ପୁଲବାମା ଏନକାଉଣ୍ଟରରେ ସୁରକ୍ଷାବଳଙ୍କୁ ବଡ଼ ସଫଳତା, ଜୈଶର ମୋଷ୍ଟ ଓ୍ବାଣ୍ଟେଡ ଆତଙ୍କବାଦୀ ମୃତ

ଜାମୁ ଓ କାଶ୍ମୀର ପୋଲିସ ଅନୁସାରେ ଏହି ଆତଙ୍କବାଦୀ ଦକ୍ଷିଣ କାଶ୍ମୀରରେ ‘ଅବୁ ସୈଫୁଲ୍ଲା’ ଏବଂ ‘ଅବୁ କାସିମ‘ ନାମରେ ସକ୍ରିୟ ରହିଥିଲା ।

ପୁଲବାମା ଏନକାଉଣ୍ଟରରେ ସୁରକ୍ଷାବଳଙ୍କୁ ବଡ଼ ସଫଳତା, ଜୈଶର ମୋଷ୍ଟ ଓ୍ବାଣ୍ଟେଡ ଆତଙ୍କବାଦୀ ମୃତ
ପ୍ରତୀକାତ୍ମକ ଫଟୋ
  • News18 Odia
  • Last Updated: January 24, 2020, 5:48 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଶ୍ରୀନଗର: ଜାମୁ ଓ କାଶ୍ମୀର କେନ୍ଦ୍ରଶାସିତ ଅଞ୍ଚଳର ପୁଲବାମା ଜିଲ୍ଲାରେ ୨୨ତାରିଖରେ ହୋଇଥିବା ଗୁଳିବିନିମୟରେ ମରିଥିବା ଆତଙ୍କବାଦୀର ପରିଚୟ ପାକିସ୍ଥାନୀ ନାଗରିକ ଭାବେ ହୋଇଛି ଯିଏ ପ୍ରତିବନ୍ଧିତ ଆତଙ୍କବାଦୀ ସଂଗଠନ ଜୈଶ-ଇ-ମହମ୍ମଦ ସହ ଜଡ଼ିତଥିଲା । ଜଣେ ବରିଷ୍ଠ ପୋଲିସ ଅଧିକାରୀ ୨୪ ତାରିଖରେ ଏସମ୍ପର୍କରେ କହିଥିଲେ ଯେ, ଦକ୍ଷିଣ କାଶ୍ମୀରରେ ‘ଅବୁ ସୈଫୁଲ୍ଲା‘ ଏବଂ ‘ଅବୁ କାସିମ’ ନାମରେ ସକ୍ରିୟ ରହିଥିଲା । ଅଧିକାରୀ ଜଣଙ୍କ କହିଛନ୍ତି ଯେ ଏହି ଆତଙ୍କବାଦୀ ଜଣଙ୍କ ଦୁଇଜଣ ସାଧାରଣ ନାଗରିକଙ୍କ ଅପହରଣ ଏବଂ ତାଙ୍କର ହତ୍ୟାର ଅଭିଯୁକ୍ତ ଥିଲା । ଏହା ସହ ସେ ସ୍ଥାନୀୟ ପୋଲିସ ଅଧିକାରୀ ଏବଂ ଶ୍ରମିକମାନଙ୍କୁ ଘାଟିରୁ ବାହାରକୁ ଯିବା ଲାଗି ଧମକାଉଥିଲା । ଜୁଲାଇ ୨୦୧୩ରେ କୁପଓ୍ବାଡ଼ା ଜିଲ୍ଲାରେ ସୁରକ୍ଷାବଳଙ୍କ ସହିତ ଗୁଳିବିନିମୟରେ ମରିଥିବା ଜୈଶର ପାକିସ୍ଥାନୀ କମାଣ୍ଡର କାରୀ ୟାସିରର ପ୍ରମୁଖ ସହଯୋଗ ଥିଲା । ଅବୁ ସୈଫୁଲ୍ଲା ୨୨ ତାରିଖ ସକାଳୁ ପୁଲବାମାର ଅବନ୍ତିପୁରା ଅଞ୍ଚଳରେ ଏକ ଗ୍ରାମରେ ଖୋଜାଯିବା ଏବଂ ଘେରାବନ୍ଦୀ କରିବା ଅବସରରେ ସ୍ଥାନୀୟ ସହଯୋଗୀ ସହିତ ଘେରାଯାଇଥିଲା ।

ଅଧିକାରୀ ଜଣଙ୍କ କହିଥିଲେ କି ଗୁପ୍ତ ସୂଚନା ଅଧାରରେ ଏହି ଅଭିଯାନ ଚଳାଯାଇଥିଲା ଏବଂ ସେଠାରେ ଲୁଚିଥିବା ଆତଙ୍କବାଦୀମାନଙ୍କୁ ସଂଯୁକ୍ତ ଭାବେ ଖୋଜାଯିବାବେଳେ ଗୁଳି ଚଳାଯିବାରୁ ଏହା ଏନକାଉଣ୍ଟରରେ ପରିଣତ ହୋଇଯାଇଥିଲା । ସଂଯୁକ୍ତ ଦଳରେ ୫୦ ରାଷ୍ଟ୍ରୀୟ ରାଇଫଲ ଏବଂ ସିଆରପିଏଫ୍ର ୧୮୫ ବାଟାଲିୟନ ସାମିଲଥିଲେ । ଆତଙ୍କବାଦୀମାନଙ୍କ ଭୀଷଣ ଗୁଳିବର୍ଷଣ ପରେ ରାଷ୍ଟ୍ରୀୟ ରାଇଫଲସ୍ ର ସିପାହୀ ରାହୁଲ ରାଂସବାଲ ଏବଂ ସ୍ଥାନୀୟ ପୋଲିସର ଏସପିଓ ଶାହାବାଜ ଅହମଦଙ୍କର ଗୁଳିବାଜିବାରୁ ଗମ୍ଭୀର ଭାବେ ଆହତ ହୋଇଥିଲେ । ସେମାନଙ୍କୁ ଶ୍ରୀନଗରରେ ସେନାର ୯୨ ବେସ ହସ୍ପିଟାଲ ନିଆଯାଇଥିଲା କିନ୍ତୁ ସେଠାରେ ସେମାନେ ମୃତ୍ୟୁବରଣ କରିଥିଲେ ।

ଅଧିକାରୀ ଜଣଙ୍କ କହିଥିଲେ ଯେ, ଆହତ ଯବାନ ମାନଙ୍କୁ ବାହାର କରିବା ପ୍ରକ୍ରିୟା ସମୟରେ ମଉକାର ଫାଇଦା ଉଠାଇ ଆତଙ୍କବାଦୀମାନେ ସେଠାରୁ ଫେରାର ହୋଇଯାଇଥିଲେ । ସୈଫୁଲ୍ଲା ଦେଢ଼ ବର୍ଷରୁ ଅଧିକ ସମୟ ଧରି ଅବନ୍ତିପୁରା ତ୍ରାଲ ଏବଂ ଖେବ ଅଞ୍ଚଳରେ ସକ୍ରିୟ ରହିଥିଲା ।
First published: January 24, 2020, 5:48 PM IST
corona virus btn
corona virus btn
Loading