ହୋମ୍ » ଓଡ଼ିଶା ନ୍ୟୁଜ୍ » ଟ୍ରେଣ୍ଡିଙ୍ଗ»Punjab Congress crisis: ଅମରିନ୍ଦର କହିଲେ ‘ସିଦ୍ଧୁ ପାକିସ୍ତାନର ବନ୍ଧୁ, ପଞ୍ଜାବକୁ ନଷ୍ଟ କରିଦେବେ’

Punjab Congress crisis: ଅମରିନ୍ଦର କହିଲେ ‘ସିଦ୍ଧୁ ପାକିସ୍ତାନର ବନ୍ଧୁ, ପଞ୍ଜାବକୁ ନଷ୍ଟ କରିଦେବେ’

Punjab Congress crisis worsens, Amarinder Singh attacks Siddhu as Pak agent | ଅମରିନ୍ଦର ସିଂ ନିଜ ସମର୍ଥକମାନଙ୍କୁ ସିଦ୍ଧୁଙ୍କୁ ଖୋଲାଖୋଲି ବିରୋଧ କରିବାକୁ ବି କହିଛନ୍ତି । ‘‘ଯଦି ସେମାନେ (କଂଗ୍ରେସ ଶୀର୍ଷ ନେତାମାନେ) ତାଙ୍କୁ (ସିଦ୍ଧୁଙ୍କୁ) ପଞ୍ଜାବର CM ନିଯୁକ୍ତ କରନ୍ତି, ମୁଁ ବିରୋଧ କରିବି କାରଣ ଏହା ଜାତୀୟ ସୁରକ୍ଷା ପ୍ରସଙ୍ଗ,’’ ସେ କହିଛନ୍ତି ।

Punjab Congress crisis: ଅମରିନ୍ଦର କହିଲେ ‘ସିଦ୍ଧୁ ପାକିସ୍ତାନର ବନ୍ଧୁ, ପଞ୍ଜାବକୁ ନଷ୍ଟ କରିଦେବେ’
କ୍ୟାପଟେନ ଅମରିନ୍ଦର ସିଂ ଓ (ଡାହାଣ) ନବଜୋତ ସିଂ ସିଦ୍ଧୁ (ଫାଇଲ୍ ଫଟୋ)
  • News18 Odia
  • Last Updated: September 18, 2021, 9:22 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଚଣ୍ଡିଗଡ଼: ପଞ୍ଜାବର ମୁଖ୍ୟ ମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ କ୍ୟାପଟେନ ଅମରିନ୍ଦର ସିଂ (Captain Amarinder Singh) ତାଙ୍କ ଘୋର ବିରୋଧୀ ତଥା ପଞ୍ଜାବ କଂଗ୍ରେସ ସଭାପତି ନବଜୋତ ସିଂ ସିଦ୍ଧୁଙ୍କ (Navjot Singh Sidhu) ଉପରେ ଆକ୍ରମଣାତ୍ମକ ଢଙ୍ଗରେ ବିବୃତି ଦେଇଛନ୍ତି । ଅମରିନ୍ଦର ସିଂ କହିଛନ୍ତି ଯେ ପାକିସ୍ତାନ (Pakistan) ସହ ନବଜୋତ ସିଂ ସିଦ୍ଧୁଙ୍କର ଗଭୀର ସମ୍ପର୍କ ରହିଛି ।

ଅମରିନ୍ଦର ସିଂ କହିଛନ୍ତି ଯେ ନବଜୋତ ସିଂ ସିଦ୍ଧୁଙ୍କର ପାକିସ୍ତାନର ପ୍ରଧାନ ମନ୍ତ୍ରୀ ଇମ୍ରାନ ଖାନ (Pakistan PM Imran Khan) ଓ ସେଠାକାର ସେନା ମୁଖ୍ୟ ଜେନେରାଲ ବାଜୱାଙ୍କ ସହ ଭଲ ବନ୍ଧୁତା ଅଛି । ଅମରିନ୍ଦର କହିଛନ୍ତି ଯଏ ଯଦି ଏଭଳି ପରିସ୍ଥିତିରେ ସିଦ୍ଧୁଙ୍କୁ ପଞ୍ଜାବର ମୁଖ୍ୟ ମନ୍ତ୍ରୀ କରାଯାଏ ତେବେ ସେ ପଞ୍ଜାବକୁ ନଷ୍ଟ କରିଦେବେ । ‘‘ନବଜୋତ ସିଂ ସିଦ୍ଧୁ କିଛି ସମ୍ଭାଳି ପାରିବେ ନାହିଁ । ମୁଁ ତାଙ୍କୁ ବହୁତ ଭଲ ଭାବେ ଜାଣେ । ପଞ୍ଜାବ ପାଇଁ ସେ ଭୟଙ୍କର ହେବେ,’’ ମୁଖ୍ୟ ମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ (Amarinder Singh resign as Punjab CM) କହିଛନ୍ତି କ୍ୟାପଟେନ ଅମରିନ୍ଦର ସିଂ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ମର୍ମନ୍ତୁଦ ଦୁର୍ଘଟଣା: ପଶ୍ଚିମ ବଙ୍ଗରୁ ରାଉରକେଲା ଫେରିବା ବେଳେ ସ୍ୱାମୀ-ସ୍ତ୍ରୀଙ୍କ ସହ ଦୁଇ ଶିଶୁ ମୃତ

