News18 Odia Digital
Bomb Threat for Google: ଗୁଗଲ ଅଫିସକୁ ନେଇ ସାମ୍ନାକୁ ଆସିଲା ବଡ଼ ଖବର। ମହାରାଷ୍ଟ୍ରର ପୁଣେରେ ଗୁଗଲ୍ ଅଫିସକୁ ବୋମାରେ ଉଡ଼ାଇ ଦେବାକୁ ଜଣେ ଅଜ୍ଞାତ ବ୍ୟକ୍ତି ଧମକ ଦେଇଛନ୍ତି। ଯାହାପରେ ତାଙ୍କୁ ଗିରଫ କରାଯାଇଛି
ଅଭିଯୁକ୍ତ ମୁମ୍ବାଇର ବି.କେ.ସି କାର୍ଯ୍ୟାଳୟକୁ ଫୋନ କରି ଗୁଗଲ ଅଫିସକୁ ବୋମାରେ ଉଡ଼ାଇ ଦେବାକୁ ଧମକ ଦେଇଥିଲେ। ତେବେ କଲରଙ୍କୁ ଚିହ୍ନଟ କରାଯାଇଛି ଏବଂ ମୁମ୍ବାଇ ପୋଲିସ ଅଭିଯୁକ୍ତକୁ ଗିରଫ କରି ଘଟଣାର ତଦନ୍ତ ଆରମ୍ଭ କରିଛି।
ପୋଲିସ କହିଛି ଯେ ବି.କେ.ସି କାର୍ଯ୍ୟାଳୟରୁ କଲ ପାଇବା ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିଲା ଏବଂ ପୁଣେରେ ଗୁଗଲ କାର୍ଯ୍ୟାଳୟକୁ ମଧ୍ୟ କିଛି ସମୟ ପାଇଁ ସତର୍କ କରାଯାଇଥିଲା। ଏହା ସହିତ କଲ୍ କରୁଥିବା ବ୍ୟକ୍ତିଙ୍କୁ ମଧ୍ୟ ଚିହ୍ନଟ କରାଯାଇ ଗିରଫ କରାଯାଇଥିଲା।
ଏହି ପ୍ରସଙ୍ଗରେ ସୂଚନା ଦେଇ ମୁମ୍ବାଇ ପୋଲିସ ଦିବସ ଡେପୁଟି କମିଶନର (ଜୋନ୍ V) ବିକ୍ରାନ୍ତ ଦେଶମୁଖ କହିଛନ୍ତି ଯେ ପୁଣେର ମୁଣ୍ଡୱା ଅଞ୍ଚଳରେ ଥିବା ବହୁ ମହଲା ବିଶିଷ୍ଟ ବ୍ୟବସାୟିକ କୋଠାର ଏକାଦଶ ମହଲାରେ ଥିବା କାର୍ଯ୍ୟାଳୟକୁ ରବିବାର ବିଳମ୍ବିତ ରାତିରେ ଏକ କଲ ଆସିଥିଲା, ଯେଉଁଥିରେ ଅଫିସରେ ବୋମା ଥିବା କଥା କହିଥିଲେ ଜଣେ ବ୍ୟକ୍ତି।
ସେ କହିଛନ୍ତି ଯେ ସୂଚନା ପାଇବା ପରେ ପୁଣେ ପୋଲିସ ଏବଂ ବମ୍ ଡିସପୋଜାଲ୍ ସ୍କ୍ବାଡ଼ ଘଟଣାସ୍ଥଳରେ ପହଞ୍ଚି ବ୍ୟାପକ ଅନୁସନ୍ଧାନ କରିଥିଲେ।
ଡେପୁଟି କମିଶନର କହିଛନ୍ତି ଯେ ପରେ ଏହି କଲ ନକଲି ବୋଲି ପ୍ରମାଣିତ ହୋଇଥିଲା। କଲ୍ କରିଥିବା ବ୍ୟକ୍ତିଙ୍କୁ ହାଇଦ୍ରାବାଦରୁ ଚିହ୍ନଟ କରାଯାଇଥିଲା। ସେ ମଦ ନିଶାରେ ଫୋନ କରିଥିବା ଅଭିଯୋଗ ହୋଇଛି। ପୋଲିସ କହିଛି ଯେ କଲ୍ କରୁଥିବା ବ୍ୟକ୍ତି ତାଙ୍କ ନାମ ପାନାମ ଶିବନନ୍ଦ ବୋଲି କହିଛନ୍ତି ଏବଂ ତାଙ୍କ ବିରୋଧରେ ମାମଲା ରୁଜୁ କରି ତଦନ୍ତ ଚାଲିଛି।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।