News18 Odia Digital
Prophet Remarks Row: ନୁପୂର ଶର୍ମାଙ୍କ ଉପରେ AIMIM ସାଂସଦ ଇମତିଆଜ ଜଲିଲଙ୍କ ମନ୍ତବ୍ୟ ପରେ ଦଳ ପକ୍ଷରୁ ଏକ କଠୋର ବିବୃତ୍ତି ଜାରି କରାଯାଇଛି। ଇମତିଆଜ ଜଲିଲଙ୍କ ବିବୃତ୍ତିରେ ଦଳ ଟ୍ବିଟ କରି ନୁପୂର ଶର୍ମାଙ୍କୁ ଗିରଫ କରାଯିବା ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛି।
ଅରଙ୍ଗାବାଦର ଲୋକସଭା ସାଂସଦ ଇମତିଆଜ ଜଲିଲ ଶୁକ୍ରବାର ଦିନ କହିଛନ୍ତି ଯେ ମହମ୍ମଦଙ୍କ ଉପରେ ବିବାଦୀୟ ମନ୍ତବ୍ୟ ଦେଇଥିବାରୁ ନୁପୂର ଶର୍ମାଙ୍କୁ ମୃତ୍ୟୁଦଣ୍ଡ ଦିଆଯିବା ଉଚିତ। ଯଦି ସେମାନଙ୍କୁ ସହଜରେ ଛାଡି ଦିଆଯାଏ ତେବେ ଏହିପରି ଜିନିଷ ବନ୍ଦ ହେବ ନାହିଁ। କୌଣସି ଜାତି, ଧର୍ମ କିମ୍ବା ସମ୍ପ୍ରଦାୟ ବିରୁଦ୍ଧରେ ଆପତ୍ତିଜନକ ମନ୍ତବ୍ୟ ଦେଉଥିବା ବ୍ୟକ୍ତିଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଶ୍ଚିତ କରିବାକୁ ଆଇନ ଆଣିବା ଉଚିତ୍ ବୋଲି ସେ କହିଛନ୍ତି।
ବିଜେପିର ଅଭିଯୋଗ କରି ସେ କହିଛନ୍ତି ଯେ ନୁପୂର ଶର୍ମାଙ୍କୁ ଦଳରୁ ବହିଷ୍କାର କରାଯାଇଛି। ଏହା କି ପ୍ରକାର କାର୍ଯ୍ୟ? ସେ କହିଛନ୍ତି ଯେ ଠିକ ସମୟରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନାହିଁ, ତେଣୁ ଏଭଳି ବିରୋଧ ପ୍ରଦର୍ଶନ କରାଯାଉଛି।
ଅନେକ ସ୍ଥାନରେ ହିଂସା
ନୁପୂର ଶର୍ମାଙ୍କ ମନ୍ତବ୍ୟ ପରେ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟର ଲୋକ ଦେଶର ପ୍ରାୟ ସବୁ କୋଣ ଅନୁକୋଣରେ ବିରୋଧ ପ୍ରଦର୍ଶନ କରିବା ଆରମ୍ଭ କରିଦେଇଛନ୍ତି। ଏହି ସମୟରେ ଅନେକ ସ୍ଥାନରେ ଅଗ୍ନିକାଣ୍ଡ ଓ ପଥର ଫିଙ୍ଗିବା ଭଳି ଘଟଣା ମଧ୍ୟ ରିପୋର୍ଟ କରାଯାଉଛି। ଉତ୍ତରପ୍ରଦେଶରେ ୬ଟି ଜିଲ୍ଲାର ୧୩୦ରୁ ଅଧିକ ବିକ୍ଷୋଭକାରୀମାନେଙ୍କୁ ଗିରଫ କରାଯାଇଛି।
ବିକ୍ଷୋଭକାରୀମାନେ ପ୍ରୟାଗରାଜ ଓ ସାହାରନପୁରର ପୋଲିସ କର୍ମଚାରୀଙ୍କ ଉପରକୁ ପଥର ଫିଙ୍ଗିଥିବା ଅଭିଯୋଗ ହୋଇଛି। ପ୍ରୟାଗରାଜରେ କିଛି ମୋଟରସାଇକେଲ ଓ ଗାଡିରେ ନିଆଁ ଲଗାଯିବା ଓ ପୋଲିସ ଗାଡିରେ ନିଆଁ ଲଗାଇବାକୁ ଚେଷ୍ଟା କରାଯାଇଥିଲା।
Published by:Lipina Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।