News18 Odia Digital
ଆବୁଧାବି: ଆଜି ଆଇପିଏଲରେ ଦିଲ୍ଲୀ କ୍ୟାପିଟାଲ୍ସ ଓ ସନରାଇଜର୍ସ ହାଇଦ୍ରାବାଦ (DC Vs SRH) ମଧ୍ୟରେ ଲଢ଼େଇ ହେବ । କ୍ୱାଲିଫାୟର୍-୨ ର (Qualifier 2, DC Vs SRH) ଆଜିର ଏହି ମ୍ୟାଚରେ ଜିତିବା ଦଳ ଫାଇନାଲରେ ମୁମ୍ବାଇ ଇଣ୍ଡିଆନ୍ସକୁ (Mumbai Indians) ଭେଟିବ । କ୍ରମାଗତ ବିଜୟ ପରେ ସନରାଇଜର୍ସଙ୍କୁ ଆତ୍ମ ବିଶ୍ୱାସ ବଢ଼ିଛି । ଅନ୍ୟପକ୍ଷରେ କ୍ୱାଲିଫାୟର୍ ପର୍ଯ୍ୟାୟ ମ୍ୟାଚରେ ଦିଲ୍ଲୀ ଦଳ ମୁମ୍ବାଇ ଠାରୁ ପରାଜୟର ସମ୍ମୁଖୀନ ହେବାକୁ ପଡିଥିଲା । କିନ୍ତୁ କାଗଜରେ ଏହି ଦଳ ବହୁତ ଶକ୍ତିଶାଳୀ । ଏଭଳି ପରିସ୍ଥିତିରେ ଆଜି ରାତିରେ ଜୋରଦାର ଟକ୍କର ଦେଖିବାକୁ ମିଳିବ ।
ଦିଲ୍ଲୀରର ଚାଲି ଯାଇଛି ଦମ୍!ଦିଲ୍ଲୀ କ୍ୟାପିଟାଲ୍ସ ପ୍ରଶିକ୍ଷକ ରିକି ପଣ୍ଟିଙ୍ଗ କହିଛନ୍ତି ଯେ ଟୁର୍ଣ୍ଣାମେଣ୍ଟର ଦ୍ୱିତୀୟ ରାଉଣ୍ଡରେ ତାଙ୍କ ଦଳ ଭଲ କ୍ରିକେଟ୍ ଖେଳିବ । କିନ୍ତୁ ଏହା ଘଟିଲା ନାହିଁ । ପ୍ରଥମ ୯ଟି ମ୍ୟାଚ ମଧ୍ୟରୁ ୭ଟି ଜିତିବା ପରେ ଦିଲ୍ଲୀ କ୍ରମାଗତ ୪ଟି ମ୍ୟାଚରେ ହାରିଛି । ଦିଲ୍ଲୀ ଦଳ ପାଇଁ ସବୁଠୁ ବଡ ଚିନ୍ତା ହେଉଛି ଏମାନଙ୍କ ଟପ୍ ଅର୍ଡର ବ୍ୟାଟ୍ସମ୍ୟାନ୍ । ଶିଖର ଧାୱନ (୧୫ଟି ମ୍ୟାଚରୁ ୫୨୫ ରନ୍) କରି ଭଲ ପଦର୍ଶନ କରିଥିବା ବେଳେ ଶେଷ ମ୍ୟାଚରେ ଭଲ ପଦର୍ଶନ କରିପାରିନଥିଲେ। ଯୁବା ପୃଥ୍ଵୀ ସଙ୍କ (୧୩ଟି ମ୍ୟାଚରୁ ୨୨୮ ରନ୍) ଦୁର୍ବଳତା ଓ ଭଲ ପ୍ରଦର୍ଶନ ବୋଲିଂ କରୁଥିବା ବୋଲରଙ୍କ ବିରୁଦ୍ଧରେ ଗତ କିଛି ମ୍ୟାଚରେ ବଡ ଇନିଂସ ଖେଳିବାରେ ବିଫଳ ହୋଇଥିବାବେଳେ ଅଭିଜ୍ଞ ଅଜିଙ୍କ୍ୟ ରାହାଣେ (୭ଟି ମ୍ୟାଚରୁ ୧୧୧ ରନ୍) ଏପର୍ଯ୍ୟନ୍ତ କେବଳ ଗୋଟିଏ ମ୍ୟାଚରେ ପ୍ରଦର୍ଶନ କରିଛନ୍ତି ।
ସନରାଇଜର୍ସ ଆତ୍ମବିଶ୍ୱାସ ଉଚ୍ଚରେସଠିକ୍ ସମୟରେ ସନରାଇଜର୍ସ ଦଳ ଜୋରଦାର ପ୍ରଦର୍ଶନ କରିଛି । ସେ ଏକଦା ପଏଣ୍ଟ ଟେବୁଲରେ ୭ ନମ୍ବରରେ ଥିଲେ । ସେ ପ୍ରଥମ ୯ଟି ମ୍ୟାଚ ମଧ୍ୟରୁ ମାତ୍ର ୩ଟି ମ୍ୟାଚ୍ ଜିତିଥିଲେ କିନ୍ତୁ ବର୍ତ୍ତମାନ ପରିସ୍ଥିତି ବଦଳି ଯାଇଛି । ଗତ ଚାରିଟି ମ୍ୟାଚରେ ସନରାଇଜର୍ସ ଦଳ କ୍ରମାଗତ ବିଜୟଲାଭ କରିଛି । ବ୍ୟାଟିଂ ସହିତ ଏହି ଦଳ ବୋଲିଂରେ ମଧ୍ୟ ଚମତ୍କାର ପଦର୍ଶନ କରୁଛି । ଗତ 6ଟି ମ୍ୟାଚରେ ଏହି ଦଳ କେବଳ ଗୋଟିଏ ପ୍ରତିପକ୍ଷକୁ ଦଳକୁ ୧୫୦ ରୁ ଅଧିକ ସ୍କୋର କରିବାକୁ ଦେଇଛି ।
କ’ଣ କହୁଛି ରେକର୍ଡ>> ଆବୁଧାବିରେ ଗତ ୯ଟି ମ୍ୟାଚ ମଧ୍ୟରୁ ୮ଟିରେ ଦ୍ୱିତୀୟ ଇନିଂସରେ ବ୍ୟାଟିଂ କରିଥିବା ଦଳ ଜିତିଛି ।
>> ପ୍ଲେ ଅଫରେ ଦିଲ୍ଲୀ ଦିଲ୍ଲୀ କ୍ୟାପିଟାଲ୍ସ ରେକର୍ଡ ଭଲ ନୁହେଁ । ଗତ ୭ଟି ପ୍ଲେ ଅଫ୍ ମ୍ୟାଚ୍ ମଧ୍ୟରୁ ଏମାନେ ୬ଟି ହାରିଛନ୍ତି । ସେ ପାଇଥିବା ଏକମାତ୍ର ବିଜୟ ଗତ ବର୍ଷ ସନରାଇଜର୍ସ ବିପକ୍ଷ ଏଲିମିନେଟର ମ୍ୟାଚରେ ହୋଇଥିଲା ।
Published by:Jagdish Barik
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।