Punjab Crisis: ଆଜି ଚାନ୍ନିଙ୍କ କ୍ୟାବିନେଟରେ ବସିବ ବଡ଼ ବୈଠକ; କଂଗ୍ରେସର ଦାବି ସବୁ ସମସ୍ୟାର ହେବ ସମାଧାନ

କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧିଙ୍କୁ ଲେଖିଥିବା ଚିଠିରେ ନବଜୋତ ସିଂ ସିଦ୍ଧୁ କହିଛନ୍ତି ଯେ ସେ ଦଳର ସେବା ଜାରି ରଖିବେ। ଏଥି ସହିତ ସିଦ୍ଧୁଙ୍କ ଇସ୍ତଫା ପରେ ଚାନ୍ନି ସରକାରଙ୍କ କ୍ୟାବିନେଟରେ ଇସ୍ତଫା ପର୍ଯ୍ୟାୟ ଆରମ୍ଭ ହୋଇଥିଲା।

ଆଜି ଚନ୍ନିଙ୍କ କ୍ୟାବିନେଟରେ ବସିବ ବଡ଼ ବୈଠକ

ଆଜି ଚନ୍ନିଙ୍କ କ୍ୟାବିନେଟରେ ବସିବ ବଡ଼ ବୈଠକ

  • News18 Odia
  • Last Updated :
  • Share this:
News18 Odia Digital

ନୂଆ ଦିଲ୍ଲୀ: ପଞ୍ଜାବ କଂଗ୍ରେସ ଅଧ୍ୟକ୍ଷ ପଦରୁ ନବଜୋତ ସିଂ ସିଦ୍ଧୁଙ୍କ ଇସ୍ତଫାକୁ ନେଇ ରାଜନୀତି ମହଲରେ ବେଶ୍ ଚର୍ଚ୍ଚା ଚାରିଛି । ଇତିମଧ୍ୟରେ ଦଳକୁ ନେଇ ଆଉ ଏକ ଖବକ ସାମ୍ନାକୁ ଆସିଛି । ଶୁଣିବାକୁ ମିଳୁଛି ଯେ ଆଜି ତଥା ବୁଧବାର ଚରଣଜିତ ସିଂ ଚନ୍ନି କ୍ୟାବିନେଟର ଆଉ ଏକ ବୈଠକ ଅନୁଷ୍ଠିତ ହୋଇପାରେ। ଅନ୍ୟପକ୍ଷରେ, ସିଦ୍ଧୁଙ୍କୁ ଭେଟିବା ପରେ କଂଗ୍ରେସ ନେତାମାନେ ଦାବି କରିଛନ୍ତି ଯେ ଆଜି ଏହି ସମସ୍ୟାର ସମାଧାନ ହେବ। ସିଦ୍ଧୁ ମଙ୍ଗଳବାର ଦିନ କଂଗ୍ରେସର ପଞ୍ଜାବ ୟୁନିଟ୍ ସଭାପତି ପଦରୁ ଇସ୍ତଫା ଦେଇଥିଲେ।

ସିଦ୍ଧୁଙ୍କ ବ୍ୟତୀତ ଅନ୍ୟ କେତେକଙ୍କ ଇସ୍ତଫା କାରଣରୁ ରାଜ୍ୟରେ ବିଧାନସଭା ନିର୍ବାଚନର କିଛି ମାସ ପୂର୍ବରୁ ଦଳରେ ଏକ ନୂଆ ସଙ୍କଟ ଦେଖାଦେଇଛି। ସିଦ୍ଧୁଙ୍କ ଇସ୍ତଫା ଦେବାର କିଛି ଘଣ୍ଟା ପରେ ମୁଖ୍ୟ ମନ୍ତ୍ରୀ ଚରଣଜିତ ସିଂ ଚାନ୍ନିଙ୍କ ନେତୃତ୍ୱରେ ନୂଆ ୧୮ ଜଣିଆ କ୍ୟାବିନେଟରେ ଅନ୍ତର୍ଭୁକ୍ତ ହୋଇଥିବା ରଜିଆ ସୁଲତାନା ମଧ୍ୟ ପୂର୍ବତନ କ୍ରିକେଟରଙ୍କ ସହ ଏକତା ପ୍ରକାଶ କରି ତାଙ୍କ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି।

ପଞ୍ଜାବ କଂଗ୍ରେସର ସାଧାରଣ ସମ୍ପାଦକ ଯୋଗୀନ୍ଦର ଢିଙ୍ଗରା ଓ କୋଷାଧ୍ୟକ୍ଷ ଗୁଲଜର ଇନ୍ଦର ଚହଲ ମଧ୍ୟ ଏହି ପଦରୁ ଇସ୍ତଫା ଦେଇଛନ୍ତି। ଏହି ରାଜନୈତିକ ସଙ୍କଟ ମଧ୍ୟରେ ଅନେକ ନେତା ମଧ୍ୟ ତାଙ୍କୁ ଭେଟିବା ପାଇଁ ପଟିଆଲା ସ୍ଥିତ ସିଦ୍ଧୁଙ୍କ ବାସଭବନରେ ପହଞ୍ଚିଥିଲେ।

ସୋନିଆଙ୍କୁ ପଠାଯାଇଥିବା ଚିଠିରେ ସିଦ୍ଧୁ କ’ଣ ଲେଖିଥିଲେ?

କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧିଙ୍କୁ ଲେଖିଥିବା ଚିଠିରେ ସିଦ୍ଧୁ କହିଛନ୍ତି ଯେ ସେ ଦଳର ସେବା ଜାରି ରଖିବେ। ଅମରିନ୍ଦର ସିଂଙ୍କ ସହ ନେତୃତ୍ୱ ବିବାଦ ମଧ୍ୟରେ ସିଦ୍ଧୁ ଚଳିତ ବର୍ଷ ଜୁଲାଇରେ ଦଳର ରାଜ୍ୟ ୟୁନିଟ୍ ସଭାପତି ଭାବରେ ଦାୟିତ୍ବ ଗ୍ରହଣ କରିଥିଲେ। ଦଳର ହାଇକମାଣ୍ଡ ନିଜକୁ ଅପମାନିତ କରିଥିବା ଅଭିଯୋଗ କରି ଏହାର ୧୦ ଦିନ ପୂର୍ବରୁ ଅମରିନ୍ଦର ସିଂ ମୁଖ୍ୟ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ସେ କାହିଁକି ଇସ୍ତଫା ଦେଇଥିଲେ ତାହା ସିଦ୍ଧୁ କହି ନାହାଁନ୍ତି।

ହେଲେ ପାର୍ଟି ସର୍କଲରେ ଏହାର ମୁଖ୍ୟ କାରଣ ହେଉଛି ମୁଖ୍ୟ ମନ୍ତ୍ରୀଙ୍କ ଦ୍ବାରା ଉପ ମୁଖ୍ୟ ମନ୍ତ୍ରୀ ସୁଖଜୀନ୍ଦର ସିଂ ରନ୍ଧାୱାଙ୍କୁ ଗୃହ ପୋର୍ଟଫୋଲିଓ ଆବଣ୍ଟନ, ନୂଆ କାର୍ଯ୍ୟନିର୍ବାହୀ ପୋଲିସ ମୁଖ୍ୟ ତଥା ରାଜ୍ୟ ଆଡଭୋକେଟ ଜେନେରାଲଙ୍କ ନିଯୁକ୍ତିକୁ ନେଇ ଅସନ୍ତୋଷ ଥିଲେ।

ସୋନିଆ ଗାନ୍ଧିଙ୍କୁ ଲେଖିଥିବା ଚିଠିରେ ସିଦ୍ଧୁ କହିଛନ୍ତି, ‘‘କୌଣସି ବ୍ୟକ୍ତିର ବ୍ୟକ୍ତିତ୍ୱର ଅବନତି ଆପୋଷ ବୁଝାମଣାରୁ ଆରମ୍ଭ ହୁଏ । ମୁଁ ପଞ୍ଜାବର ଭବିଷ୍ୟତ ଓ ପଞ୍ଜାବର କଲ୍ୟାଣର ଏଜେଣ୍ଡା ଉପରେ ଆପୋଷ ବୁଝାମଣା କରିପାରିବି ନାହିଁ। ମୁଁ ପଞ୍ଜାବ ପ୍ରଦେଶର କଂଗ୍ରେସ କମିଟିର ସଭାପତି ପଦରୁ ଇସ୍ତଫା ଦେଇଛି । ମୁଁ କଂଗ୍ରେସର ସେବା ଜାରି ରଖିବି।’’

ଅନ୍ୟପକ୍ଷରେ, ନବଜୋତ ସିଂ ସିଦ୍ଧୁ ରାଜ୍ୟ କଂଗ୍ରେସ କମିଟି ସଭାପତି ପଦରୁ ଇସ୍ତଫା ଦେବା ପରେ ମଙ୍ଗଳବାର ଦିନ କ୍ୟାପଟେନ ଦଳର ନେତୃତ୍ୱରେ ଏକ ଖୋଳ ତାଡ଼ କରି ଅମରିନ୍ଦର ସିଂ କହିଥିଲେ ଯେ ସିଦ୍ଧୁ ଜଣେ ସ୍ଥିର ବ୍ୟକ୍ତି ନୁହଁନ୍ତି। ସେ ଟ୍ୱିଟ୍ କରି ଆହୁରି ଲେଖିଥିଲେ, ‘‘ମୁଁ ଆପଣଙ୍କୁ କହିଥିଲି ସେ ଜଣେ ସ୍ଥିର ବ୍ୟକ୍ତି ନୁହଁନ୍ତି । ପଞ୍ଜାବର ସୀମା ରାଜ୍ୟ ପାଇଁ ଉପଯୁକ୍ତ ନୁହଁନ୍ତି।’’
Published by:Lipina Das
First published: