ପଞ୍ଜାବ କଂଗ୍ରେସରେ ଘମାସାନ ବଢ଼ିଲା: ନବଜୋତ ସିଂ ସିଦ୍ଧୁଙ୍କ ସମର୍ଥନରେ ଜଣେ ମନ୍ତ୍ରୀ ଇସ୍ତଫା ଦେଲେ

Punjab minister quits in support of Siddhu | ‘‘ସିଦ୍ଧୁ ସାହେବ ଜଣେ ନୀତିନିୟମ ମାନୁଥିବା ବ୍ୟକ୍ତି । ସେ ପଞ୍ଜାବ ଓ ପଞ୍ଜାବୀପଣ ପାଇଁ ଲଢୁଛନ୍ତି,’’ ମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ କହିଛନ୍ତି ରଜିଆ ସୁଲତାନା ।

ରଜିଆ ସୁଲତାନା (ଫାଇଲ୍‌ ଫଟୋ)

ରଜିଆ ସୁଲତାନା (ଫାଇଲ୍‌ ଫଟୋ)

  • News18 Odia
  • Last Updated :
  • Share this:
News18 Odia Digital

ନୂଆ ଦିଲ୍ଲୀ: ପଞ୍ଜାବ କଂଗ୍ରେସରେ କଳହ ଥମିବାର ନାଁ ନେଉ ନାହିଁ । ପଞ୍ଜାବ କଂଗ୍ରେସ ସଭାପତି ପଦରୁ ନବଜୋତ ସିଂ ସିଦ୍ଧୁଙ୍କ (Navjot Singh Siddhu) ଇସ୍ତଫା ଦେବାର ଅଳ୍ପ କିଛି ସମୟ ପରେ ଜଣେ କ୍ୟାବିନେଟ ମନ୍ତ୍ରୀ ବି ନିଜ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି ।

ମାତ୍ର ଦୁଇ ଦୁନ ତଳେ ପଞ୍ଜାବର କ୍ୟାବିନେଟରେ ସାମିଲ୍‌ କରାଯାଇଥିବା ମନ୍ତ୍ରୀ ରଜିଆ ସୁଲତାନା (Razia Sultana) ସିଦ୍ଧୁଙ୍କ ସମର୍ଥନରେ ଇସ୍ତଫା ଦେଇଛନ୍ତି (Punjab minister resigns)। ମୁଖ୍ୟ ମନ୍ତ୍ରୀ ଚରଣଜିତ ସିଂ ଚନ୍ନିଙ୍କ (Charanjit Singh Channi) ନୂଆ କ୍ୟାବିନେଟରେ ରଜିଆ ସୁଲତାନା ଜଳ ଯୋଗାଣ, ପରିମଳ, ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଥିଲେ । ସେ ଅମରିନ୍ଦର ସିଂଙ୍କ ନେତୃତ୍ୱାଧୀନ ସରକାରରେ ପରିବହନ ମନ୍ତ୍ରୀ ଦାୟିତ୍ୱ ତୁଲାଇଥିଲେ (Razia Sultana resigns)।

ଏହା ବି ପଢ଼ନ୍ତୁ | କାହିଁକି ପଞ୍ଜାବ କଂଗ୍ରେସ ସଭାପତି ପଦରୁ ଇସ୍ତଫା ଦେଲେ ସିଦ୍ଧୁ? ସୋନିଆଙ୍କୁ ଚିଠି ଲେଖି ସବୁ କହିଲେ

ନବଜୋତ ସିଂ ସିଦ୍ଧୁଙ୍କ ସହ ଏକତା ପ୍ରଦର୍ଶନ କରି ମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ରଜିଆ ସୁଲତାନା କହିଛନ୍ତି, ‘‘ସିଦ୍ଧୁ ସାହେବ ଜଣେ ନୀତିନିୟମ ମାନୁଥିବା ବ୍ୟକ୍ତି । ସେ ପଞ୍ଜାବ ଓ ପଞ୍ଜାବୀପଣ ପାଇଁ ଲଢୁଛନ୍ତି ।’’ ସୁଲତାନାଙ୍କୁ ସିଦ୍ଧୁଙ୍କ ନିକଟତର ବ୍ୟକ୍ତି ବୋଲି ମନେ କରାଯାଏ । ତାଙ୍କ ସ୍ୱାମୀ ମୋହମ୍ମଦ୍ ମୁସ୍ତାଫା ସିଦ୍ଧୁଙ୍କ ମୁଖ୍ୟ ରଣନୈତିକ ପରାମର୍ଶଦାତା ଅଛନ୍ତି । ମହମ୍ମଦ ମୁସ୍ତାଫା ପୂର୍ବରୁ ଭାରତୀୟ ପୋଲିସ ସେବା (ଆଇ.ପି.ଏସ୍.) ଅଧିକାରୀ ଥିଲେ ।

ନବଜୋତ ସିଂ ସିଦ୍ଧୁ (ଫାଇ୍ଲ୍‌ ଫଟୋ)


ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | UPରେ BJP ସାଂସଦଙ୍କୁ ଗୋଡ଼େଇ ଗୋଡ଼େଇ ପିଟିବା ଘଟଣାରେ ଗିରଫ; VIDEO ଭାଇରାଲ ହୋଇଥିଲା