‘‘ସେ (ସିଦ୍ଧୁ) ଗୋଟିଏ ମନ୍ତ୍ରଣାଳୟ ତ ଚଳାF ପାରିଲେ ନାହିଁ, ସେ ରାଜ୍ୟ କ’ଣ ଚଳାଇବେ? ସେ ସବୁ କିଛି ନଷ୍ଟ କରିଦେବେ । ତାଙ୍କର ପ୍ରତିଭା ନାହିଁ,’’ ପଞ୍ଜାବ ପ୍ରଦେଶ କଂଗ୍ରେସ କମିଟିର ସଭାପତି ସିଦ୍ଧୁଙ୍କୁ ଟାର୍ଗେଟ କରି କହିଛନ୍ତି ଅମରିନ୍ଦର । କେବଳ ଏତିକି ନୁହେଁ, ଅମରିନ୍ଦର ନିଜ ସମର୍ଥକମାନଙ୍କୁ ସିଦ୍ଧୁଙ୍କୁ ଖୋଲାଖୋଲି ବିରୋଧ କରିବାକୁ ବି କହିଛନ୍ତି । ସେ କହିଛନ୍ତି ଯେ ଏବେ କଂଗ୍ରେସ ଦଳକୁ ନିଷ୍ପତ୍ତି ନେବାକୁ ହେବ । ‘‘ଯଦି ସେମାନେ (କଂଗ୍ରେସ ଶୀର୍ଷ ନେତାମାନେ) ତାଙ୍କୁ (ନବଜୋତ ସିଂ ସିଦ୍ଧୁଙ୍କୁ) ପଞ୍ଜାବର ମୁଖ୍ୟ ମନ୍ତ୍ରୀ ନିଯୁକ୍ତ କରନ୍ତି, ତେବେ ମୁଁ ଏହାକୁ ବିରୋଧ କରିବି କାରଣ ଏହା ଏକ ଜାତୀୟ ସୁରକ୍ଷା ପ୍ରସଙ୍ଗ,’’ କହିଛନ୍ତି ଅମରେନ୍ଦ୍ର ।



ଏହା ବି ପଢ଼ନ୍ତୁ | ସୌମ୍ୟଙ୍କ ମୃତ୍ୟୁ: ‘‘ମନ୍ତ୍ରୀଙ୍କ PS ବଦଦିଳେ, ହେଲେ ଅଭିଯୁକ୍ତ DFOଙ୍କ ବିରୁଦ୍ଧରେ ଆକ୍ସନ୍ ହେଉନି କାହିଁକି?’’

ପଞ୍ଜାବର ପୂର୍ବତନ ମୁଖ୍ୟ ମନ୍ତ୍ରୀଙ୍କ ଏହି ମନ୍ତବ୍ୟ ଚଣ୍ଡିଗଡ଼ରେ କଂଗ୍ରେସ ବିଧାନ ସଭା ପାର୍ଟିର ଏକ ବୈଠକ ଚାଲିଥିବା ସମୟରେ ଆସିଛି । ବିଶେଷ କଥା ହେଉଛି ନବଜୋତ ସିଂ ସିଦ୍ଧୁ ଏହି ସଭାର ଆୟୋଜନ କରୁଛନ୍ତି । ପଞ୍ଜାବର ପରବର୍ତ୍ତୀ ମୁଖ୍ୟ ମନ୍ତ୍ରୀ କିଏ ହେବେ ତାହା ସିଦ୍ଧୁ କ୍ୟାମ୍ପ୍‌ ସ୍ଥିର କରିବ ବୋଲି କଳ୍ପନାଜଳ୍ପନା ଜୋର୍‌ ଧରିଛି ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଭିଡିଓ | ସ୍ତ୍ରୀର ଜୁଇ ଜଳୁଥିଲା; ହଠାତ୍ ସେହି ଜୁଇକୁ ଡେଇଁପଡ଼ିଲେ ସ୍ୱାମୀ; ପ୍ରେମ ପାଇଁ ନିଜ ପ୍ରାଣ ଦେଲେ

ଶନିବାର ଦିନ ଅମରିନ୍ଦର ସିଂ ରାଜ୍ୟପାଳ ବନୱାରୀ ଲାଲ ପୁରୋହିତଙ୍କୁ ଚଣ୍ଡିଗଡ଼ରେ ସାକ୍ଷାତ କରି ନିଜ ଇସ୍ତଫା ପତ୍ର ଦାଖଲ କରିଥିଲେ । ଇସ୍ତଫା ଦେବା ପରେ ଗଣମାଧ୍ୟମକୁ ସୂଚନା ଦେଇ ଅମରିନ୍ଦର ସିଂ କହିଥିଲେ, ‘‘ମୁଁ ମୁଖ୍ୟ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛି । ଯାହା ଉପରେ ତାଙ୍କର (କଂଗ୍ରେସ ସଭାପତି) ବିଶ୍ୱାସ ଅଛି ତାଙ୍କୁ ମୁଖ୍ୟ ମନ୍ତ୍ରୀ କରାଯିବା ଉଚିତ ।’’
Published by: Anand S.T. Das
First published: September 18, 2021, 9:22 PM IST