ଋଷର ବଡ଼ ପ୍ଲାନ; ୪୮ ଘଣ୍ଟା ଭିତରେ ୩ ଦେଶ ଉପରେ ଆକ୍ରମଣ!

Russia-Ukraine War: ମିଳିଥିବା ସୂଚନା ଅନୁସାରେ, ପୁତିନ ଏବେ କେବଳ ୟୁକ୍ରେନ ସହ ଯୁଦ୍ଧ ଲଢୁନାହାଁନ୍ତି ବରଂ ବ୍ରିଟେନ୍‌, ଜର୍ମାନୀ, ଫ୍ରାନ୍ସ, ଆମେରିକା ଏବଂ ନାଟୋର ୩୦ ଦେଶ ସହ ଯୁଦ୍ଧ କରିବାକୁ ବଡ଼ ତୟାରୀ କରୁଛନ୍ତି।

ଋଷର ବଡ଼ ପ୍ଲାନ

ଋଷର ବଡ଼ ପ୍ଲାନ

  • News18 Odia
  • Last Updated :
  • Cuttack, India
  • Share this:
News18 Odia Digital

Russia-Ukraine War: ଆଗାମୀ ୪୮ ଘଣ୍ଟା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ। କାରଣ ଋଷ-ୟୁକ୍ରେନ ସମେତ ନାଟୋର ୩ଟି ଦେଶ ଉପରେ ଆକ୍ରମଣ କରିବାକୁ ବଡ଼ ପ୍ରସ୍ତୁତି କରିଛି।

ଲାଟ୍‌ଭିୟା, ଏଷ୍ଟୋନିଆ ଏବଂ ଲିଥୁଆନିୟା ଉପରେ ଆକ୍ରମଣ କରିପାରେ ମସ୍କୋ। ଲିଥୁଆନିୟା ରୁଷିଆ ବିରୁଦ୍ଧରେ ଲଢ଼େଇ କରିବାକୁ ବଡ଼ ତୟାରୀ କରିଛି।

ବେଲାଋଷଠାରୁ ୧୮ ମାଇଲ ଦୂରରେ ଯୁଦ୍ଧାଭ୍ୟାସ କରୁଛି ଲିଥୁଆନିୟା। ୟୁକ୍ରେନ ପରେ ଏବେ ପୁତିନଙ୍କ ଟାର୍ଗେଟରେ ନାଟୋ ଦେଶ। ପ୍ରଶ୍ନ ଉଠୁଛି ଯେ, ରୁଷିଆ ନାଟୋର ୩୦ ଦେଶ ବିରୁଦ୍ଧରେ ଏକୁଟିଆ ମୁକାବିଲା କେମିତି କରିବ?

ଏକ ବର୍ଷ ଭିତରେ ୟୁକ୍ରେନର ୧୭ ପ୍ରତିଶତ ଅଞ୍ଚଳକୁ କବ୍‌ଜା କରିବା ପରେ ଏବେ ପୁତିନ ନାଟୋ ଦେଶ ଉପରେ ହମ୍‌ଲା କରିବାକୁ ଯାଉଛନ୍ତି। ଲାଟ୍‌ଭିୟା, ଲିଥୁଆନିୟା ଏବଂ ଏଷ୍ଟୋନିୟା ଉପରେ ଆକ୍ରମଣ କରିବାକୁ ବଡ଼ ପ୍ରସ୍ତୁତି କରୁଛି ମସ୍କୋ। ତେବେ କ’ଣ ୟୁକ୍ରେନକୁ ବଞ୍ଚାଇବାକୁ ଲିଥୁଆନିୟା ନିଜର ସବୁଠାରୁ ବଡ଼ ଗଧିଆ ବ୍ରିଗେଡ୍‌କୁ ଯୁଦ୍ଧ ମଇଦାନକୁ ପଠାଇବାକୁ ଯାଉଛି।

ୟୁକ୍ରେନର ୧ ଲକ୍ଷ ବର୍ଗ କିଲୋମିଟର ଅଞ୍ଚଳକୁ କବ୍‌ଜା କରିବା ପରେ ଏବେ କ’ଣ ରୁଷିଆ ଜେଲେନ୍‌ସ୍କିଙ୍କୁ ମାରିବାକୁ କରୁଛନ୍ତି ବଡ଼ ପ୍ରସ୍ତୁତି। ଏମିତି କ’ଣ ହୋଇଛି ଯେ ୯ ଲକ୍ଷ କୋଟି ଟଙ୍କାର ଅସ୍ତ୍ରଶସ୍ତ୍ର ମିଳିବା ପରେ ବି ୟୁକ୍ରେନ ରୁଷିଆକୁ ହରାଇ ପାରୁନାହିଁ।