ମଲେରକୋଟଲା ନିର୍ବାଚନ ମଣ୍ଡଳୀରୁ ବିଧାୟିକା ନିର୍ବାଚିତ ହୋଇଥିବା ରଜିଆ ସୁଲତାନା ମୁଖ୍ୟ ମନ୍ତ୍ରୀ ଚରଣଜିତ ସିଂ ଚନ୍ନିଙ୍କ ନିକଟକୁ ପଠାଯାଇଥିବା ଇସ୍ତଫା ପତ୍ରରେ ଲେଖିଛନ୍ତି, “ମୁଁ, ରଜିଆ ସୁଲତାନା, ପଞ୍ଜାବ କଂଗ୍ରେସ ସଭାପତି ନବଜୋତ ସିଂ ସିଦ୍ଧୁ ଓ ସମଗ୍ର ରାଜ୍ୟରେ ଲକ୍ଷ ଲକ୍ଷ କଂଗ୍ରେସ କର୍ମୀଙ୍କ ସହ ଏକଜୁଟତା ପ୍ରଦର୍ଶନ କରି ପଞ୍ଜାବର କ୍ୟାବିନେଟ ମନ୍ତ୍ରୀ ପଦରୁ ଇସ୍ତଫା ଦେଉଛି । ମୁଁ ପଞ୍ଜାବର ସ୍ୱାର୍ଥରେ ଜଣେ କର୍ମୀ ଭାବରେ ଦଳ ପାଇଁ କାର୍ଯ୍ୟ ଜାରି ରଖିବି । କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀଙ୍କୁ ମୋ’ର ତଥା ମୋ’ ପରିବାରର ଆବଶ୍ୟକତା ସମୟରେ ଅଗଣିତ ଆଶୀର୍ବାଦ ପାଇଁ ମୁଁ ହୃଦୟରୁ ଧନ୍ୟବାଦ ଜଣାଉଛି ।’’

ରଜିଆ ସୁଲତାନାଙ୍କ ଇସ୍ତଫା ପତ୍ର


ଏହା ବି ପଢ଼ନ୍ତୁ | Pipili Bypoll ପାଇଁ ଥମିଲା ପ୍ରଚାର; ସବୁ ଦଳର ହେଭିୱେଟ୍ନେତା କହିଲେ ‘‘ଆମ ଦଳ ଜିତିବ’’

ନବଜୋତ ସିଂ ସିଦ୍ଧୁ ମଙ୍ଗଳବାର ଦିନ କଂଗ୍ରେସର ପଞ୍ଜାବ ରାଜ୍ୟ ସଭାପତି ପଦରୁ ଇସ୍ତଫା ଦେଇଛନ୍ତି । କଂଗ୍ରେସ ସଭାପତି ସୋନିଆ ଗାନ୍ଧୀଙ୍କୁ ଲେଖିଥିବା ପତ୍ରରେ ସିଦ୍ଧୁ କହିଛନ୍ତି ଯେ ସେ ଦଳର ସେବା ଜାରି ରଖିବେ । ସିଦ୍ଧୁ ଚଳିତ ବର୍ଷ ଜୁଲାଇରେ ଦଳର ରାଜ୍ୟ ସଭାପତି ଭାବରେ ଦାୟିତ୍ୱ ଗ୍ରହଣ କରିଥିଲେ ।

ଏହା ବି ପଢ଼ନ୍ତୁ | ଗଞ୍ଜାମରେ ବାତ୍ୟା ପରେ ମହିଳା ନବଜାତ ଝିଅଙ୍କ ନାଁ ରଖିଲେଗୁଲାବ’; ବାତ୍ୟାର ନାଁ କିଏ ଦେଇଥିଲା?

ସିଦ୍ଧୁ ପଞ୍ଜାବ କଂଗ୍ରେସ ସଭାପତି ପଦରୁ ହଠାତ୍ କାହିଁକି ଇସ୍ତଫା ଦେଇଛନ୍ତି ସେ ନେଇ ବିଭିନ୍ନ କଳ୍ପନାଜଳ୍ପନା କରାଯାଉଛି । ଯଦି ସୂତ୍ରମାନଙ୍କୁ ବିଶ୍ୱାସ କରାଯାଏ, ତେବେ ସିଦ୍ଧୁଙ୍କ ଏହି ପଦକ୍ଷେପ ବିବାଦୀୟ ବିଧାୟକ ରାଣା ଗୁରୁଜିତ ସିଂଙ୍କୁ ଚରଣଜିତ ସିଂ ଚନ୍ନିଙ୍କ ନୂଆ କ୍ୟାବିନେଟରେ ସାମିଲ କରିବା ଓ ପଞ୍ଜାବର ଆଡଭୋକେଟ୍ ଜେନେରାଲ୍ ଭାବରେ ଏ.ପି.ଏସ୍. ଦେଓଲଙ୍କୁ ନିଯୁକ୍ତି ଦେବା ଏହା ପଛର ବଡ଼ କାରଣ ।
Published by:Anand S.T. Das
First published: