ପଞ୍ଜାବ କଂଗ୍ରେସର ଅଫିସିଆଲ୍ ଟ୍ୱିଟର ଆକାଉଣ୍ଟକ ହ୍ୟାକ୍; ରାହୁଲ ଗାନ୍ଧିଙ୍କ ଫଟୋରେ ଲେଖିଲେ ଏମିତି

ଆଜିକାଲି ହ୍ୟାକର୍ସ ବହୁତ ସକ୍ରିୟ ହେବାରେ ଲାଗିଛନ୍ତି। ଗତ କିଛି ଦିନ ହେବ ଅନେକ ବଡ଼ ଲୋକଙ୍କ ଟ୍ୱିଟର ଆକାଉଣ୍ଟ ହ୍ୟାକ୍ ହେବାର ଖବର ସାମ୍ନାକୁ ଆସିବାରେ ଲାଗିଛି। ବର୍ତ୍ତମାନ ହ୍ୟାକର୍ସ ପଞ୍ଜାବ କଂଗ୍ରେସର ଅଫିସିଆଲ୍ ଟ୍ୱିଟର ଆକାଉଣ୍ଟକୁ ହ୍ୟାକ୍ କରିଛନ୍ତି। ଆକାଉଣ୍ଟ ହ୍ୟାକ୍ କରିବା ପରେ NFT କାରବାର ବିଷୟରେ ଏକ ଟ୍ବିଟ କରାଯାଇଛି।

ପଞ୍ଜାବ କଂଗ୍ରେସର ଅଫିସିଆଲ୍ ଟ୍ୱିଟର ଆକାଉଣ୍ଟକ ହ୍ୟାକ୍

ପଞ୍ଜାବ କଂଗ୍ରେସର ଅଫିସିଆଲ୍ ଟ୍ୱିଟର ଆକାଉଣ୍ଟକ ହ୍ୟାକ୍

  • Share this:
News18 Odia Digital

ନୂଆ ଦିଲ୍ଲୀ: ପଞ୍ଜାବ କଂଗ୍ରେସର ଅଫିସିଆଲ୍ ଟ୍ୱିଟର ଆକାଉଣ୍ଟକୁ ହ୍ୟାକ୍ କରାଯାଇଛି। ଆକାଉଣ୍ଟ ହ୍ୟାକ୍ କରିବା ପରେ NFT କାରବାର ବିଷୟରେ ଏକ ଟ୍ବିଟ କରାଯାଇଛି। ଆହୁରି ମଧ୍ୟ, ହ୍ୟାକର୍ସ ଅନେକ ଅଜ୍ଞାତ ଲୋକଙ୍କୁ ଟ୍ୟାଗ୍ କରି ଅନେକ ଟ୍ୱିଟ୍ କରିଛନ୍ତି।

ପଞ୍ଜାବ କଂଗ୍ରେସର ଟ୍ୱିଟର ହ୍ୟାଣ୍ଡେଲରେ ହ୍ୟାକର୍ସ ଦଳର ନେତା ରାହୁଲ ଗାନ୍ଧିଙ୍କ ଫଟୋ ମଧ୍ୟ ପୋଷ୍ଟ କରିଛନ୍ତି। ରାହୁଲ ଗାନ୍ଧିଙ୍କ ଫଟୋ ପୋଷ୍ଟ କରି ହ୍ୟାକରମାନେ କ୍ୟାପସନରେ ଲେଖିଛନ୍ତି, 'ସଚ୍ଚ ଭାରତ।'



ପ୍ରକାଶ ଥାଉକି କଂଗ୍ରେସର ଅଫିସିଆଲ୍ ଟ୍ବିଟର ଆକାଉଣ୍ଟ ପୂର୍ବରୁ ଯୋଗୀ ଆଦିତ୍ୟନାଥଙ୍କ ଅଫିସ୍ ଆକାଉଣ୍ଟ ମଧ୍ୟ ହ୍ୟାକ୍ ହୋଇଥିଲା
Published by:Lipina Das
First published: