News18 Odia Digital
ବୁଧବାର ପୁଡୁଚେରୀର ମନାକୁଲା ବିନାୟକ ମନ୍ଦିରର ପ୍ରସିଦ୍ଧ ହାତୀର ଅଚାନକ ହୃଦ୍ଘାତରେ ମୃତ୍ୟୁ ଘଟିଛି। ଏହି ହାତୀଟି ଲକ୍ଷ୍ମୀ ନାମରେ ବେଶ ପରିଚିତ ଥିଲା। ଲୋକମାନେ ଏହାର ଆଶୀର୍ବାଦ ଗ୍ରହଣ କରୁଥିଲେ।
୧୯୯୫ରେ, ଜଣେ ଶିଳ୍ପପତି ଲକ୍ଷ୍ମୀ ନାମକ ଏକ ହାତୀକୁ ମନ୍ଦିରକୁ ଦାନ କରିଥିଲେ, ସେହି ଦିନଠାରୁ ଏହା ଭକ୍ତ ତଥା ବିଦେଶୀ ପର୍ଯ୍ୟଟକଙ୍କ ମଧ୍ୟରେ ବେଶ୍ ଲୋକପ୍ରିୟ ହୋଇପାରିଥିଲା। ହାତୀକୁ ଚିକିତ୍ସା କରୁଥିବା ଜଣେ ପ୍ରାଣୀ ଚିକିତ୍ସକଙ୍କ ଅନୁସାରେ ତାର ସ୍ୱାସ୍ଥ୍ୟ ଅବସ୍ଥା ଭଲ ନଥିଲା ଓ ହଠାତ୍ ହୃଦଘାତ ହେତୁ ମୃତ୍ୟୁ ହୋଇଛି।
ଲକ୍ଷ୍ମୀର ମୃତ୍ୟୁ ଖବର ସୋସିଆଲ ମିଡିଆରେ ନିଆଁ ପରି ବ୍ୟାପିଗଲା। ବିଭିନ୍ନ ଅଞ୍ଚଳର ଲୋକମାନେ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ଧାଡ଼ି ଦର୍ଶନ ଆରମ୍ଭ କଲେ। ଲୋକମାନେ ଫୁଲର ପୁଷ୍ପଗୁଚ୍ଛ ଦେବା ସହ ହାତୀର ଶରୀରକୁ ସଜାଇଥିଲେ। ପୁଡୁଚେରୀର ଲେଫ୍ଟନାଣ୍ଟ ଗଭର୍ଣ୍ଣର ତମିଲିସାଇ ସୌନ୍ଦରାଜନ ମଧ୍ୟ ହାତୀକୁ ଶ୍ରଦ୍ଧାଞ୍ଜଳି ଦେବାକୁ ଆସିଥିଲେ।
ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ ବହୁ ସଂଖ୍ୟକ ପୋଲିସ କର୍ମଚାରୀ ନିୟୋଜିତ ହୋଇଥିଲେ, ଯେତେବେଳେ ମୃତଦେହକୁ ଏକ କ୍ରେନ୍ ସାହାଯ୍ୟରେ ଟ୍ରକରେ ରଖାଯାଇଥିଲା। ସୂଚନାଯୋଗ୍ୟ ମାନକୁଲା ବିନାୟକର ମନ୍ଦିର ହେଉଛି ପୁଡୁଚେରୀର ଏକମାତ୍ର ମନ୍ଦିର ଯେଉଁଠାରେ ଏକ ହାତୀ ଥିଲା।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।