News18 Odia Digital
ଅମୃତସର: "ଅପରେସନ୍ ଲୋଟସ୍"କୁ ଦୃଷ୍ଟିରେ ରଖି ଆମ୍ ଆଦମୀ ପାର୍ଟି ବିଜେପି ସରକାରଙ୍କୁ ଟାର୍ଗେଟ କରିଛି। ନିକଟରେ ବିଜେପି AAP ବିଧାୟକଙ୍କୁ ଟଙ୍କା ପ୍ରଦାନ କରୁଥିବା ଅଭିଯୋଗ କରିଛି ଆମ୍ ଆଦମୀ ପାର୍ଟି। କିନ୍ତୁ ଏହାକୁ ଖଣ୍ଡନ କରି ବିଜେପି ଆଦମୀ ପାର୍ଟିକୁ ପ୍ରମାଣ ମାଗିଥିଲା। ମଙ୍ଗଳବାର ଦିନ ଆମ୍ ଆଦମୀ ପାର୍ଟି ପୁଣି ଥରେ ଅଭିଯୋଗ କରିଛି ଯେ ଦିଲ୍ଲୀରେ ବିଫଳ ହେବା ପରେ ପଞ୍ଜାବରେ ବିଜେପି "ଅପରେସନ୍ ଲୋଟସ୍" ଆରମ୍ଭ କରୁଛି।
ପଞ୍ଜାବ ଅର୍ଥମନ୍ତ୍ରୀ ହରପାଲ ଚୀମା ଦାବି କରିଛନ୍ତି ଯେ ପଞ୍ଜାବ ବିଧାୟକମାନଙ୍କୁ ବଡ ନେତାଙ୍କୁ ଭେଟିବା ପାଇଁ ଦିଲ୍ଲୀ ଆସିବାକୁ କୁହାଯାଇଛି ଓ ଦଳ ବଦଳାଇବାକୁ କୋଟି କୋଟି ଟଙ୍କା ପ୍ରସ୍ତାବ ଦିଆଯାଇଛି।
ଏକ ସାମ୍ବାଦିକ ସମ୍ମିଳନୀରେ ଅର୍ଥମନ୍ତ୍ରୀ କହିଛନ୍ତି, "ପାର୍ଟି ବଦଳାଇବା ପାଇଁ ବିଜେପି ପ୍ରତି ୨୫ କୋଟି ଟଙ୍କା ପ୍ରଦାନ କରୁଛି। ଭଗବନ୍ତ ମାନଙ୍କ ନେତୃତ୍ୱରେ ସରକାରଙ୍କୁ ହଟାଇବାକୁ ବିଧାୟକମାନଙ୍କୁ ଅନେକ ଥର ଡ଼କା ହୋଇସାରିଲାଣି"।
ଚୀମା କହିଛନ୍ତି,"ଯେ ଗତ ଏକ ସପ୍ତାହରୁ ସେମାନେ ଆମର ବିଧାୟକ କିଣିବାକୁ ଚେଷ୍ଟା କରୁଛନ୍ତି। ସେ ସିଧାସଳଖ ଓ ପରୋକ୍ଷରେ କିଛି ୭-୧୦ ବିଧାୟକଙ୍କ ସହ ଯୋଗାଯୋଗ କରିଛନ୍ତି। ସଠିକ୍ ସମୟରେ ଏହାର ପ୍ରମାଣ ଦେବି"।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।