Qualcomm-Jio Deal: ଜିଓ ପ୍ଲାଟଫର୍ମ୍ସରେ ୭୩୦ କୋଟି ଟଙ୍କା ବିନିଯୋଗ କରିବ ଆମେରିକାର କ୍ୱାଲକମ୍

ଗତ ୧୨ ସପ୍ତାହ ମଧ୍ୟରେ ଜିଓ ପ୍ଲାଟଫର୍ମ୍ସ ୨୫.୨୪ ପ୍ରତିଶତ ଅଂଶଧନ ପ୍ରତିବଦଳରେ ୧,୧୮,୩୧୮.୪୫ କୋଟି ଟଙ୍କା ସଂଗ୍ରହ କରିଥିବା ଘୋଷଣା କରିଛି । ଏଥିରେ ଫେସବୁକ୍ ଓ ଇଣ୍ଟେଲ୍ ପରି ବିଶ୍ୱର କେତେକ ଅଗ୍ରଣୀ ଟେକନୋଲୋଜି ନିବେଶକ ଅଛନ୍ତି ।

କ୍ୱାଲକମର ମୁଖ୍ୟାଳୟ ଆମେରିକାର କାଲିଫର୍ଣ୍ଣିଆରେ ଅଛି ।

କ୍ୱାଲକମର ମୁଖ୍ୟାଳୟ ଆମେରିକାର କାଲିଫର୍ଣ୍ଣିଆରେ ଅଛି ।

  • Share this:
News18 Odia Digital

ମୁମ୍ବାଇ: ଆମେରିକାର କ୍ୱାଲକମ୍ ଇନକର୍ପୋରେସନ୍‌ (Qualcomm Inc.) ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ (RIL) ର ଡିଜିଟାଲ୍ ସଂସ୍ଥା ଜିଓ ପ୍ଲାଟଫର୍ମ୍ସରେ (Jio Platforms) ୦.୧୫ ପ୍ରତିଶତ ଅଂଶଧନ ପାଇଁ ୭୩୦ କୋଟି ଟଙ୍କା ବିନିଯୋଗ କରିବ । ଜିଓ ପ୍ଲାଟଫର୍ମ୍ସ ପାଇଁ ୧୨ ସପ୍ତାହ ମଧ୍ୟରେ ଏହା କ୍ରମାଗତ ତ୍ରୟୋଦଶ ଡିଲ୍ । ସୋସିଆଲ ମିଡିଆ ପ୍ଲାଟଫର୍ମ ଫେସବୁକ୍ ଓ ସେମିକଣ୍ଡକ୍ଟର କମ୍ପାନୀ ଇଣ୍ଟେଲ (Intel) ପରେ କ୍ୱାଲକମ୍ ହେଉଛି ଜିଓ ପ୍ଲାଟଫର୍ମ୍ସରେ ବିନିଯୋଗ କରୁଥିବା ତୃତୀୟ ରଣନୈତିକ ନିବେଶକ (strategic investor)।

ଗତ ୧୨ ସପ୍ତାହ ମଧ୍ୟରେ ଜିଓ ପ୍ଲାଟଫର୍ମ୍ସ ୨୫.୨୪ ପ୍ରତିଶତ ଅଂଶଧନ ପ୍ରତିବଦଳରେ ୧,୧୮,୩୧୮.୪୫ କୋଟି ଟଙ୍କା ସଂଗ୍ରହ କରିଥିବା ଘୋଷଣା କରିଛି । ଏଥିରେ ବିଶ୍ୱର କେତେକ ଅଗ୍ରଣୀ ଟେକନୋଲୋଜି ନିବେଶକ ଅନ୍ତର୍ଭୁକ୍ତ । ସର୍ବ ପ୍ରଥମେ ଏପ୍ରିଲ୍ ୨୨ରେ ଫେସବୁକ୍ ଜିଓ ପ୍ଲାଟଫର୍ମ୍ସରେ ୯.୯୯ ପ୍ରତିଶତ ଅଂଶଧନ ପାଇଁ ୪୩,୫୭୪ କୋଟି ବିନିଯୋଗ କରିବାକୁ ଘୋଷଣା କରିଥିଲା । ଏହା ପରେ ଜେନେରାଲ ଆଟଲାଣ୍ଟିକ୍, କେକେଆର୍, ସାଉଦି ସାର୍ବଭୌମ ଧନ ପାଣ୍ଠି, ଆବୁଧାବି ଷ୍ଟେଟ୍ ଫଣ୍ଡ, ସାଉଦି ଆରବର PIF ଏବଂ ଇଣ୍ଟେଲ ଭଳି ବିଶ୍ୱସ୍ତରୀୟ ନିବେଶକମାନେ ମଧ୍ୟ ଜିଓ ପ୍ଲାଟଫର୍ମରେ ବିନିଯୋଗ କରିବାକୁ ଘୋଷଣା କରିଛନ୍ତି ।

କ୍ୱାଲକମର ମୁଖ୍ୟାଳୟ ଆମେରିକାର କାଲିଫର୍ଣ୍ଣିଆରେ ଅଛି । ଏହା ଏକ ବେତାର ପ୍ରଯୁକ୍ତିବିଦ୍ୟା କମ୍ପାନୀ । ୩ଜି, ୪ଜି ଓ ୫ଜି ପରି ବେତାର ପ୍ରଯୁକ୍ତିବିଦ୍ୟାରେ (wireless technology) କାର୍ଯ୍ୟ କରିବାରେ ଏହି କମ୍ପାନୀର ଅଭିଜ୍ଞତା ଅଛି । କ୍ୱାଲକମର ଟେକ୍ନୋଲୋଜି ଓ ଉତ୍ପାଦଗୁଡିକ ମୋବାଇଲ୍ ଡିଭାଇସ୍ ଓ ସାରା ବିଶ୍ୱରେ ବେତାର ଉତ୍ପାଦରେ ବ୍ୟବହୃତ ହୁଏ ।

ଜିଓ ପ୍ଲାଟଫର୍ମ୍ସରେ ହୋଇଥିବା ନିବେଶମାନଙ୍କର ସୂଚୀ


କେତେକ ପ୍ରମୁଖ ସ୍ମାର୍ଟଫୋନ୍ ନିର୍ମାତା କ୍ୱାଲକମର ସ୍ନାପଡ୍ରାଗନ୍ ସିଷ୍ଟମ୍ (Qualcomm's Snapdragon) ବ୍ୟବହାର କରନ୍ତି । ଏହି କମ୍ପାନୀର ଟେକ୍ନୋଲୋଜି ଓ ଉତ୍ପାଦଗୁଡ଼ିକ ସ୍ୱୟଂଚାଳିତ, କମ୍ପ୍ୟୁଟର ଓ ଇଣ୍ଟରନେଟ୍ ଅଫ୍ ଥିଙ୍ଗ୍ସ (IoT) ରେ ମଧ୍ୟ ବ୍ୟବହୃତ ହୁଏ । ଏହି କମ୍ପାନୀର ବିଶ୍ୱ ସ୍ତରରେ ବହୁ ସଂଖ୍ୟକ ପେଟେଣ୍ଟ ଅଛି । ଭାରତରେ ମଧ୍ୟ ଏହି କମ୍ପାନୀ ସର୍ବାଧିକ ସଂଖ୍ୟକ ପେଟେଣ୍ଟ ଦାଖଲ କରିଛି ।

(ଡିସକ୍ଲେମର୍: News18 Odia ରିଲାଏନ୍ସ ଇଣ୍ଡଷ୍ଟ୍ରିଜର କମ୍ପାନୀ ନେଟୱାର୍କ18 ମିଡ଼ିଆ ଆଣ୍ଡ ଇନଭେଷ୍ଟମେଣ୍ଟ ଲିମିଟେଡର ଏକ ଅଂଶ । ନେଟୱାର୍କ 18 ମିଡିଆ ଆଣ୍ଡ ଇନଭେଷ୍ଟମେଣ୍ଟ ଲିମିଟେଡର ମାଲିକ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ।)
Published by:Anand Shankar Thankur Das
First published: