ହୋମ୍ » ଓଡ଼ିଶା ନ୍ୟୁଜ୍ » ଟ୍ରେଣ୍ଡିଙ୍ଗ»Punjab crisis: ଅମିତ ଶାହଙ୍କୁ ଭେଟିଲେ କ୍ୟାପଟେନ୍ ଅମରିନ୍ଦର ସିଂ; BJPରେ ମିଶି କୃଷି ମନ୍ତ୍ରୀ ହେବେ କି?

Punjab crisis: ଅମିତ ଶାହଙ୍କୁ ଭେଟିଲେ କ୍ୟାପଟେନ୍ ଅମରିନ୍ଦର ସିଂ; BJPରେ ମିଶି କୃଷି ମନ୍ତ୍ରୀ ହେବେ କି?

Captain Amarinder Singh meets Amit Shah, may join BJP to become agriculture minister | କ୍ୟାପଟେନ୍ ଅମରିନ୍ଦର ସିଂ ଅପମାନିତ ହୋଇ ପଞ୍ଜାବର ମୁଖ୍ୟ ମନ୍ତ୍ରୀ ପଦ ଛାଡ଼ିବା ପରଠୁ ତାଙ୍କ ରାଜନୈତିକ ଭବିଷ୍ୟତ କ’ଣ ହେବ ତାହା ଏକ ବଡ଼ ପ୍ରଶ୍ନ ହୋଇ ରହିଛି । ବିଜେପିରେ ଯୋଗଦେବା ବିଷୟରେ ତାଙ୍କୁ ପଚରାଯିବାରୁ ସେ କହିଥିଲେ ଯେ ସବୁ ବିକଳ୍ପ ଖୋଲା ଅଛି ।

Punjab crisis: ଅମିତ ଶାହଙ୍କୁ ଭେଟିଲେ କ୍ୟାପଟେନ୍ ଅମରିନ୍ଦର ସିଂ; BJPରେ ମିଶି କୃଷି ମନ୍ତ୍ରୀ ହେବେ କି?
କ୍ୟାପଟେନ୍ ଅମରିନ୍ଦର ସିଂ ମଙ୍ଗଳବାର ଦିନ ଦିଲ୍ଲୀ ପହଞ୍ଚିଥିଲେ । (ପି.ଟି.ଆଇ. ଫଟୋ)
  • News18 Odia
  • Last Updated: September 29, 2021, 6:48 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: ପଞ୍ଜାବର ମୁଖ୍ୟ ମନ୍ତ୍ରୀ ପଦ ଛାଡି଼ବା ପରେ କ୍ୟାପଟେନ୍‌ ଅମରିନ୍ଦର ସିଂ (Capt Amarinder Singh) କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହାଙ୍କୁ (Amit Shah) ଭେଟିବା ପାଇଁ ଦିଲ୍ଲୀରେ ପହଞ୍ଚିଛନ୍ତି । ଏହି ସଭା ଶାହାଙ୍କ ଘରେ ଅନୁଷ୍ଠିତ ହେଉଛି ଓ ସେଠାରେ ବିଜେପି ରାଷ୍ଟ୍ରୀୟ ସଭାପତି ଜେ.ପି. ନଡ୍ଡା ବି ଉପସ୍ଥିତ ଥିବା ଜଣାଯାଇଛି ।

କ୍ୟାପଟେନ୍‌ ଅମରିନ୍ଦର ସିଂ ମଙ୍ଗଳବାର ଦିନ ଦିଲ୍ଲୀରେ ପହଞ୍ଚିଥିଲେ । ତ’ ପରେ ସେ କୌଣସି ରାଜନୈତିକ ବ୍ୟକ୍ତିଙ୍କୁ ଭେଟିବେ ନାହିଁ ବୋଲି କହିଥିଲେ । ହେଲେ ସେ ବୁଧବାର ସନ୍ଧ୍ୟାରେ ଅମିତ ଶାହାଙ୍କୁ ଭେଟିବାକୁ ଯାଇଛନ୍ତି । ଏମିତି ଆଲୋଚନା ହେଉଛି ଯେ ବିଜେପି ଅମରିନ୍ଦର ସିଂଙ୍କୁ ରାଜ୍ୟ ସଭା ମାଧ୍ୟମରେ କେନ୍ଦ୍ର ସରକାରକୁ ଆଣିପାରେ ଓ ତାଙ୍କୁ କୃଷି ମନ୍ତ୍ରୀ କରିପାରେ (Amarinder Singh meets Amit Shah)।

ଏହା ବି ପଢ଼ନ୍ତୁPipili Bypoll: କିଏ ମାରିବ ବାଜି? ସବୁ ଦଳର ହେଭିୱେଟ୍ ନେତା କହୁଛନ୍ତି ‘‘ଆମ ଦଳ ହିଁ ଜିତିବ’’

ପଞ୍ଜାବ କଂଗ୍ରେସର ସଭାପତି ପଦରୁ ନବଜୋତ ସିଂ ସିଦ୍ଧୁ (Navjot Singh Siddhu) ଇସ୍ତଫା ଦେବା ପରେ ସେଠାରେ କଂଗ୍ରେସ ଦଳ ଭିତରେ ଘମାଘୋଟ ଅସନ୍ତୋଷ ଲାଗିରହିଛି । ସିଦ୍ଧୁ ଇସ୍ତଫା ଦେବାର କିଛି ଘଣ୍ଟା ମଧ୍ୟରେ ତାଙ୍କ ସମର୍ଥନରେ ଜଣେ ମନ୍ତ୍ରୀ ଓ ଦଳର ରାଜ୍ଯ ୟୁନିଟର କୋଷାଧ୍ୟକ୍ଷ ଇସ୍ତଫା ଦେଇଥିଲେ । ଏଭଳି ପରିସ୍ଥିତିରେ କ୍ୟାପଟେନ୍‌ ଅମରିନ୍ଦର ସିଂଙ୍କ ଅମିତ ଶାହଙ୍କ ସହ ବୈଠକ ପଞ୍ଜାବରେ ରାଜନୈତିକ ଉତ୍ତାପକୁ ଆହୁରି ବଢ଼ାଇ ଦେଇଛି ।

ଏହା ବି ପଢ଼ନ୍ତୁ | ଗଞ୍ଜାମରେ ବାତ୍ୟା ପରେ ମହିଳା ନବଜାତ ଝିଅଙ୍କ ନାଁ ରଖିଲେଗୁଲାବ’; ବାତ୍ୟାର ନାଁ କିଏ ଦେଇଥିଲା?

ପଞ୍ଜାବ ରାଜନୀତିର (Punjab politics) ବର୍ତ୍ତମାନର ଅସ୍ଥିରତାକୁ ଦେଖିଲେ କ୍ୟାପଟେନ୍‌ ଅମରିନ୍ଦର ସିଂଙ୍କ ଦିଲ୍ଲୀ ଗସ୍ତ ଅତି ଗୁରୁତ୍ୱପୂର୍ଣ୍ଣ । ଅମରିନ୍ଦର ସିଂଙ୍କୁ ଅପମାନିତ ହୋଇ ମୁଖ୍ୟ ମନ୍ତ୍ରୀ ପଦ ଛାଡି଼ବାକୁ ପଡି଼ଥିଲା । ମୁଖ୍ୟ ମନ୍ତ୍ରୀ ଭାବେ ସେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହ ମନ୍ତ୍ରୀ ଅମିତ ଶାହାଙ୍କୁ ବାରମ୍ବାର ଭେଟିଛନ୍ତି । ତେବେ ବର୍ତ୍ତମାନ ଏହି ବୈଠକ ଚାଲିଥିବା ବେଳେ ଏହାର ପ୍ରତ୍ୟକ୍ଷ ରାଜନୈତିକ ଅର୍ଥ କ’ଣ ବାହାରିବ ତାହା ଦେଖିବାକୁ ବାକି ଅଛି ।

ଏହା ବି ପଢ଼ନ୍ତୁ | ଇଞ୍ଜିନିୟରିଂ ପାଠ୍ୟକ୍ରମ ଓଡ଼ିଆ ଭାଷାରେ ଅନୁବାଦ ହେବ; AICTE ଭାଷା ବିଶେଷଜ୍ଞ ଆଲୋଚନା କଲେ

