ହୋମ୍ » ଓଡ଼ିଶା ନ୍ୟୁଜ୍ » ଟ୍ରେଣ୍ଡିଙ୍ଗ»ମୌସୁମୀ ଅଧିବେଶନ: ବିରୋଧୀଙ୍କ ହଙ୍ଗମା ସତ୍ତ୍ୱେ ଚାଲିଲା ପ୍ରଶ୍ନ କାଳ; ସଦସ୍ୟଙ୍କ ପ୍ରଶ୍ନର ଉତ୍ତର ରଖିଲେ ମନ୍ତ୍ରୀ

ମୌସୁମୀ ଅଧିବେଶନ: ବିରୋଧୀଙ୍କ ହଙ୍ଗମା ସତ୍ତ୍ୱେ ଚାଲିଲା ପ୍ରଶ୍ନ କାଳ; ସଦସ୍ୟଙ୍କ ପ୍ରଶ୍ନର ଉତ୍ତର ରଖିଲେ ମନ୍ତ୍ରୀ

ଗୃହରେ ବିରୋଧୀଙ୍କ ପାଟିତୁଣ୍ଡ ସତ୍ତ୍ୱେ ପ୍ରଶ୍ନ କାଳ ବନ୍ଦ ହୋଇନଥିଲା। ବିଭିନ୍ନ ପ୍ରସଙ୍ଗ ଉପରେ ସଦସ୍ୟମାନେ ପଚାରିଥିବା ପ୍ରଶ୍ନର ଉତ୍ତର ଦେଇଥିଲେ ମନ୍ତ୍ରୀମାନେ।

ମୌସୁମୀ ଅଧିବେଶନ: ବିରୋଧୀଙ୍କ ହଙ୍ଗମା ସତ୍ତ୍ୱେ ଚାଲିଲା ପ୍ରଶ୍ନ କାଳ; ସଦସ୍ୟଙ୍କ ପ୍ରଶ୍ନର ଉତ୍ତର ରଖିଲେ ମନ୍ତ୍ରୀ
ବିରୋଧୀଙ୍କ ଗଣ୍ଡଗୋଳ ମଧ୍ୟରେ ଚାଲିଲା ପ୍ରଶ୍ନ କାଳ (ପ୍ରତାକାତ୍ମକ ଛବି)
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: ସଂସଦର ମୌସୁମୀ ଅଧିବେଶନରେ ସରକାର ଏବଂ ବିରୋଧୀଙ୍କ ମଧ୍ୟରେ ଚାଲିଥିବା ବିବାଦ ମଧ୍ୟରେ ବୁଧବାର ପ୍ରଥମ ଥର ପାଇଁ ରାଜ୍ୟସଭାରେ ପ୍ରଶ୍ନକାଳ ଅନୁଷ୍ଠିତ ହୋଇଛି। ବିଭିନ୍ନ ମନ୍ତ୍ରୀ ଗୃହର ସଦସ୍ୟଙ୍କ ପ୍ରଶ୍ନର ଉତ୍ତର ଦେଇଥିଲେ। ପ୍ରଶ୍ନକାଳ ଆରମ୍ଭ ହେବା କ୍ଷଣି ଗୃହରେ ମଧ୍ୟରେ ବିରୋଧୀ ସଦସ୍ୟମାନେ ହଙ୍ଗମା କରିଥିଲେ। ଉପ ସଭାପତି ହରିବଂଶ ୧୨:୪୧ ମିନିଟରେ ବୈଠକକୁ ଦ୍ବିପ୍ରହର ୨ ଟା ବେଳକୁ ସ୍ଥଗିତ କରି ଦେଇଥିଲେ।

