: Anand Shankar Thankur Das
First published: January 25, 2021, 9:34 PM IST