News18 Odia Digital
ଲକ୍ଷ୍ନୌ: ଉତ୍ତରପ୍ରଦେଶର ଏକ ସାର୍ବଜନୀନ ଶୌଚାଳୟ ଏହାର ସ୍ୱତନ୍ତ୍ର ମଡେଲ ପାଇଁ ଚର୍ଚ୍ଚାର ବିଷୟ ପାଲଟିଛି। ଯେଉଁଥିରେ ଗୋଟିଏ ଶୌଚାଳୟ କୋଠରୀରେ ଦୁଇଟି ଟଏଲେଟ୍ ସିଟ୍ ଲଗାଯାଇଛି।
ଆଉ ଏହି ଟଏଲେଟ୍ ସିଟ୍ ମଧ୍ୟରେ କୌଣସି କାନ୍ଧ ମଧ୍ୟ ନାହିଁ। ଯାହାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଯାହାର ଫଟୋ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି। ଆପଣ ନିଶ୍ଚୟ ଅନେକ ଶୌଚାଳୟ ଦେଖିଥିବେ, ଉଭୟ ପୁରୁଣା ଏବଂ ନୂଆ, କିନ୍ତୁ ଆପଣ ପୂର୍ବରୁ ଏପରି ଶୌଚାଳୟ କେବେ ମଧ୍ୟ ଦେଖି ନଥିବେ।

ଗୋଟିଏ କୋଠରୀରେ ୨ଟି ଟଏଲେଟ ସିଟ୍
ଉତ୍ତରପ୍ରଦେଶର ବସ୍ତି ଜିଲ୍ଲାର ଗୌରା ଧୁନ୍ଧା ଗ୍ରାମରେ ଗୋଟିଏ ପବ୍ଲିକ ଟଏଲେଟ ପରିରସର ଫଟୋ ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହେଉଛି। ଯାହା ୧୦ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ହୋଇଛି।
ପ୍ରକାଶ ଥାଉକି କେତେକ କୋଠରୀରେ କୌଣସି ବିଭାଜନ ବିନା ଦୁଇଟି ଶୌଚାଳୟ ସିଟ୍ ଥିବାବେଳେ ଅନ୍ୟମାନଙ୍କର କବାଟ ମଧ୍ୟ ନାହିଁ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।