News18 Odia Digital
ପୁଲୱାମା: ଜମ୍ମୁ-କାଶ୍ମୀରର ପୁଲୱାମାରେ ଆତଙ୍କବାଦୀଙ୍କ ଅତ୍ୟାଚାରର ଶିକାର ହୋଇଥିବା ପରିବାରର (Pulwama murders) ଝିଅଟିର ବି ସୋମବାର ଦିନ ଡାକ୍ତରଖାନାରେ ମୃତ୍ୟୁ ହୋଇଛି । ରବିବାର ରାତି ୧୧ଟା ବେଳେ ପୋଲିସ ଅଧିକାରୀ ଫୟାଜ ଅହମ୍ମଦ ଭଟଙ୍କ (SPO Fayaz Ahmed Bhat) ଘରେ ଆରମ୍ଭ ହୋଇଥିବା ରକ୍ତାକ୍ତ ଖେଳର କାହାଣୀ ବଡ଼ ହୃଦୟବିଦାରକ ଥିଲା । ଘରର ବୟସ୍କ ଲୋକଙ୍କ କଥା ତ ଦୂର, ଆତଙ୍କବାଦୀମାନେ ମା’ର କୋଳରେ ଥିବା ୧୦ ମାସର ଶିଶୁକୁ ବି ଛାଡ଼ି ନ ଥିଲେ ଓ ତାକୁ ଗୋଇଠା ମାରି ତଳେ ପକାଇ ଦେଇଥିଲେ ।
ଅବନ୍ତିପୋରା ଗାଁର ହରିପରିଗାମରେ ଆତଙ୍କବାଦୀମାନେ ଜୁନ୍ ୨୭ ତାରିଖ ଦିନ ସ୍ୱତନ୍ତ୍ର ପୋଲିସ ଅଧିକାରୀ ୫୦ ବର୍ଷୀୟ ଭଟଙ୍କ ପୂରା ପରିବାରକୁ ଗୁଳି କରି ହତ୍ୟା କରିଥିଲେ (Pulwama terrorist attack) । ‘ଟାଇମ୍ସ ଅଫ୍ ଇଣ୍ଡିଆ’ର ଏକ ରିପୋର୍ଟ ଅନୁଯାୟୀ ପୋଲିସ କହିଛି ଯେ ହାତରେ ଏ.କେ.-୪୭ (AK-47) ରାଇଫଲ୍ ଧରି ଓ ନିଜ ମହଁ କନାରେ ଘୋଡ଼େଇ ଆତଙ୍କବାଦୀମାନେ ତାଙ୍କ ଘରେ ପହଞ୍ଚିଛଥିଲେ । ଭଟ କବାଟ ଖୋଲିବା ପରେ ପ୍ରଥମେ ତାଙ୍କ ଉପରେ ଗୁଳି ଚଳାଇଥିଲେ ସେମାନେ । ତା’ପରେ ତାଙ୍କ ପତ୍ନୀ ରାଜା ବାନୋ ସେମାନଙ୍କ ଟାର୍ଗେଟରେ ଥିଲେ । ପିତାମାତାଙ୍କୁ ବଞ୍ଚାଇବାକୁ ଚେଷ୍ଟା କରୁଥିବା ୨୧ ବର୍ଷର ଝିଅ ରଫିକା ଜାନଙ୍କ ଉପରକୁ ମଧ୍ୟ ସେମାନେ ଗୁଳି ଚଳାଇଥିଲେ ।
ଏହା ବି ପଢ଼ନ୍ତୁ | ଚାଲିଗଲେ ଗାୟିକା ତପୁ ମିଶ୍ର; ତାଙ୍କୁ ଛଡ଼େଇନେଲା ନିଷ୍ଠୁର କରୋନା, ଅପେକ୍ଷା କଲାନି ଉନ୍ନତ ଚିକିତ୍ସା ପର୍ଯ୍ୟନ୍ତସେହି ସମୟରେ ଭଟଙ୍କ ବୋହୂ ସାଇମା ନିଜ କୁନି ପିଲାକୁ କୋଳରେ ଧରିଥିଲେ । ଆତଙ୍କବାଦୀମାନେ ତାଙ୍କୁ ଓ ଶିଶୁକୁ ଗୋଇଠା ମାରିଥିଲେ ଓ ତାଙ୍କୁ ଦୌଡ଼ି ପଳାଇବାକୁ ବାଧ୍ୟ କରିଥିଲେ । ଖବରକାଗଜର ସେହି ରିପୋର୍ଟ ଅନୁସାରେ ସାଇମା କୁହିଛନ୍ତି, ‘‘ମୁଁ ଆମ ଜୀବନ ପାଇଁ ସେମାନଙ୍କ ଆଗରେ ଭିକ୍ଷା ମାଗିଲି, କିନ୍ତୁ ସେମାନେ ପିଲାଟିକୁ ମଧ୍ୟ ଛାଡି଼ ନ ଥିଲେ । ମୋ’ ପରିବାର ଲୋକଙ୍କ ପରି ମୁଁ ଗୁଳି ଚାଲିବ ବୋଲି ଭୟ କରି ପାଟି କରିବାକୁ ସାହାସ କଲି ନାହିଁ । ମୁଁ ମୋ’ ପିଲାକୁ ତଳୁ ଉଠାଇ ଅନ୍ୟ ଏକ କୋଠରୀକୁ ଦୌଡ଼ି ପଳେଇଗଲି ଓ ହତ୍ୟାକାରୀମାନେ ଚାଲିଯିବା ପରେ ଯାଇ କାନ୍ଦିଲି ।’’
ଏହା ବି ପଢ଼ନ୍ତୁ | ସମ୍ବଲପୁରରେ ଗୋଟି ଗୋଟି କରି ୪ ଛୁଆ ଓ ସ୍ତ୍ରୀକୁ ହାଣିଲା, ନିଜ ତଣ୍ଟି କାଟିଲା; ଗୋଟିଏ ପିଲା ଓ ବାପା ମଲେ
ଫୟାଜ୍ ଭଟଙ୍କ ଘରେ ପହଞ୍ଚିଛନ୍ତି କଶ୍ମୀର ରେଞ୍ଜର ଆଇ.ଜି.ପି. ବିଜୟ କୁମାର ।
ଏହା ବି ପଢ଼ନ୍ତୁ | ନୟାଗଡ଼: ୬ ବର୍ଷର ଝିଅକୁ ମୋବାଇଲ୍ ଫୋନରେ ଅଶ୍ଳୀଳ ଭିଡିଓ ଦେଖାଇ ରେପ୍ କରିବା ପରେ ହତ୍ୟା କଲା ‘ପିଶାଚ’ ପଡ଼ୋଶୀସାଇମାଙ୍କ ସ୍ୱାମୀ ଲିଆକତ ଫୟାଜ ସେନାରେ ଅଛନ୍ତି ଓ ଏବେ ପୁଲୱାମାର ଖ୍ରିୟୁରେ ତାଙ୍କର ପୋଷ୍ଟିଂ ଅଛି । ତାଙ୍କ ପରିବାର ଉପରେ ଆତଙ୍କବାଦୀମାନେ ଆକ୍ରମଣ କରୁଥିବା ବେଳେ ସେ ସେନାରେ ନିଜ କର୍ତ୍ତବ୍ୟ ପାଳନ କରୁଥିଲେ । ସେ ପତ୍ନୀଙ୍କ ସହ ଫୋନରେ କଥା ହେବା ପରେ ଘରେ ପହଞ୍ଚିଥିଲେ ଓ ଦେଖିଥିଲେ ଯେ ତାଙ୍କ ପିତାମାତାଙ୍କ ପ୍ରାଣ ଯାଇସାରିଥିଲା ଓ ତାଙ୍କ ସାନ ଭଉଣୀ ଜୀବନ ଓ ମୃତ୍ୟୁ ମଧ୍ୟରେ ସଂଗ୍ରାମ କରୁଥିଲା । ଆକ୍ରମଣକାରୀମାନେ ଜୈଶ-ଏ-ମହମ୍ମଦ (Jaish-e- Mohammed) ଆତଙ୍କବାଦୀ ସଙ୍ଗଠନର ଥିଲେ । ସେମାନଙ୍କ ମଧ୍ୟରୁ ଜଣେ ପାକିସ୍ତାନୀ ବୋଲି ଜଣାପଡି଼ଛି ।
ଭଟଙ୍କ ଘରେ ପହଞ୍ଚିଥିବା କଶ୍ମୀର ରେଞ୍ଜର ଆଇ.ଜି.ପି. ବିଜୟ କୁମାର କହିଛନ୍ତି ଯେ ଆକ୍ରମଣକାରୀମାନଙ୍କ ମଧ୍ୟରୁ ଜଣେ କୋଶୁର ଭାଷାରେ କଥା ହେଉଥିଲା ଓ ଅନ୍ୟ ଜଣେ ତାକୁ ଉର୍ଦ୍ଦୁ ଭାଷାରେ ଅନୁବାଦ କରୁଥିଲା । ବିଜୟ କୁମାର କହିଛନ୍ତି, ‘‘ଆମେ ଏହି ଅଞ୍ଚଳର ଜୈଶ ଆତଙ୍କବାଦୀଙ୍କ ବିଷୟରେ ସୂଚନା ପାଇଛୁ । ସେମାନଙ୍କ ମଧ୍ୟରୁ ଜଣେ ବ୍ୟକ୍ତି ପାକିସ୍ତାନୀ ବୋଲି ପ୍ରମାଣ ମିଳିଛି ।’’
Published by:Anand S.T. Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।