କ୍ୟାପଟେନ ଅମରିନ୍ଦର ସିଂ ଉଭୟ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହ ମନ୍ତ୍ରୀ ଅମିତ ଶାହାଙ୍କ ନିକଟତର ରହିଆସିଛନ୍ତି । ତାଙ୍କ ରାଷ୍ଟ୍ରବାଦୀ ଶୈଳୀକୁ ବିଜେପିର ଶୀର୍ଷ ନେତୃତ୍ୱ ପସନ୍ଦ କରନ୍ତି । ଜାତୀୟ ସୁରକ୍ଷା ପ୍ରସଙ୍ଗରେ କ୍ୟାପଟେନ୍‌ ଅନେକ ଥର କଂଗ୍ରେସର ପାର୍ଟି ଲାଇନ୍‌ ଭାଙ୍ଗିଛନ୍ତି । ଯେତେବେଳେ ବି ଦେଶ ତଥା ସେନା କଥା ଆସେ, ସେ କେନ୍ଦ୍ରର ବିଜେପି ସରକାରଙ୍କ ସହିତ ଛିଡ଼ା ହୁଅନ୍ତି । ପୂର୍ବରୁ ଯେତେବେଳେ ବି ଅମରିନ୍ଦର ସିଂ ପଞ୍ଜାବର ମୁଖ୍ୟ ମନ୍ତ୍ରୀ ଭାବରେ ଦିଲ୍ଲୀ ଯାଇଛନ୍ତି, ପ୍ରଧାନ ମନ୍ତ୍ରୀ କିମ୍ବା ଗୃହ ମନ୍ତ୍ରୀଙ୍କୁ ଭେଟିବାରେ ତାଙ୍କର କୌଣସି ଅସୁବିଧା ହୋଇ ନାହିଁ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ବରଗଡ଼ରେ ସ୍ତ୍ରୀର କୋହ: ‘‘ପୋଲିସ ମୋର୍ ବରକେ ମାରିଛନ୍ମୋ ନ୍ୟାୟ ଦରକାର, ଟଙ୍କା ନୁହେଁ’’

କ୍ୟାପଟେନ୍‌ ଅମରିନ୍ଦର ସିଂ ପଞ୍ଜାବର ମୁଖ୍ୟ ମନ୍ତ୍ରୀ ପଦ ଛାଡ଼ିବା ପରଠୁ ତାଙ୍କର ରାଜନୈତିକ ଭବିଷ୍ୟତ କ’ଣ ହେବ ତାହା ଏକ ବଡ଼ ପ୍ରଶ୍ନ ହୋଇ ଠିଆହୋଇଛି । ସେ ସିଧାସଳଖ ବିଜେପିରେ ଯୋଗଦେବା ବିଷୟରେ ବି ତାଙ୍କୁ ପଚରାଯାଇଥିଲା । ସେ କହିଥିଲେ ଯେ ସବୁ ବିକଳ୍ପ ଖୋଲା ଅଛି ଓ ସେ ଏହା ବିଷୟରେ ଚିନ୍ତା କରୁଛନ୍ତି । ୨୦୧୭ରେ କଂଗ୍ରେସ ହାଇ କମାଣ୍ଡଙ୍କ ସହ ମୁହାଁମୁହିଁ ହେବା ପରେ ବି କ୍ୟାପଟେନ୍‌ ଅମରିନ୍ଦର ସିଂ ବିଜେପିରେ ଯୋଗଦେବାକୁ ନିଷ୍ପତ୍ତି ନେଇଥିଲେ ବୋଲି କୁହାଯାଏ ।

ଏହା ବି ପଢ଼ନ୍ତୁ | ଭୁବନେଶ୍ୱରରେ ବୀମା ଆଜେଣ୍ଟ୍ ପରିଚୟ ଦେଇ ସୁନା ଟଙ୍କା ଲୁଟିଥିଲେ ଏହି ମହିଳା, ଧରା ପଡ଼ିଲେ

ହେଲେ ଗୃହ ମନ୍ତ୍ରୀ ଅମିତ ଶାହଙ୍କୁ ଭେଟିବା ପରେ କ୍ୟାପଟେନ୍‌ ଅମରିନ୍ଦର ସିଂହ କହିଛନ୍ତି ଯେ ଏହି ସାକ୍ଷାତକାର ସୌଜନ୍ୟମୂଳକ ଥିଲା । ଚାଷୀ ଆନ୍ଦୋଳନ ନେଇ ଆଲୋଚନା କରିବା ପାଇଁ କେନ୍ଦ୍ର ଗୃହ ମନ୍ତ୍ରୀଙ୍କ ପାଖକୁ ଆସିଥିଲେ ବୋଲି ସେ କହିଛନ୍ତି ।
First published: September 29, 2021, 6:48 PM IST