NDAରୁ ବାହାରିଗଲା ଅକାଳୀ ଦଳ; କୃଷି ଆଇନକୁ ବିରୋଧ କରି ୨୨ ବର୍ଷର ସମ୍ପର୍କ ତୁଟାଇଲା

ଶିରୋମଣି ଅକାଳୀ ଦଳର ମୁଖ୍ୟ ସୁଖବୀର ସିଂ ବାଦଲ ପଞ୍ଜାବର କଂଗ୍ରେସ ସରକାରଙ୍କୁ ଏକ ଅଧ୍ୟାଦେଶ ଜାରି କରି କେନ୍ଦ୍ରର କୃଷି ଆଇନ୍ ରାଜ୍ୟରେ କାର୍ଯ୍ୟକାରୀ ହେବ ନାହିଁ ବୋଲି ନିୟମ ବନେଇବାକୁ ଆହ୍ୱାନ ଦେଇଛନ୍ତି ।

NDAରୁ ବାହାରିଗଲା ଅକାଳୀ ଦଳ; କୃଷି ଆଇନକୁ ବିରୋଧ କରି ୨୨ ବର୍ଷର ସମ୍ପର୍କ ତୁଟାଇଲା
ନୂଆ କୃଷି ଆଇନକୁ ବିରୋଧ କରି SAD ଅଲଗା ହୋଇଗଲା NDAରୁ ।
  • News18 Odia
  • Last Updated: September 26, 2020, 11:56 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: ଶିରୋମଣି ଅକାଳୀ ଦଳ (Shiromani Akali Dal, SAD) ଏନଡିଏ (NDA) ଛାଡ଼ିଦେଇଛି । ଅକାଳୀ ଦଳର ସଭାପତି ସୁଖବୀର ସିଂ ବାଦଲ (Sukhbir Singh Badal) ନିଜେ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ କୃଷି (agriculture) ସହ ଜଡ଼ିତ ଏମିତି ଅଧ୍ୟାଦେଶ ଆଣିଥିବା ଏନଡିଏର ଅଂଶ ହୋଇପାରିବ ନାହିଁ ତାଙ୍କ ଦଳ । ସେ କହିଛନ୍ତି ଯେ ଏନଡିଏରୁ ଅଲଗା ହେବାର ନିଷ୍ପତ୍ତି ସହମତି ଭିତ୍ତିରେ ନିଆଯାଇଛି । ଏଥି ସହ NDA ସହ ଅକାଳୀ ଦଳର ୨୨ ବର୍ଷର ସମ୍ପର୍କ ତୁଟିଯାଇଛି ।

‘‘ଏମଏସପି ଉପରେ (MSP) କୃଷକଙ୍କ ଫସଲର ନିଶ୍ଚିତ ମାର୍କେଟିଂକୁ ସୁରକ୍ଷା ଦେବା ବିଷୟରେ ବିଜେପି ନେତୃତ୍ୱାଧୀନ ଏନଡିଏ ଗ୍ୟାରେଣ୍ଟି ଦେବାକୁ ମନା କରିଥିବାରୁ ଆମେ ଏହି ମିଳିତ ମଞ୍ଚରୁ ବାହାରିଯିବାକୁ ନିଷ୍ପତ୍ତି ନେଇଛୁ । ଶିଖ୍‌ ଓ ପଞ୍ଜାବୀ ପ୍ରସଙ୍ଗରେ ବି ଏହି ସରକାର ଅସମ୍ବେଦନଶୀଳ ଥିଲା,’’ କହିଛନ୍ତି ବାଦଲ ।

ଏହା ପୂର୍ବରୁ ଶିରୋମଣି ଅକାଳୀ ଦଳର ମୁଖ୍ୟ ସୁଖବୀର ସିଂ ବାଦଲ ଶନିବାର ଦିନ ପଞ୍ଜାବର କଂଗ୍ରେସ ସରକାରଙ୍କୁ ଏକ ଅଧ୍ୟାଦେଶ ଜାରି କରି କେନ୍ଦ୍ରର କୃଷି ଆଇନ୍‌ ରାଜ୍ୟରେ କାର୍ଯ୍ୟକାରୀ ହେବ ନାହିଁ ବୋଲି ନିୟମ ବନେଇବାକୁ ଆହ୍ୱାନ ଦେଇଛନ୍ତି । ଏହି ଅଧ୍ୟାଦେଶରେ ପୂରା ପଞ୍ଜାବ ରାଜ୍ୟକୁ ଗୋଟିଏ ମାର୍କେଟ୍‌ ଭାବେ ଘୋଷଣା କରିବାକୁ ସେ ଅନୁରୋଧ କରିଛନ୍ତି ।

ଏକ ବିବୃତ୍ତିରେ SAD କହିଛି, ‘‘ସାରା ଦିନ ଅକାଳୀଙ୍କ ଭୟରେ ଗ୍ରସ୍ତ ରହିବା ଓ ନିଜ ବିରୋଧୀଙ୍କ ବିରୁଦ୍ଧରେ ଅଭିଯୋଗ ଆଣିବାରେ ବ୍ୟସ୍ତ ରହିବା ପରିବର୍ତ୍ତେ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମିରନ୍ଦର ସିଂ ଚାଷୀଙ୍କ ସୁରକ୍ଷା ପାଇଁ ପଦକ୍ଷେପ ନେବା ଉଚିତ ।’’

କୃଷି ଅଧ୍ୟାଦେଶକୁ ବିରୋଧ କରି ହରସିମରତ କୌର ବାଦଲ କେନ୍ଦ୍ର କ୍ୟାବିନେଟରୁ ଇସ୍ତଫା ଦେଇଥିଲେ ।


ବାଦଲ କହିଛନ୍ତି ଯେ ପଞ୍ଜାବରେ କେନ୍ଦ୍ରର ନୂଆ ନିୟମ କାର୍ଯ୍ୟକାରୀ କରାଇ ନ ଦେବାର ଏକ ମାତ୍ର ଉପାୟ ହେଉଛି ସମଗ୍ର ରାଜ୍ୟକୁ କୃଷିଜାତ ଦ୍ରବ୍ୟର ବଜାର ଘୋଷିତ କରାଯିବା । ସେ କହିଛନ୍ତି ଯେ ବଜାର ଘୋଷିତ ଯେକୌଣସି କ୍ଷେତ୍ର ନୂଆ ଆଇନର ପରିସର ବାହାରେ । ସେ କହିଛନ୍ତି ଯେ ଏହା ଦ୍ୱାରା ରାଜ୍ୟକୁ 'ବଡ଼ କର୍ପୋରେଟ୍ ସାର୍କ' ପ୍ରବେଶ କରିପାରିବେ ନାହିଁ ।

ସଂସଦରେ କୃଷି ବିଲ୍ ଆଗତ ହେବା ପରେ NDA ସରକାରରୁ ଇସ୍ତଫା ଦେଇଥିଲେ କେନ୍ଦ୍ର ମନ୍ତ୍ରୀ ହରସିମରତ କୌର ବାଦଲ । କେନ୍ଦ୍ର କ୍ୟାବିନେଟରୁ ଇସ୍ତଫା ଦେବାର କିଛି ଦିନ ପରେ ବଠିଣ୍ଡାରୁ ସାଂସଦ ହୋଇଥିବା ହରସିମରତ କୌର ବାଦଲ କହିଛନ୍ତି ଯେ ସଂସଦରେ କୃଷି ବିଲ୍ ଆଣିବାକୁ ନିଷ୍ପତ୍ତି ନିଆଯିବା ପରେ ସେ ମନ୍ତ୍ରୀ ପଦରେ ରହିବା ଲଜ୍ଜାଜନକ ବୋଲି ଅନୁଭବ କରିଥିଲେ ।

କେନ୍ଦ୍ର ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ମନ୍ତ୍ରୀ ଥିବା ହରସିମରତ ଦାବି କରିଛନ୍ତି ଯେ କୃଷି ଆଇନର ଡ୍ରାଫ୍ଟ ତାଙ୍କ ମନ୍ତ୍ରଣାଳୟର ନଜରକୁ ଅଣାଯିବା ପରେ ସେ ପ୍ରତିକୁଳ ମନ୍ତବ୍ୟ ଦେଇଥିଲେ । ଶିରୋମଣି ଅକାଳୀ ଦଳର ଏହି ନେତା କହିଛନ୍ତି, ‘‘ମୁଁ ମଧ୍ୟ ଅନୁରୋଧ କରିଥିଲି ଯେ ଚାଷୀମାନଙ୍କ ସହ ଆଲୋଚନା ଶେଷ ନ ହେବା ପର୍ଯ୍ୟନ୍ତ ଏହି ବିଲ୍ ସିଲେକ୍ଟ କମିଟି ନିକଟକୁ ପଠାଯାଉ । ତଥାପି ଯେତେବେଳେ ମୁଁ ଜାଣିବାକୁ ପାଇଲି ଯେ ସଂସଦରେ ଏହି କଳା ଆଇନ ପ୍ରଣୟନ ହେଉଛି, ମୁଁ ଇସ୍ତଫା ଦେବାକୁ ସ୍ଥିର କରିଥିଲି ।’’

‘‘ମୋତେ ଏହି କେନ୍ଦ୍ର ସରକାରରେ ମନ୍ତ୍ରୀ ପଦରେ ରହିବା ଲଜ୍ଜାଜନକ ଲାଗିଲା, ତେଣୁ ତୁରନ୍ତ ପଦ ଛାଡ଼ି ଚାଷୀଙ୍କ ସହ ଛିଡା ହେବାକୁ ନିଷ୍ପତ୍ତି ନେଇଥିଲି,’’ କହିଛନ୍ତି ପୂର୍ବତନ କେନ୍ଦ୍ର ମନ୍ତ୍ରୀ ହରସିମରତ । ସେ ଦାବି କରିଛନ୍ତି ଯେ ସେ ସରକାରଙ୍କୁ କହିଥିଲେ ଯେ ବିଲ ଆଣିବା ପୂର୍ବରୁ ଚାଷୀଙ୍କୁ ବିଶ୍ୱାସକୁ ନିଆଯିବା ଉଚିତ୍ । ସେ କହିଛନ୍ତି ଯେ ସେ ଗତ ଅଢ଼େଇ ମାସ ଧରି ନିରନ୍ତର ଏହି ଚେଷ୍ଟା କରୁଥିଲେ ।

ଏହା ବି ପଢ଼ନ୍ତୁ ୭ ବର୍ଷର ବାଳକ ଭୋକରେ ମରିଗଲା; ତାମାମୃତ ଦେହ ପାଖରେ ଦିନ ବସିରହିଲା

ଏହା ବି ପଢ଼ନ୍ତୁ କୁକୁରକୁ ରଙ୍ଗ ଲଗେଇ ବାଘ ବନେଇଦେଲେ; ‘ମିନି ଟାଇଗରକୁ ଦେଖି ପଶୁ ପ୍ରେମୀ ନାରାଜ ହେଲେ

ହରସିମରତ କହିଛନ୍ତି ଯେ ଯେତେବେଳେ ତାଙ୍କ ଅନୁରୋଧକୁ ଧ୍ୟାନ ଦିଆଗଲା ନାହିଁ, ସେତେବେଳେ ଶିରୋମଣି ଅକାଳୀ ଦଳର ମୁଖ୍ୟ ସୁଖବୀର ସିଂ ବାଦଲ ସଂସଦରେ ଏହି ବିଲକୁ ବିରୋଧ କରିବାକୁ ନିଷ୍ପତ୍ତି ନେଇଥିଲେ ।



ଶିରୋମଣି ଅକାଳୀ ଦଳର ସଭାପତି ସୁଖବୀର ସିଂ ବାଦଲ କହିଛନ୍ତି ଯେ କୃଷକଙ୍କ କଲ୍ୟାଣ ଅପେକ୍ଷା ତାଙ୍କ ଦଳ ପାଇଁ କୌଣସି ମିଳିତ ମଞ୍ଚ ବା ସରକାର ଗୁରୁତ୍ୱପୂର୍ଣ୍ଣ ନୁହେଁ । ‘‘ଆମ ଦଳ ଅନ୍ନଦାତାଙ୍କ ପ୍ରତି ନିଜ ଦାୟିତ୍ୱ ପୂରଣ କରିବ । କୃଷକମାନଙ୍କର ଓ SADର ଦାବି ଅନୁଯାୟୀ ସର୍ବନିମ୍ନ ସମର୍ଥନ ମୂଲ୍ୟକୁ ଏକ ଆଇନଗତ ଅଧିକାର ପ୍ରଦାନ କରିବାକୁ କେନ୍ଦ୍ର ସରକାର  ମନା କରିବା ପରେ ଆମ ଦଳ ଏହି ବିଲ୍ ବିରୋଧରେ ଭୋଟ୍ ଦେବାକୁ ନିଷ୍ପତ୍ତି ନେଇଥିଲା,’’ ସେ କହିଛନ୍ତି ।
Published by: Anand Shankar Thankur Das
First published: September 26, 2020, 11:56 PM IST
corona virus btn
corona virus btn
Loading