ଆସନ୍ତାକାଲି ବିବାହ କରିବେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମନ ; ଚଣ୍ଡୀଗଡ଼ରେ ହେବ ବିବାହ କାର୍ଯ୍ୟ

ଗୁରବାର ପଞ୍ଜାମ ମୁଖ୍ୟମନ୍ତ୍ରୀଙ୍କ ବିବାହ

ଗୁରବାର ପଞ୍ଜାମ ମୁଖ୍ୟମନ୍ତ୍ରୀଙ୍କ ବିବାହ

  • Share this:
News 18 Odia Digital

ନୂଆଦିଲ୍ଲୀ; ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗବନ୍ତ ମନ ଗୁରୁବାର ଦିନ ଚଣ୍ଡିଗଡ଼ରେ ବିବାହ କରିବେ । ମୁଖ୍ୟମନ୍ତ୍ରୀ ମନ ୪୮ ବର୍ଷିୟ ଗୁରୁପ୍ରୀତ ଙ୍କୁ ବିବାହ କରିବେ । ମନ୍ ପୂର୍ବରୁ ଇନ୍ଦ୍ରିୟପ୍ରୀତ କୌରଙ୍କୁ ବିବାହ କରିଥିଲେ କିନ୍ତୁ ୨୦୧୫ ମସିହାରେ ଛାଡପତ୍ର ପାଇଁ ଆବେଦନ କରିଥିଲେ । ପୂର୍ବରୁ ତାଙ୍କର ଦୁଇଟି ସନ୍ତାନ ଅଛନ୍ତି । ଚଳିତ ବର୍ଷ ମାର୍ଚ୍ଚରେ ପଞ୍ଜାବର ମୁଖ୍ୟମନ୍ତ୍ରୀ ଭାବରେ ସେ ତାଙ୍କ ଶପଥ ଗ୍ରହଣ ସମାରୋହରେ ଯୋଗ ଦେଇଥିଲେ ।

ଏହି ବିବାହ ଉତ୍ସବରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ସ୍ୱତନ୍ତ୍ର ଅତିଥି ଭାବେ ନିମନ୍ତ୍ରଣ କରାଯାଇଛି । ଏହି ଉତ୍ସବ ପାଇଁ ମନଙ୍କ ମା' ନିଜ ଜନ୍ମ ଗାଁ ସତ୍ତୋଜରୁ ସିଏମ୍ ବାସଭବନରେ ପହଞ୍ଚି ସାରିଛନ୍ତି । କ୍ୟାବିନେଟ ମନ୍ତ୍ରୀ ହରଜତ ସିଂ ଟ୍ୱିଟ୍ ମାଧ୍ୟମରେ ଶୁଭେଚ୍ଛା ଜଣାଇଛନ୍ତି, ସେ କହିଛନ୍ତି ମୁଖ୍ୟମନ୍ତ୍ରୀ ଭଗବନ୍ତ ମନ ଜୀ ବହୁତ ଖୁସିର ସହ ଦାମ୍ପତ୍ୟ ଜୀବନ ବିତାନ୍ତୁ ।ଶୁଭେଚ୍ଛା ପାଇଁ ଲୋକସଭା ବାଚସ୍ପତିଙ୍କୁ ମଧ୍ୟ ମନ ଟୁଇଟ୍ କରି ଧନ୍ୟବାଦ ଜଣାଇଛନ୍ତି ।
Published by:Soubhagya Mishra
First published: