Mission Cheetah: ସ୍ପେଶାଲ ବିମାନରେ ନାମିବିଆରୁ ଭାରତକୁ ଆସିବେ ୮ଟି ଚିତା ବାଘ

Mission Cheetah: ନାମିବିଆରୁ ୮ଟି ଚିତା ବାଘ ଭାରତ ଆସୁଛନ୍ତି। ସେମାନଙ୍କୁ ନେବା ପାଇଁ ଏକ ସ୍ୱତନ୍ତ୍ର ବିମାନ ନାମିବିଆରେ ପହଞ୍ଚିଛି। ଏହି ବିମାନକୁ ଶାନଦାର ବାଘ ଚିତ୍ର ସହିତ ସଜାଯାଇଛି। ନିଜ ଜନ୍ମଦିନରେ ପ୍ରଧାନମନ୍ତ୍ରୀ ମୋଦି ଏହି ଚିତା ବାଘଙ୍କୁ ଦେଶକୁ ଫେରାଇ ଆଣିବାକୁ ଚାହୁଁଛନ୍ତି।

ସ୍ପେଶାଲ ବିମାନରେ ନାମିବିଆରୁ ଭାରତକୁ ଆସିବେ ୮ଟି ଚିତା ବାଘ

ସ୍ପେଶାଲ ବିମାନରେ ନାମିବିଆରୁ ଭାରତକୁ ଆସିବେ ୮ଟି ଚିତା ବାଘ

  • News18 Odia
  • Last Updated :
  • Share this:
News18 Odia Digital

PM Modi's birthday: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ଏଥର ସ୍ପେଶାଲ ହେବାକୁ ଯାଉଛି। ସେପ୍ଚେମ୍ବର ୧୭ ତାରିଖରେ ମୋଦି ନିଜ ବର୍ଥଡେ ସେଲିବ୍ରେଶନ କରିବେ। ଆଉ ଏହି ଦିନ ଦେଶରେ ବିଲୁପ୍ତ ପୃଥିବୀରେ ଦ୍ରୁତତମ ଦୌଡୁଥିବା ବଣୁଆ ପଶୁ ଚିତା ବାଘ ପୁଣି ଦେଶରେ ନଜର ଆସିବାକୁ ଯାଉଛନ୍ତି।

ଆଜ୍ଞା ହଁ, ୭୦ ବର୍ଷ ପରେ ନାମିବିଆର ୮ଟି ଚିତା ବାଘ ଭାରତ ଆସିବାକୁ ଯାଉଛନ୍ତି। ସେମାନଙ୍କୁ ନେବା ପାଇଁ ଏକ ସ୍ୱତନ୍ତ୍ର ବିମାନ ନାମିବିଆରେ ପହଞ୍ଚିଛି।

ପ୍ରଧାନମନ୍ତ୍ରୀ ମୋଦି ଏହି ଚିତାଗୁଡ଼ିକୁ ମଧ୍ୟପ୍ରଦେଶର କୁନୋ-ପାଲପୁର ଜାତୀୟ ଉଦ୍ୟାନରେ (Kuno National Park) ରଖିବେ।

ପେଣ୍ଟିଂରେ ସଜାଯାଇଛି ସ୍ୱତନ୍ତ୍ର ବିମାନ

ଏହି ଚିତା ବାଘ ଆଣିବା ପାଇଁ ନାମିବିଆରେ ପହଞ୍ଚିଥିବା ସ୍ୱତନ୍ତ୍ର ବିମାନକୁ ସୁନ୍ଦର ଚିତ୍ରରେ ସଜାଯାଇଛି। ବିମାନରେ ଟାଇଗରର ଏକ ଚିତ୍ର ଲଗାଯାଇଛି। କୁହାଯାଉଛି ଯେ ଏହି ସ୍ୱତନ୍ତ୍ର ବିମାନ ମାଧ୍ୟମରେ ନାମିବିଆରୁ ଜୟପୁରକୁ ପ୍ରଥମ ଚିତା ଅଣାଯିବ। ଏହା ପରେ ସେହି ଦିନ ହେଲିକପ୍ଟରକୁ ମଧ୍ୟପ୍ରଦେଶର କୁନୋ-ପାଲପୁର ଜାତୀୟ ଉଦ୍ୟାନକୁ ଅଣାଯିବ। ପ୍ରଧାନମନ୍ତ୍ରୀ ମୋଦି ନିଜ ଜନ୍ମଦିନ ଅବସରରେ ଦେଶକୁ ଏହି ଚିତା ବାଘଙ୍କ ଭେଟି ଦେବେ।

ଭାରତର ହାଇ କମିଶନ ଫଟୋ ସେୟାର କରିଛନ୍ତି

ନାମିବିଆର ଭାରତ ହାଇ କମିଶନ ଟ୍ୱିଟରରେ ଏହି ସ୍ୱତନ୍ତ୍ର ବିମାନର ଫଟୋ ସେୟାର କରି ଏହା ବିଷୟରେ ସମସ୍ତଙ୍କୁ ସୂଚନା ଦେଇଛନ୍ତି।

୭୦ ବର୍ଷ ପରେ ଚିତା ଆସୁଛନ୍ତି

ସୂଚନାଯୋଗ୍ୟ ଯେ, ଭାରତରେ ଚିତା ବାଘଙ୍କୁ ପୁନଃ ସ୍ଥାପିତ କରିବା ପାଇଁ ଦୀର୍ଘକାଳୀନ ଉଦ୍ୟମ ଚାଲିଛି ଓ ଏହି କ୍ରମରେ, ୨୦୦୯ରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସହିତ ଆନ୍ତର୍ଜାତୀୟ ଚିତା ବିଶେଷଜ୍ଞମାନଙ୍କର ଏକ ବୈଠକ ଅନୁଷ୍ଠିତ ହୋଇଥିଲା।

ସେହିପରି ୨୦୧୦ରେ, ଚିତା ପୁନରୁଦ୍ଧାର ପାଇଁ ୱାଇଲ୍ଡ ଲାଇଫ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ଦ୍ବାରା ସମଗ୍ର ଭାରତରେ ୧୦ଟି ସମ୍ଭାବ୍ୟ କ୍ଷେତ୍ର ଉପରେ ଏକ ସର୍ଭେ କରାଯାଇଥିଲା। ଏହି ସମ୍ଭାବ୍ୟ ୧୦ଟି ସ୍ଥାନ ମଧ୍ୟରୁ କୁନୋ ଅଭୟାରଣ୍ୟ (ବର୍ତ୍ତମାନର କୁନୋ ଜାତୀୟ ଉଦ୍ୟାନ) ସବୁଠାରୁ ଉପଯୁକ୍ତ ବୋଲି ଜଣାପଡ଼ିଛି। ଚିତାମାନଙ୍କର ପୁନରୁଦ୍ଧାର ସମ୍ବନ୍ଧରେ ପର୍ଯ୍ୟାପ୍ତ ଅଧ୍ୟୟନର ଅଭାବ ହେତୁ ୨୦୧୩ରେ ସୁପ୍ରିମକୋର୍ଟ ଚିତାକୁ ଭାରତ ଆଣିବାକୁ ବାରଣ କରିଥିଲେ।
Published by:Lipina Das
First published: