ପୁଲୱାମା ଆକ୍ରମଣକୁ ୪ ବର୍ଷ; ମନେ ପଡ଼ିଲା ସହିଦ ଯବାନଙ୍କ ବୀରତ୍ବର ଗାଥା ଓ ବଳିଦାନ

Pulwama Attack 4th Anniversary: ପୁଲୱାମା ଆକ୍ରମଣକୁ ୪ ବର୍ଷ ପୂରଣ ହୋଇଛି। ସାରା ଦେଶ ଆଜି ଭାରତୀୟ ଯବାନମାନଙ୍କ ସେହି ବୀରତ୍ୱର ଗାଥା ଓ ବଳିଦାନକୁ ସ୍ମରଣ କରିବା ସହିତ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛି।

ପୁଲୱାମା ଆକ୍ରମଣକୁ ୪ ବର୍ଷ

ପୁଲୱାମା ଆକ୍ରମଣକୁ ୪ ବର୍ଷ

  • News18 Odia
  • Last Updated :
  • Cuttack, India
  • Share this:
News18 Odia Digital

Pulwama Attack 4th Anniversary: ଚାରି ବର୍ଷ ପୂର୍ବେ ଆଜିର ଦିନରେ ଅର୍ଥାତ୍ ଫେବୃଆରୀ ୧୪ରେ ଜାମ୍ମୁ କାଶ୍ମୀରର ପୁଲୱାମାରେ ଆତଙ୍କବାଦୀ ଆକ୍ରମଣ ହୋଇଥିଲା। ଏହି ଆକ୍ରମଣ ଭାରତର ଏକ ପ୍ରମୁଖ ଆତଙ୍କବାଦୀ ଆକ୍ରମଣ ମଧ୍ୟରୁ ଅନ୍ୟତମ।

୧୪ ଫେବୃଆରୀ ୨୦୧୯, ସବୁ ବର୍ଷ ଭଳି ସେଦିନ ମଧ୍ୟ ଭାଲେଣ୍ଟାଇନ ଡେ ପାଳନ କରୁଥିଲେ ଦେଶର ଯୁବବର୍ଗ। ହେଲେ ହଠାତ ଦ୍ୱିପ୍ରହର ୩.୩୦ ଏପରି ଏକ ଖବର ଆସି ପହଞ୍ଚିଲା ଯାହା ସମଗ୍ର ଦେଶରେ ଶୋକର ଛାୟା ଖେଳାଇ ଦେଇଥିଲା।

ହଠାତ ଯେମିତି ସବୁ କିଛି ବଦଳି ଗଲା। ସ୍ତବ୍ଧ ହୋଇଗଲା ସମଗ୍ର ଦେଶ। ଯେତେବେଳେ ଖବର ମିଳିଲା ଜମ୍ମୁ କାଶ୍ମୀର ପୁଲୱାମାରେ ଏକ ବଡ଼ ଧରଣର ଆତଙ୍କୀ ଆକ୍ରମଣ ହୋଇଛି। ଆଉ ଏହି ଆକ୍ରମଣରେ ୪୦ ସେଣ୍ଟ୍ରାଲ ରିଜର୍ଭ ପୋଲିସ୍ ଫୋର୍ସ ଯବାନ ସହିଦ ହୋଇଥିଲେ।

ପ୍ରେମ ଦିବସ ପାଲଟିଥିଲା ଶୋକର ଦିବସରେ। ଆଜି ମଧ୍ୟ ସେହି ଦିନ ଆଖି ସାମ୍ନାକୁ ଆସିବା ମାତ୍ରେ ଶିହରି ଉଠେ ଦେହ।

ଏହି ଆକ୍ରମଣ ପରେ ଭାରତ ଏହି ଆଭିମୁଖ୍ୟ ଗ୍ରହଣ କରିଥିଲା

ପୁଲୱାମାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ଭାରତ କଠୋର ଆଭିମୁଖ୍ୟ ଗ୍ରହଣ କରି ପାକିସ୍ତାନକୁ ଶିକ୍ଷା ଦେବା ପାଇଁ ଅନେକ କଠୋର ପଦକ୍ଷେପ ନେଇଥିଲା। ଏହି ପଦକ୍ଷେପଗୁଡିକ ପାକିସ୍ତାନ ପାଇଁ ଅନେକ କ୍ଷତି କରିଥିଲା।

୨୦୧୯ ଫେବୃଆରୀ ୨୬ରେ, ଭାରତୀୟ ବାୟୁସେନା ପାକିସ୍ତାନର ବାଲାକୋଟରେ ପ୍ରବେଶ କରି ଏୟାର ଷ୍ଟ୍ରାଇକ୍ ମାଧ୍ୟମରେ ଆତଙ୍କବାଦୀ ଶିବିରକୁ ଧ୍ୱଂସ କରିଥିଲା।

ଫେବୃଆରୀ ୨୭ରେ, ପାକିସ୍ତାନର ବାୟୁସେନା ଭାରତକୁ ଜବାବ ଦେବା ପାଇଁ ଜାମ୍ମୁ କାଶ୍ମୀରରେ ପ୍ରବେଶ କରି ଏୟାର ଷ୍ଟ୍ରାଇକ୍ କରିଥିଲା। ଏହାର ଜବାବରେ ଭାରତୀୟ ବାୟୁସେନା ମଧ୍ୟ ଅବତରଣ କରିଥିଲା। ତେବେ ଏହି ସମୟ ମଧ୍ୟରେ ଭାରତୀୟ ମିଗ୍ -୨୧ ପାକିସ୍ତାନୀ ସେନାର ଆକ୍ରମଣରେ ଆସି ପାକିସ୍ତାନରେ ଖସିପଡ଼ିଥିଲା। ଏହା ପରେ ପାକିସ୍ତାନୀ ସୈନିକମାନେ ମିଗ୍ -୨୧ ପାଇଲଟ୍ ଅଭିନନ୍ଦନ ବର୍ଦ୍ଦମାନଙ୍କୁ କାବୁ କରିଥିଲେ।

୨୦୧୯ ମାର୍ଚ୍ଚ ୧ରେ, ଆମେରିକା ଏବଂ ଅନ୍ୟ ଦେଶର ଚାପ ଯୋଗୁଁ ପାକିସ୍ତାନୀ ସେନା ଅଭିନନ୍ଦନଙ୍କୁ ମୁକ୍ତ କରିଥିଲେ।

ପୁଲୱାମା ଆକ୍ରମଣ ପରେ ଭାରତ ପାକିସ୍ତାନ ସହ ସମସ୍ତ ବାଣିଜ୍ୟିକ ସମ୍ପର୍କକୁ ସମାପ୍ତ କରିଥିଲା। କେବଳ ଏତିକି ନୁହେଁ, ଭାରତ ପକ୍ଷରୁ ପାକିସ୍ତାନରୁ ମୋଷ୍ଟ ଫେଭର୍ ନେସନର ସ୍ଥିତି ମଧ୍ୟ ପ୍ରତ୍ୟାହାର କରାଯାଇଥିଲା। ଏହି କାରଣରୁ ପାକିସ୍ତାନକୁ ଅର୍ଥନୈତିକ କ୍ଷେତ୍ରରେ ବହୁତ କଷ୍ଟ ଭୋଗିବାକୁ ପଡ଼ିଥିଲା।

ପାକିସ୍ତାନକୁ କଳା ତାଲିକାରେ ରଖିବା ପାଇଁ ଭାରତ ସରକାର ଫାଇନାନ୍ସିଆଲ୍ ଆକ୍ସନ୍ ଟାସ୍କ ଫୋର୍ସ ଅନ୍ ମନି ଲଣ୍ଡରିଂ (FATF) କୁ ମଧ୍ୟ ଦାବି କରିଥିଲେ।
Published by:Lipina Das
First published: