କୁମ୍ଭୀରକୁ ଜିଅନ୍ତା ଗିଳିବାକୁ ଚେଷ୍ଟା କରୁଥିଲା ଅଜଗର; VIDEOରେ ଦେଖନ୍ତୁ ଆଗକୁ କ’ଣ ହେଲା

ଭିଡିଓରେ ଦେଖାଯାଇଥିବା ଅଜଗର ବହୁତ ମୋଟା ଓ ଲମ୍ବା । ତେଣୁ ସେ ବହୁତ ଶକ୍ତିଶାଳୀ । କୁମ୍ଭୀର ବି ତା’ଠାରୁ କମ୍ ଶକ୍ତିଶାଳୀ ନୁହେଁ । କିନ୍ତୁ ଉଭୟ ଦୀର୍ଘ ସମୟ ସଙ୍ଘର୍ଷ କରିବା ପରେ ଜଣେ ଆର ଜଣକୁ ସମ୍ପୂର୍ଣ୍ଣ ରୂପେ କାବୁ କରୁଥିବା ଦେଖାଯାଉଛି ।

କୁମ୍ଭୀରକୁ ଜିଅନ୍ତା ଗିଳିବାକୁ ଚେଷ୍ଟା କରୁଥିଲା ଅଜଗର; VIDEOରେ ଦେଖନ୍ତୁ ଆଗକୁ କ’ଣ ହେଲା
ଭାଇରାଲ୍ ଭିଡିଓରୁ ଏକ ଦୃଶ୍ୟ
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: ଉଭୟ ଅଜଗର (python) ଓ କୁମ୍ଭୀର (Crocodile) ଏତେ ବଡ଼ ସରୀସୃପ ଯେ ସେମାନେ ନିଜ ଶିକାରକୁ ଜିଅନ୍ତା ଗିଳି ଦିଅନ୍ତି । ଆପଣ ହୁଏତ ପୂର୍ବରୁ ଏମିତି କେତେକ ଭିଡିଓ ଦେଖିଥିବେ ଯେଉଁଥିରେ ଏକ ଅଜଗର ବା କୁମ୍ଭୀର କୌଣସି ଏକ ପ୍ରାଣୀକୁ ଗିଳି ଦେଉଛି । କିନ୍ତୁ ଆଜି ପର୍ଯ୍ୟନ୍ତ ଆପଣ ଏପରି ଭିଡିଓ ଦେଖି ନ ଥିବେ ଯେଉଁଥିରେ ଉଭୟ କୁମ୍ଭୀର ଓ ଅଜଗର ପରସ୍ପରକୁ ଗିଳିଦେବାକୁ ଚେଷ୍ଟା କରୁଛନ୍ତି ।

ସୋସିଆଲ ମିଡି଼ଆରେ ଏପରି ଏକ ଭିଡିଓ ଭାଇରାଲ୍‌ ହେଉଛି ଯେଉଁଥିରେ ଏକ ଅଜଗର ଓ ଏକ କୁମ୍ଭୀର ପରସ୍ପରର ସାମ୍ନା କରିଛନ୍ତି ଆଉ ତା’ ପରେ ଦୁହେଁ ପରସ୍ପରକୁ ଗିଳିବାକୁ ଚେଷ୍ଟା କରୁଛନ୍ତି । ଏହି ଭିଡିଓକୁ ଓଜାଟ୍ରୋ ନାମକ ଏକ ୟୁଟ୍ୟୁବ୍ ଚ୍ୟାନେଲ୍ ସେୟାର କରିଛି ଯେଉଁଥିରେ ଏକ ବିରାଟ ଅଜଗର ଏକ ବଡ଼ କୁମ୍ଭୀରକୁ ଅତି ସହଜରେ ଗିଳିଦେଉଥିବାର ଦେଖାଯାଉଛି ।

ଏହା ବି ପଢ଼ନ୍ତୁ | ଡଃ କେ.କେ. ଅଗ୍ରୱାଲ COVIDରେ ଚାଲିଗଲେ; ଟିକାର ୨ଟି ଡୋଜ୍ ନେବା ପରେ ବି କାହିଁକି ମୃତ୍ୟୁ ହେଉଛି?