ସଂସଦରେ ପେଗାସସ୍ ବିବାଦ ମାମଲା ଓ କେନ୍ଦ୍ରୀୟ କୃଷି ଆଇନ ସମେତ ବିଭିନ୍ନ ପ୍ରସଙ୍ଗରେ କଂଗ୍ରେସ, ତୃଣମୂଳ କଂଗ୍ରେସ ଓ ଅନ୍ୟ ବିରୋଧୀ ଦଳର ସଦସ୍ୟଙ୍କ ଆନ୍ଦୋଳନ ଯୋଗୁଁ ଶୂନ୍ୟକାଳ ବନ୍ଦ ହୋଇଯାଇଥିଲା। ଗୃହ ଆରମ୍ଭ ହେବାର କିଛି ସମୟ ପରେ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ଗୃହ ସ୍ଥଗିତ ରଖାଗଲା।। ଯେତେବେଳେ ପ୍ରଶ୍ନ କାଳ ୧୨ଟାରୁ ଆରମ୍ଭ ହେଲା ବିରୋଧୀ ସଦସ୍ୟମାନେ ପୁଣି ଚେୟାର ସାମ୍ନାକୁ ଆସି ଗଣ୍ଡଗୋଳ କରିବା ଆରମ୍ଭ କରିଦେଇଥିଲେ। ଗୃହରେ ପାଟିତୁଣ୍ଡ ସତ୍ତ୍ୱେ  ଉପସଭାପତି ପ୍ରଶ୍ନ କାଳ ବନ୍ଦ କରିନଥିଲେ।

ପ୍ରଶ୍ନ କାଳ ସମୟରେ ଗୃହର ସଦସ୍ୟମାନେ ବିଭିନ୍ନ ପ୍ରସଙ୍ଗକୁ ନେଇ ପ୍ରଶ୍ନ ପଚାରିଥିଲେ। ପେଟ୍ରୋଲିୟମ ମନ୍ତ୍ରୀ ହାର୍ଦ୍ଦିକ ସିଂ ପୁରୀ, ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ, ଶ୍ରମ ଏବଂ ନିଯୁକ୍ତି ମନ୍ତ୍ରୀ ଭୁପେନ୍ଦ୍ର ଯାଦବ ଏବଂ ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ମନ୍ତ୍ରୀ ପ୍ରତିମା ଭୋମିକ ସମସ୍ତ ପ୍ରଶ୍ନର ଉତ୍ତର ଦେଇଥିଲେ।

ପେଗାସସ୍ ମାମଲା ଓ କେନ୍ଦ୍ରର ତିନୋଟି ନୂତନ କୃଷି ଆଇନ ପ୍ରତ୍ୟାହାର କରିବାକୁ ଦାବି କରି ଚଳିତ ଅଧିବେଶନର ପ୍ରଥମ ଦିନରୁ ବିରୋଧୀ ସଦସ୍ୟମାନେ ଗୃହରେ ଏକ ପ୍ରକାର ହଙ୍ଗମା ସୃଷ୍ଟି କରିଛନ୍ତି। ଉତ୍ତେଜନା ଯୋଗୁଁ ଗୃହ ଚାଲିବାରେ ବ୍ୟାଘାତ ହୋଇଥିଲା ।

ଉପ ସଭାପତି ହରିବଂଶ ପ୍ରଶ୍ନ କାଳ ଆରମ୍ଭ କରିବା କ୍ଷଣି ବିରୋଧୀ ଦଳର ସଦସ୍ୟମାନେ ସେମାନଙ୍କ ଦାବି ନେଇ ସ୍ଲୋଗାନ ଦେଇଥିଲେ ଓ ପ୍ଲାକାର୍ଡ଼ ଦେଖାଇଥିଲେ। ଉପ ସଭାପତି ସଦସ୍ୟମାନଙ୍କୁ ସେମାନଙ୍କ ସ୍ଥାନକୁ ଫେରିବାକୁ ଅନୁରୋଧ କରିଥିଲେ ମଧ୍ୟ ସେମାନେ ଶୁଣିନଥିଲେ। ଏସବୁ ଭିତରେ ଉପ ସଭାପତି ପ୍ରଶ୍ନ କାଳ ଆଗକୁ ବଢ଼ାଇଥିଲେ।

ଗୃହର କିଛି ସଦସ୍ୟ ମାସ୍କ ପିନ୍ଧିନଥିବାରୁ ସେ ଅସନ୍ତୋଷ ବ୍ୟକ୍ତ କରିଥିଲେ। ଗୃହ ବ୍ୟବସ୍ଥାରେ କୌଣସି ସୁଧାର ନ ଆସିବାରୁ ସେ ଗୃହକୁ ଦ୍ବିପ୍ରହର ୨ଟା ପର୍ଯ୍ୟନ୍ତ ସ୍ଥଗିତ ରଖିଥିଲେ।
Published by: Soumya Das
First published: July 28, 2021, 3:17 PM IST