ପଞ୍ଜାବରେ MSPରୁ କମ୍ ଦାମରେ କେହି ଫସଲ କିଣିଲେ ୩ ବର୍ଷ ଜେଲ୍ ଦଣ୍ଡ ମିଳିବ

କେନ୍ଦ୍ରର ତିନୋଟି କୃଷି ଆଇନକୁ ବିରୋଧ କରି ପଞ୍ଜାବରେ ପାସ୍ ହୋଇଥିବା ଆଇନଗୁଡ଼ିକ ବଳରେ ଯଦି କୌଣସି କମ୍ପାନୀ କିମ୍ବା ବ୍ୟକ୍ତି ଜମି ଓ ଫସଲ ପାଇଁ ଚାଷୀଙ୍କ ଉପରେ ଚାପ ପକାନ୍ତି, ତେବେ ସେମାନଙ୍କୁ ବି ଜେଲ୍ ଦଣ୍ଡ ଦିଆଯାଇପାରେ ।

ଅମରିନ୍ଦର ସିଂ

ଅମରିନ୍ଦର ସିଂ

  • Share this:
News18 Odia Digital

ଚଣ୍ଡିଗଡ଼: କେନ୍ଦ୍ରରେ ମୋଦୀ ସରକାର ପାସ୍‌ କରିଥିବା ତିନୋଟି କୃଷି ଆଇନ (farm laws) ବିରୋଧରେ ପଦକ୍ଷେପ ଗ୍ରହଣ କରିଥିବା ପ୍ରଥମ ରାଜ୍ୟ ହୋଇଛି ପଞ୍ଜାବ । ରାଜ୍ୟର କଂଗ୍ରେସ୍‌ ମୁଖ୍ୟ ମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ (Amarinder Singh) ବିଧାନ ସଭାରେ ତିନୋଟି ବିଲ୍ ଉପସ୍ଥାପନ କରାଇ ପାସ୍‌ କରାଇ ନେଇଛନ୍ତି, ଯାହା ଦ୍ୱାରା ପଞ୍ଜାବରେ କୃଷକମାନଙ୍କୁ ସେମାନଙ୍କ ଫସଲର ସର୍ବନିମ୍ନ ସମର୍ଥନ ମୂଲ୍ୟ (MSP) ମିଳିବା ସୁନିଶ୍ଚିତ ହେବ ।

ପଞ୍ଜାବ ସରକାରଙ୍କ ଦ୍ୱାରା ପ୍ରବର୍ତ୍ତିତ ଆଇନରେ ବ୍ୟବସ୍ଥା କରାଯାଇଛି ଯେ ଯଦି କେହି କୌଣସି ଚାଷୀଙ୍କୁ ସେମାନଙ୍କ ଫସଲର ଦାମ୍‌ MSP ତୁଳନାରେ କମ୍ ଦିଏ ତେବେ ତାଙ୍କୁ ତିନି ବର୍ଷ ଜେଲ୍‌ ଦଣ୍ଡ ମିଳିପାରେ । ଏହି ଆଇନ ବଳରେ ଯଦି କୌଣସି କମ୍ପାନୀ କିମ୍ବା ବ୍ୟକ୍ତି ଜମି ଓ ଫସଲ ପାଇଁ ଚାଷୀଙ୍କ ଉପରେ କୌଣସି ଚାପ ପକାନ୍ତି, ତେବେ ସେମାନଙ୍କୁ ବି ଜେଲ୍‌ ଦଣ୍ଡ ଦିଆଯାଇପାରେ ।