ରୁଷିଆ ସହ ଲଢ଼ିବ ଗଧିଆ ବ୍ରିଗେଡ୍‌। ୨୪ ଫେବ୍ରୁଆରୀ ୨୦୨୨ରେ ଯେତେବେଳେ ରୁଷିଆ ଚାରିକଡୁ ୟୁକ୍ରେନ ଉପରେ ଆକ୍ରମଣ କଲା, ତାହାର ଏକ ସପ୍ତାହ ପରେ ୟୁକ୍ରେନ ଓ ନାଟୋ ଦାବି କରି ସାରିଥିଲେ ଯେ, ରୁଷିଆ ଯୁଦ୍ଧ ହାରୁଛି।

ହେଲେ ଯୁଦ୍ଧର ଏକ ବର୍ଷ ପରେ ରୁଷିଆ ୟୁକ୍ରେନର ୧୭ ପ୍ରତିଶତ ଅଞ୍ଚଳ କବ୍‌ଜା କରି ସାରିଛି। ଯାହା ପ୍ରାୟ ୧ ଲକ୍ଷ ବର୍ଗ କିଲୋମିଟର। ଏହାରି ଭିତରେ ୟୁକ୍ରେନ ଦାବି କରୁଛି ଯେ, ରୁଷିଆର ସାଢ଼େ ୬ ହଜାର ଯୁଦ୍ଧ ଗାଡ଼ିକୁ ଜେଲେନ୍‌ସ୍କି ସେନା ଧ୍ବଂସ କରିଛନ୍ତି। କିନ୍ତୁ ଏସବୁ ପରେ ବି ରୁଷିଆ ଟ୍ୟାଙ୍କ୍‌, ଦୂରଗାମୀ ତୋପ ଓ ରକେଟ୍‌ ଜରିଆରେ ଘନଘନ ଆକ୍ରମଣ କରୁଛି। ଆଚମ୍ବିତ ଏହା ବି କରୁଛି ଯେ, ୟୁକ୍ରେନ କହୁଛି ରୁଷିଆର ୩୦୦ ଲଢୁଆ ବିମାନ ନଷ୍ଟ କରିଦେଇଛି। ରୁଷିଆ ସାଢ଼େ ୬୦୦ ଲଢୁଆ ବିମାନ ଜରିଆରେ ୟୁକ୍ରେନ ଉପରେ ଆକ୍ରମଣ କରିବାକୁ ଯାଉଛି। ଏବେ ତ ଜେଲେନ୍‌ସ୍କି ମଧ୍ୟ ବାଇଡେନ୍‌ଙ୍କ ସହ ସାକ୍ଷାତ ପରେ ବଙ୍କର ଭିତରେ ଲୁଚି ବସିଛନ୍ତି।

ମିଳିଥିବା ସୂଚନା ଅନୁସାରେ, ପୁତିନ ଏବେ କେବଳ ୟୁକ୍ରେନ ସହ ଯୁଦ୍ଧ ଲଢୁନାହାଁନ୍ତି ବରଂ ବ୍ରିଟେନ୍‌, ଜର୍ମାନୀ, ଫ୍ରାନ୍ସ, ଆମେରିକା ଏବଂ ନାଟୋର ୩୦ ଦେଶ ସହ ଯୁଦ୍ଧ କରିବାକୁ ବଡ଼ ତୟାରୀ କରୁଛନ୍ତି। ୟୁକ୍ରେନ ପରେ ନାଟୋ ପାଇଁ ଆଉ ଏକ ଖରାପ ଖବର ସାମ୍ନାକୁ ଆସିଛି। ପୁତିନ ଏବେ ନାଟୋ ଦେଶ ଲିଥୁଆନିୟା, ଲାଟ୍‌ଭିୟା ଏବଂ ଏଷ୍ଟୋନିଆ ଉପରେ ଆକ୍ରମଣ କରିବାକୁ ଯାଉଛନ୍ତି। ଅର୍ଥାତ୍ ରୁଷିଆ ଏବେ ୪ଟି ମୋର୍ଚ୍ଚା ସହ ସିଧାସଳଖ ଯୁଦ୍ଧ କରିବାକୁ ଯାଉଛି। ଆମେ ଆପଣଙ୍କୁ ଆଗକୁ କହିବୁ ଯେ, ନାଟୋ ଦେଶ ଲିଥୁଆନିୟା, ଲାଟ୍‌ଭିୟା ଏବଂ ଏଷ୍ଟୋନିଆ ଉପରେ ଆକ୍ରମଣ କେବେ ଓ କେମିତି ହେବ। କିନ୍ତୁ ଏହା ପୂର୍ବରୁ ନାଟୋ ଦେଶ ଲିଥୁଆନିୟାର ପ୍ରସ୍ତୁତି ବି ଦେଖିନିଅନ୍ତୁ, ଯିଏ ପୁତିନଙ୍କ ବିରୁଦ୍ଧରେ ଲଢ଼େଇ ପାଇଁ ଜୋର୍‌ଦାର ପ୍ରସ୍ତୁତି କରୁଛି।

ରୁଷିଆ ସହ ଲଢ଼ିବ ଗଧିଆ ସେନା। ରୁଷିଆ ଲିଥୁଆନିୟା ଉପରେ ହମ୍‌ଲା କରିବାକୁ ଧମକ ଦେଇଛି। ପୁତିନଙ୍କ ଚେତାବନୀ ପରେ ଲିଥୁଆନିୟା ପୂରା ଘାବରେଇ ଯାଇଛି। ଲିଥୁଆନିୟାର ଦାବି ଅନୁସାରେ, ଆଇରନ ଓଲ୍ଫ ଇନ୍‌ଫାଣ୍ଟ୍ରି ବାଟାଲିୟନ ରୁଷିଆ ଉପରେ ହମ୍‌ଲା କରିବାକୁ ବଡ଼ ତୟାରୀ କରୁଛି। ତଥ୍ୟ ଅନୁସାରେ, ନାଟୋ ଦେଶ ଲିଥୁଆନିୟା ପାଖରେ ମାତ୍ର ୧୬ ହଜାର ସୈନିକ ଅଛନ୍ତି। ମାତ୍ର ଏହି ଦେଶ ପାଖରେ ୩୫୦୦ ଜଣ ଆଇରନ ଓଲ୍ଫ ଇନ୍‌ଫାଣ୍ଟ୍ରି ବାଟାଲିୟନ ସୈନିକ ଅଛନ୍ତି। ଯାହାକୁ ନାଟୋ ଦେଶର ସବୁଠାରୁ ଭୟଙ୍କର ବୋଲି ବିବେଚନା କରାଯାଏ। ମିଳିଥିବା ଖବର ଅନୁସାରେ, ଲିଥୁଆନିୟା ଏହି ଗଧିଆ ବ୍ରିଗେଡ୍‌କୁ ରୁଷିଆ ବିରୋଧରେ ଯୁଦ୍ଧ କରିବାକୁ ବଡ଼ ପ୍ରସ୍ତୁତି କରୁଛି।

ଆଇରନ ଓଲ୍ଫ ଇନ୍‌ଫାଣ୍ଟ୍ରି ବାଟାଲିୟନର ୩୫୦୦ ସୈନିକଙ୍କ ପାଖରେ ୭୦୦ ପ୍ରକାର ଅସ୍ତ୍ର ଅଛି। ଏମାନଙ୍କ ପାଖରେ ଭାରି ଟ୍ୟାଙ୍କ୍‌, ଯୁଦ୍ଧ ବାହନ, ତୋପ, ଆଣ୍ଟି ଟ୍ୟାଙ୍କ୍‌ ମିସାଇଲ ଏବଂ ରକେଟ୍‌ ସିଷ୍ଟମ୍‌ ଅଛି। ଏହି ବାଟାଲିୟନ ଗଭୀର ଆଘାତ ଦେଇ ଆକ୍ରମଣ କରିବାରେ ପୂରା ମାହିର୍‌। ସ୍ପେଶାଲ ଅପରେସନ କରିବାକୁ ଏହି ବାଟାଲିୟନ୍‌ ଉତ୍ସାହିତ ହୋଇଥାଏ। ରୁଷିଆ ବି ଏହି ବାଟାଲିୟନର ଶକ୍ତି ଜାଣିଛି। ରୁଷିଆ ସାମ୍ନାରେ ଯଦିଓ ଏହା ସୈନ୍ୟ ସଂଖ୍ୟା କମ୍‌, ତଥାପି ବି ସ୍ବତନ୍ତ୍ର ଅପରେସନର କରିବାରେ ଆଇରନ ଓଲ୍ଫ ଇନ୍‌ଫାଣ୍ଟ୍ରି ବାଟାଲିୟନ ଉସ୍ତାଦ।

ପେବ୍ରେଡ୍‌ ଜଙ୍ଗଲରେ ଲିଥୁଆନିୟାର ଏହି ଗଧିଆ ବ୍ରିଗେଡ୍‌ ଯୁଦ୍ଧାଭ୍ୟାସ କରୁଛି। ଆଇରନ ଓଲ୍ଫ ଇନ୍‌ଫାଣ୍ଟ୍ରି ବାଟାଲିୟନ ଜର୍ମାନୀ ଦ୍ବାରା ନିର୍ମିତ G-୩୬ ଆସଲ୍‌ଟ୍‌ ରାଇଫଲ୍‌ ବ୍ୟବହାର କରିଥାଏ। ସେହିପରି ଆମେରିକାର ଜାଭଲିନ୍‌ ରକେଟ୍‌ ଲଞ୍ଚର ସିଷ୍ଟମ୍‌ର ବ୍ୟବହାର ଏହି ବାଟାଲିୟନ୍‌ଠାରୁ ଅଧିକ ଦକ୍ଷ ଭାବେ କେହି କରି ପାରିବ ନାହିଁ। ଲିଥୁଆନିୟାର ଆଇରନ ଓଲ୍ଫ ଇନ୍‌ଫାଣ୍ଟ୍ରି ବାଟାଲିୟନ କମାଣ୍ଡୋ ଦାବି କରିଛନ୍ତି ଯେ, ଶେଷ ନିଃଶ୍ବାସ ଥିବା ଯାଏ ସେମାନେ ଯୁଦ୍ଧ କରିବାକୁ ଚାହାନ୍ତି।

ଏକ ବର୍ଷ ଭିତରେ ରୁଷିଆ ୟୁକ୍ରେନର ୧ ଲକ୍ଷ ବର୍ଗ କିଲୋମିଟର ଜମି ଅକ୍ତିଆର କରି ସାରିଲାଣି। ଏବେ ନାଟୋ ଦେଶର ୩ଟି ଦେଶ ଲିଥୁଆନିୟା, ଲାଟ୍‌ଭିୟା ଏବଂ ଏଷ୍ଟୋନିଆ ଉପରେ ଆକ୍ରମଣ କରିବାକୁ ଯାଉଛି। ନାଟୋ ଆଶଙ୍କା କରୁଛି ଯେ, ୟୁକ୍ରେନ ଭିତରେ ଯଦି ରୁଷୀୟ ସେନାକୁ ରୋକା ନ ଯାଉଛି ତେବେ ଏକ ସପ୍ତାହ ଭିତରେ ରୁଷିଆ ନାଟୋର ୩ଟି ଦେଶ ଉପରେ ବଡ଼ ଆକ୍ରମଣ କରିବ।

ଲାଟ୍‌ଭିୟା ଉପରେ ପୁତିନ ଏଥିପାଇଁ ଆକ୍ରମଣ କରିବାକୁ ଚାହାନ୍ତି, କାରଣ ଲାଟ୍‌ଭିୟାକୁ ପୁତିନଙ୍କ ବିରୋଧର ଗଡ଼ ବୋଲି କୁହାଯାଉଛି। ସେହିପରି ଏଷ୍ଟୋନିଆ ରୁଷିଆ ବିରୋଧରେ ସବୁଠୁ ବଡ଼ ଆକ୍ରାମକ ଦେଶ। ସେଥିପାଇଁ ଏହି ଦେଶ ଉପରେ ମଧ୍ୟ ପୁତିନ ହମ୍‌ଲା କରିବାକୁ ପ୍ରସ୍ତୁତି କରିଛନ୍ତି। ଏବେ ପ୍ରଶ୍ନ ଉଠୁଛି ଯେ, ଏହି ୩ଟି ଦେଶ ଉପରେ ରୁଷିଆ ଆକ୍ରମଣ କଲେ ନାଟୋ କ’ଣ କରିବ?
Published by:Lipina Das
First published: