କୁତବମିନାର ମାମଲାର ଶୁଣାଣି ଶେଷ
News18 Odia Digital
Qutub Minar Controversy: ଦିଲ୍ଲୀର ସାକେତ କୋର୍ଟରେ କୁତବମିନାର ମାମଲାର ଶୁଣାଣି ଶେଷ ହୋଇଛି। କୋର୍ଟରେ ହିନ୍ଦୁ ପକ୍ଷର ଓକିଲ ହରିଶଙ୍କର ଜୈନ ଯୁକ୍ତି କରିଛନ୍ତି ଯେ ସେଠାରେ ୧୬୦୦ ବର୍ଷ ପୁରୁଣା ସ୍ତମ୍ଭ ଅଛି।
ହିନ୍ଦୁ ପକ୍ଷରେ କୋର୍ଟ କୁତବମିନାର ପରିସରରେ ପୂଜାପାଠର ଅଧିକାର ଦାବି କରିଛନ୍ତି। ହିନ୍ଦୁ ପକ୍ଷ କହିଛି ଯେ କୁତବମିନାରରେ ଏକ ମନ୍ଦିର ଟ୍ରଷ୍ଟ ଗଠନ ପାଇଁ ଦାବି ରହିଛି। ଜୁନ୍ ୯ରେ କୋର୍ଟ ଏହି ମାମଲାର ଶୁଣାଣି କରିବେ।
ଏକ ସପ୍ତାହ ମଧ୍ୟରେ ଏହି ମାମଲାରେ ଜବାବ ଦାଖଲ କରିବାକୁ ସାକେତ କୋର୍ଟ ସମସ୍ତ ପକ୍ଷଙ୍କୁ କହିଛନ୍ତି। ଏହି ମାମଲାରେ କୋର୍ଟ ତାଙ୍କ ନିଷ୍ପତ୍ତିକୁ ସଂରକ୍ଷିତ ରଖିଛନ୍ତି।
Published by:Lipina Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।