କୃଷି ଅଧ୍ୟାଦେଶକୁ ବିରୋଧ କରି ହରସିମରତ କୌର ବାଦଲ କେନ୍ଦ୍ର କ୍ୟାବିନେଟରୁ ଇସ୍ତଫା ଦେଇଥିଲେ ।


କେନ୍ଦ୍ର ସରକାରଙ୍କ ଦ୍ୱାରା ଅଣାଯାଇଥିବା ତିନୋଟି କୃଷି ଆଇନକୁ ପଞ୍ଜାବରେ ସବୁ ଠାରୁ ଅଧିକ ବିରୋଧ କରାଯାଇଥିଲା । ପଞ୍ଜାବକ କୃଷକମାନେ ସଡ଼କ ଉପରେ ଅନେକ ପ୍ରଦର୍ଶନ କରିଥିଲେ । ଏହି ଆଇନ ବିରୋଧରେ ସ୍ୱର ଉଠାଇ ବିଜେପିର ସହଯୋଗୀ ଦଳ ଅକାଳୀ ଦଳରୁ କେନ୍ଦ୍ର ସରକାରରେ ମନ୍ତ୍ରୀ ଥିବା ହରସିମରତ କୌର୍‌ ବାଦଲ ନିଜ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ । କଂଗ୍ରେସ ନେତା ରାହୁଳ ଗାନ୍ଧୀ କୃଷକମାନଙ୍କୁ ସମର୍ଥନ କରି ସେମାନଙ୍କ ସହ ଟ୍ରାକ୍ଟର ରାଲିରେ ସାମିଲ୍‌ ହୋଇଥିଲେ ।

ଏହା ବି ପଢ଼ନ୍ତୁ ମା’ବାପା ଅଫିସରେ; ଚାକରାଣୀ ଶିଶୁକୁ ଖୁବ୍ ମାଡ଼ ମାରୁଥିଲା; ଧରା ପଡ଼ିଲା; ଦେଖନ୍ତୁ VIDEO

ଅମରିନ୍ଦର ସିଂ କେନ୍ଦ୍ରର କୃଷି ସମ୍ବନ୍ଧୀୟ ତିନୋଟି ଆଇନକୁ ସମାଲୋଚନା କରି କହିଛନ୍ତି ଯେ ସେହି ଆଇନଗୁଡ଼ିକ କୃଷକ ଓ ଶ୍ରମିକଙ୍କ ସ୍ୱାର୍ଥ ବିରୋଧରେ ଯାଉଛନ୍ତି । ବିଧାନ ସଭାକୁ ସମ୍ବୋଧିତ କରି ଅମରିନ୍ଦର ସିଂ କହିଛନ୍ତି ଯେ କୃଷି ଏକ ରାଜ୍ୟ ବିଷୟ, କିନ୍ତୁ କେନ୍ଦ୍ର ଏହାକୁ ଅଣଦେଖା କରିଛି । ‘‘ମୁଁ ଜାଣିପାରୁନି କେନ୍ଦ୍ର ସରକାର କ’ଣ କରିବାକୁ ଚାହୁଁଛନ୍ତି,’’ ସେ କହିଛନ୍ତି ।

ଏହା ବି ପଢ଼ନ୍ତୁ ସାମାଜିକ ଦୂରତା ପାଇଁ ମଥାରେ ଖଟିଆ ଟାଙ୍ଗି ସାଇକେଲ୍ ଚଳେଇଲେ! ଦେଖନ୍ତୁ ମଜାଦାର Video

କେନ୍ଦ୍ରର କୃଷି ସମ୍ବନ୍ଧୀୟ ତିନୋଟି ବିଲ୍‌ ଉଭୟ ଲୋକ ସଭା ଓ ରାଜ୍ୟ ସଭାରେ ପାସ୍‌ ହେବା ପରେ ରାଷ୍ଟ୍ରପତି ରାମ ନାଥ କୋବିନ୍ଦ (President Ramnath Kovind) ସେମାନଙ୍କୁ ଅନୁମୋଦନ କରିଥିଲେ । ତା’ ପରେ ବର୍ତ୍ତମାନ ସେହି ବିଲ୍ଗୁଡ଼ିକ ଆଇନରେ ପରିଣତ ହୋଇଛି ।



ପଞ୍ଜାବ ଓ ହରିୟାଣା କୃଷି ଉପରେ ନିର୍ଭର କରୁଥିବା ରାଜ୍ୟ । ସେଠାକାର କୃଷକମାନେ କେନ୍ଦ୍ର ସରକାର ଆଣିଥିବା କୃଷି ଆଇନକୁ ଜୋରଦାର ବିରୋଧ କରୁଛନ୍ତି । ଅନ୍ୟ ରାଜ୍ୟରେ ବି ଏହି ଆଇନଗୁଡ଼ିକୁ ନେଇ ବିରୋଧ ହେଉଛି ।
Published by:Anand ST Das
First published: