ସ୍ତ୍ରୀ ଓ ୨ ପିଲାଙ୍କ ସହ ୫ଜଣଙ୍କୁ ଜୀବନ୍ତ ଜାଳିଦେଲା ଯୁବକ; ନିଜେ କରିଦେଲେ ଆତ୍ମହତ୍ୟା

ଶୋଇଥିବା ସମୟରେ ତାଙ୍କ ପତ୍ନୀ ଓ ପରିବାରର ଚାରିଜଣ ସଦସ୍ୟଙ୍କୁ ପୋଡିବା ପରେ କୁଲଦୀପ ସିଂ ଏକ ଗଛରେ ଫାଶି ଲଗାଇ ଆତ୍ମହତ୍ୟା କରିଛନ୍ତି।

ମୃତ କୁଲଦୀପ ସିଂ (ପ୍ରତୀକାତ୍ମକ ଛବି)

ମୃତ କୁଲଦୀପ ସିଂ (ପ୍ରତୀକାତ୍ମକ ଛବି)

  • News18 Odia
  • Last Updated :
  • Other, India
  • Share this:
News18 Odia Digital

ଚଣ୍ଡୀଗଡ଼: ପଞ୍ଜାବର ଲୁଧିଆନାରେ ଫାଶୀ ଲଗାଇ ଜଣେ ୩୦ ବର୍ଷ ବୟସ୍କ ଯୁବକ ଆତ୍ମହତ୍ୟା କରିଛନ୍ତି। ବୁଧବାର ପୋଲିସ ଏହି ସୂଚନା ଦେଇଛି। ଏହି ଯୁବକ ଜଣକ ଶୋଇଥିବା ସମୟରେ ତାଙ୍କ ପତ୍ନୀ ଓ ପରିବାରର ଚାରିଜଣ ସଦସ୍ୟଙ୍କୁ ପୋଡି ଦେଇଥିଲେ। ପରେ କୁଲଦୀପ ସିଂ ତାଙ୍କ ଗାଁ ଖୁରସେଦପୁରର ଏକ ଗଛରେ ଫାଶି ଲଗାଇ ଆତ୍ମହତ୍ୟା କରିଛନ୍ତି।

ପୋଲିସର ସୂଚନାନୁସାରେ, କୁଲଦୀପ ସିଂ ତାଙ୍କ ଶାଶୁ ଓ ଶ୍ୱଶୁର, ତାଙ୍କ ପତ୍ନୀ ପରମଜିତ୍ କୌର ଓ ଦୁଇ ସନ୍ତାନ ୮ ବର୍ଷୀୟ ଅର୍ଶଦୀପ ଓ ୫ ବର୍ଷୀୟ ଅନମୋଲଙ୍କୁ ପୋଡି ଦେଇଛନ୍ତି।  ପୋଲିସ କହିଛି ଯେ ପରମଜିତ କୌର ତାଙ୍କ ଦୁଇ ସନ୍ତାନଙ୍କ ସହ ପଞ୍ଜାବର ଜଲନ୍ଦର ଜିଲ୍ଲାରେ ତାଙ୍କ ପିତାମାତାଙ୍କ ସହ ପାଞ୍ଚ ମାସ ଧରି ରହୁଥିଲେ।

କୁଲଦୀପ ସିଂ ତାଙ୍କ ପତ୍ନୀଙ୍କୁ ମାଡ଼ ମାରୁ ଥିବାରୁ ପରମଜିତ୍ ଖୁରସେଦପୁର ଗାଁକୁ ଫେରିବାକୁ ଚାଁହୁ ନଥିଲେ। ଥିବା ତାଙ୍କ ଘରକୁ ଫେରିଯାଆନ୍ତୁ। ସୋମବାର ବିଳମ୍ବିତ ରାତିରେ କୁଲଦୀପ ଓ ତାଙ୍କର ଦୁଇ ସନ୍ତାନଙ୍କ ସହ ପାଞ୍ଚ ଜଣଙ୍କ ଉପରେ ଆକ୍ରମଣ କରିଥିଲେ।

ମୃତ କୁଲଦୀପ ସିଂ ବିଟଲା ଗାଁର ସୁରଜନ ସିଂଙ୍କ ପରମଜିତ୍ କୌରଙ୍କୁ ବିବାହ କରିଥିଲେ। ପ୍ରାରମ୍ଭିକ ଅନୁସନ୍ଧାନରୁ ଜଣାପଡିଛି ଯେ କୁଲଦୀପ ମଧ୍ୟ ନିଶା ସେବନ କରରୁଥିଲେ, ଏହି କାରଣରୁ ପତ୍ନୀ ରାଗିଯାଇ ତାଙ୍କ ମାତୃ ଘରକୁ ଆସିଥିଲେ। ଏହାଦ୍ୱାରା ସ୍ୱାମୀ କ୍ରୋଧିତ ଥିଲେ। କୋଠରୀଟି ବାହାରୁ ତାଲା ପକାଇ କୁଲଦୀପ ଘରେ ନିଆଁ ଲଗାଇ ଦେଇଥିଲେ।
Published by:Soumya Das
First published: