News18 Odia Digital
ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ ସ୍ୱାସ୍ଥ୍ୟ ସେବାକୁ ନେଇ ଏକ ବଡ଼ ପଦକ୍ଷେପ ନେଇଛନ୍ତି। ସେ କହିଛନ୍ତି ଏକ 'ଆମ୍ ଆଦମୀ କ୍ଲିନିକ୍'ରେ ଏମବିବିଏସ୍ ଡାକ୍ତରଙ୍କ ସମେତ ଚାରିରୁ ପାଞ୍ଚ ଜଣ କର୍ମଚାରୀ ରହିବେ ଓ ପ୍ରାୟ ୧୦୦ଟି ଡାକ୍ତରୀ ପରୀକ୍ଷା ଓ ଔଷଧ ମାଗଣାରେ ଯୋଗାଇ ଦିଆଯିବ।
ସିଏମ୍ ମାନ କହିଛନ୍ତି ଯେ ପ୍ରଥମ ପର୍ଯ୍ୟାୟରେ, ଅଗଷ୍ଟ ୧୫ରେ ଏହିପରି ୭୫ ଟି କ୍ଲିନିକ୍ ଲୋକମାନଙ୍କ ପାଇଁ ଉତ୍ସର୍ଗ କରାଯିବ। ରାଜ୍ୟବାସୀଙ୍କୁ ମାଗଣାରେ ସର୍ବୋତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇବା ଏହାର ଉଦ୍ଦେଶ୍ୟ। ମୁଖ୍ୟମନ୍ତ୍ରୀ କ୍ୟାବିନେଟ ମନ୍ତ୍ରୀ ବ୍ରହ୍ମ ଶଙ୍କର ଓ ବରିଷ୍ଠ ଅଧିକାରୀଙ୍କ ସହ କ୍ଲିନିକରେ ଚାଲିଥିବା କାର୍ଯ୍ୟକୁ ନେଇ ସନ୍ତୋଷ ବ୍ୟକ୍ତ କରିଛନ୍ତି। ନିର୍ଦ୍ଧାରିତ ସମୟସୀମା ମଧ୍ୟରେ କାର୍ଯ୍ୟ ସମାପ୍ତ ହେବା ନିଶ୍ଚିତ କରିବାକୁ ମାନ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ମାନ କହିଛନ୍ତି, ପ୍ରତ୍ୟେକ 'ଆମ୍ ଆଦମୀ କ୍ଲିନିକ୍'ରେ ରୋଗୀଙ୍କ ପରୀକ୍ଷା ଓ ଚିକିତ୍ସା ପାଇଁ ଏମବିବିଏସ୍ ଡାକ୍ତର, ଫାର୍ମାସିଷ୍ଟ, ନର୍ସ ଓ ଅନ୍ୟମାନଙ୍କ ସମେତ ଚାରି-ପାଞ୍ଚ ଜଣ କର୍ମଚାରୀ ରହିବେ। ଏହି କ୍ଲିନିକଗୁଡିକର ଲୋକଙ୍କୁ ପ୍ରାୟ ୧୦୦ଟି ଡାକ୍ତରୀ ପରୀକ୍ଷା ସହିତ ୪୧ ଟି ପ୍ୟାକେଜ୍ ମାଗଣାରେ ଦିଆଯିବ।
ସେ କହିଛନ୍ତି ଯେ ପଞ୍ଜାବର ସହରାଞ୍ଚଳ ତଥା ଗ୍ରାମାଞ୍ଚଳରେ ଏହି କ୍ଲିନିକ ପ୍ରତିଷ୍ଠା ସହ ତାଙ୍କ ସରକାର ଏକ ବଡ ନିର୍ବାଚନ ପ୍ରତିଶ୍ରୁତି ପୂରଣ କରିବେ।
Published by:Soumya Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।