ଏହି ଭିଡିଓ ଦେଖୁଥିବା ଲୋକେ ନିଶ୍ଚୟ ଆଶ୍ଚର୍ଯ୍ୟ ହୋଇଯିବେ । ଭିଡିଓରେ ଦେଖାଯାଇଥିବା ଅଜଗର ବହୁତ ମୋଟା ଓ ଲମ୍ବା । ତେଣୁ ଏହା ବହୁତ ଶକ୍ତିଶାଳୀ । କୁମ୍ଭୀର ବି ତା’ଠାରୁ କମ୍ ଶକ୍ତିଶାଳୀ ନୁହେଁ । କିନ୍ତୁ ଦୀର୍ଘ ସମୟର ସଙ୍ଘର୍ଷ ପରେ ଅଜଗର ବିଜୟୀ ହେଉଥିବା ଓ କୁମ୍ଭୀରକୁ ସମ୍ପୂର୍ଣ୍ଣ ରୂପେ କାବୁ କରୁଥିବା ଦେଖାଯାଉଛି ।

ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | କରୋନା ୱାର୍ଡ଼ରେ ଫିଲ୍ମ ଗୀତ ଶୁଣୁଥିବା ଭାଇରାଲ୍‌ VIDEO ସେହି ଯୁବତୀଙ୍କ ମୃତ୍ୟୁ ହେଲା; ସୋନୁ ସୁଦ୍ ଦୁଃଖିତ

ଭିଡିଓରେ ଏହା ସ୍ପଷ୍ଟ ଭାବେ ଦେଖାଯାଉଛି ଯେ ଅଜଗର ଏକ ବଡ଼ କୁମ୍ଭୀରକୁ ବି ସହଜରେ ଗିଳିଦେଇପାରେ । ଆପଣ ଏହି ଭିଡିଓ ଦେଖି ଆଶ୍ଚର୍ଯ୍ୟ ହୋଇଯିବେ । ଆମେ ଆପଣଙ୍କୁ ଜଣାଇବୁ ଯେ ଅଧିକାଂଶ ଅଜଗର ଗଛରେ ରୁହନ୍ତି । ସେମାନେ ପାଣିରେ, କାଦୁଅରେ କିମ୍ବା ଶୁଖିଲା ପତ୍ର ତଳେ ଲୁଚି ରହି ନିଜ ଶିକାରକୁ ଅପେକ୍ଷା କରନ୍ତି ।

ଏଇଠି ଦେଖନ୍ତୁ ସେହି ଭାଇରାଲ୍‌ ଭିଡିଓ:



ଲୁଚି ରହିଥିବା ଅଜଗରମାନଙ୍କ ପାଖକୁ ତାଙ୍କ ଶିକାର ଆସି ପହଞ୍ଚିବା ମାତ୍ରେ ସେମାନେ ତା’ ଉପରକୁ ଡେଇଁପଡି଼ ତାକୁ ପ୍ରଥମେ କଷ୍ଟ ଦେଇ ତା’ପରେ ଗିଳି ଦିଅନ୍ତି । ଅଜଗର କୁମ୍ଭୀରକୁ ଗିଳିଦେଉଥିବାର ଏହି ଭିଡିଓକୁ ବର୍ତ୍ତମାନ ପର୍ଯ୍ୟନ୍ତ ୧୪ ମିଲିୟନ ୮୪ ଲକ୍ଷରୁ ଅଧିକ ଥର ଦେଖାଯାଇସାରିଲାଣି ।

ଏହା ବି ପଢ଼ନ୍ତୁ | ସ୍ତ୍ରୀ ପିଲାକୁ ବଞ୍ଚାଇବାକୁ ଚିତାବାଘ ସହ ଲଢ଼ି ତାକୁ ମାରିଦେଲେ; VIDEOରେ ଦିଶିଲା ସାହସ

ଯେତେ ବଡ଼ ଆକାରର ସାପ ଅଛନ୍ତି ସେମାନଙ୍କ ମଧ୍ୟରୁ ଅଜଗର ସବୁଠୁ ବଡ଼ । ସବୁଠୁ ବଡ଼ କଥା ହେଉଛି ଅନ୍ୟାନ୍ୟ ପ୍ରଜାତିର ସାପମାନଙ୍କ ପରି ଅଜଗର ସାପ କିନ୍ତୁ ବିଷ (venom) ସୃଷ୍ଟି କରେ ନାହିଁ । ବାସ୍ତବରେ ଅଜଗର ଏକ ବିଷହୀନ ସାପ । ଆଫ୍ରିକା ଓ ଏସିଆର ଟ୍ରପିକାଲ୍ ଅଞ୍ଚଳରେ ଅଜଗରମାନେ ବାସ କରନ୍ତି । ସେମାନେ ବର୍ଷା ଜଙ୍ଗଲ, ସାଭାନା ଓ ମରୁଭୂମିରେ ବି ଦେଖିବାକୁ ମିଳନ୍ତି । କିଛି ଲୋକ ତ ଅଜଗରମାନଙ୍କୁ ନିଜ ଗୃହପାଳିତ ପଶୁ ଭାବରେ ରଖନ୍ତି ।

ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | ବିଲରେ ଡ୍ୟାନ୍ସ କରୁଥିଲା ଝିଅଟି; ମାଧୁରୀ ଦିକ୍ଷୀତ୍ VIDEO ଦେଖି କହିଲେ, ‘ଆରେ ବାଃ!’; ଦେଖନ୍ତୁ

ଅଜଗର ସାପ ସାଧାରଣତଃ ମଣିଷ ଉପରେ ଆକ୍ରମଣ କରେ ନାହିଁ । ହେଲେ ସେ ଯଦି ଉତ୍ତେଜିତ କିମ୍ବା ଚାପଗ୍ରସ୍ତ ହୁଏ ତାହେଲେ ମଣିଷ ଉପରେ ଆକ୍ରମଣ କରିପାରେ । ଅଜଗର ନିଜ ଶିକାରକୁ ଚାରି ପାଖରୁ ଜୋରରେ ଜାବୁଡ଼ି ଧରେ ଓ ତା’ ନିଶ୍ୱାସ ନେବା ବନ୍ଦ ହୋଇ ସେ ମରିଯିବା ପରେ ତାକୁ ସେ ଏକା ଥରକେ ଗିଳିପକାଏ, ମାନେ ଖଣ୍ଡ ଖଣ୍ଡ କରି କାଟି ଖାଏ ନାହିଁ ।



ଯେତେ ବଡ଼ ପ୍ରାଣୀକୁ ଅଜଗର ଖାଇଥିବ ସେତେ ଅଧିକ ଦିନ ତାକୁ ହଜମ କରିବାକୁ ଲାଗିବ । ଅଜଗରମାନେ ସାଧାରଣତଃ ବ୍ଷରେ ମାତ୍ର ଚାରିରୁ ପାଞ୍ଚ ଥର ଖାଆନ୍ତି । ସେମାନେ ବିଭିନ୍ନ ପ୍ରକାରର ବନ୍ୟ ଜନ୍ତୁଙ୍କୁ ଖାଆନ୍ତି । ଅଜଗରମାନେ ଖୁବ୍‌ ଭଲ ପହଁରିପାରନ୍ତି । ସେମାନେ ଯେଉଁ ସ୍ଥାନରେ ରହନ୍ତି ସେହି ସ୍ଥାନର ରଙ୍ଗ ସେମାନଙ୍କ ଚମଡ଼ାର ହୋଇଥାଏ, ଫଳରେ ସେମାନେ ଲୁଚି ରହିଛନ୍ତି ବୋଲି ସହଜରେ ଜାଣି ହୁଏ ନାହିଁ ।
Published by: Anand ST Das
First published: May 20, 2021, 6:26 PM IST