ପ୍ରିୟଙ୍କା ଗାନ୍ଧୀଙ୍କୁ ୧ ଅଗଷ୍ଟ ସୁଦ୍ଧା ଦିଲ୍ଲୀରେ ଆବଣ୍ଟିତ ଘର ଖାଲି କରିବାକୁ ନୋଟିସ୍ ଦିଆଗଲା

ନଭେମ୍ବର ୨୦୧୯ରେ ସୋନିଆ ଗାନ୍ଧୀ, ରାହୁଳ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀଙ୍କ ଏସପିଜି ସୁରକ୍ଷା ବ୍ୟବସ୍ଥା କେନ୍ଦ୍ର ସରକାର ହଟାଇ ନେଇଥିଲେ । ପ୍ରିୟଙ୍କାଙ୍କ ସୁରକ୍ଷା ବ୍ୟବସ୍ଥା ସହିତ ସରକାର ‘‘ଖେଳିବା ଉଚିତ୍ ନୁହେଁ’’ ବୋଲି କଂଗ୍ରେସ୍ ପାର୍ଟି କହିଛି ।

ପ୍ରିୟଙ୍କା ଗାନ୍ଧୀଙ୍କୁ ୧ ଅଗଷ୍ଟ ସୁଦ୍ଧା ଦିଲ୍ଲୀରେ ଆବଣ୍ଟିତ ଘର ଖାଲି କରିବାକୁ ନୋଟିସ୍ ଦିଆଗଲା
ପ୍ରିୟଙ୍କା ଗାନ୍ଧୀ ଭଦ୍ର
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: କଂଗ୍ରେସର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଭଦ୍ରଙ୍କୁ (Priyanka Gandhi Vadra) ସେ ଦିଲ୍ଲୀର ଲୋଦି ଇଷ୍ଟେଟରେ ରହୁଥିବା ବଙ୍ଗଳାକୁ ଅଗଷ୍ଟ ୧ ତାରିଖ ସୁଦ୍ଧା ଖାଲି କରିବାକୁ ନୋଟିସ୍ ଦିଆଯାଇଛି । କେନ୍ଦ୍ର ସରକାରଙ୍କ ଗୃହ ଓ ନଗର ବିକାଶ ମନ୍ତ୍ରଣାଳୟ ପଠାଇଥିବା ବିଜ୍ଞପ୍ତି ଅନୁଯାୟୀ ପ୍ରିୟଙ୍କା ଗାନ୍ଧୀ ଅଗଷ୍ଟ ୨ ତାରିଖ ପରେ ଏହି ବଙ୍ଗଳାରେ ରହିପାରିବେ ନାହିଁ ।

ନୋଟିସରେ କୁହାଯାଇଛି ଯେ ପ୍ରିୟଙ୍କା ଗାନ୍ଧୀଙ୍କ ଏସପିଜି ସୁରକ୍ଷା (SPG security cover) ବ୍ୟବସ୍ଥାକୁ ହଟାଇ ଦିଆଯାଇଛି ଓ ତାଙ୍କୁ ଜେଡ୍‌ ପ୍ଲସ୍ ସୁରକ୍ଷା (Z+ security cover) ବ୍ୟବସ୍ଥା ଦିଆଯାଇଛି । ନିୟମ ଅନୁଯାୟୀ ଜେଡ୍‌ ପ୍ଲସ୍‌ ସୁରକ୍ଷା ଥିବା କୌଣସି ବ୍ୟକ୍ତିଙ୍କୁ ସରକାରୀ ବଙ୍ଗଳା ଯୋଗାଇବାର କୌଣସି ନିୟମ ନାହିଁ । ଏଭଳି ପରିସ୍ଥିତିରେ ପ୍ରିୟଙ୍କା ଗାନ୍ଧୀଙ୍କୁ ବଙ୍ଗଳା ଖାଲି କରିବାକୁ ପଡ଼ିପାରେ ।

ଏହା ଉପରେ ପ୍ରତିକ୍ରିୟା ରଖି କଂଗ୍ରେସ ନେତା ସୁସ୍ମିତା ଦେବ କହିଛନ୍ତି, ‘‘ବର୍ତ୍ତମାନ ଏହି ନିୟମ କାହିଁକି ପାଳନ କରାଯାଉଛି? ପ୍ରିୟଙ୍କା ଗାନ୍ଧୀଙ୍କ ଏସପିଜି ସୁରକ୍ଷା ବ୍ୟବସ୍ଥା ତ ଛଅ ମାସ ପୂର୍ବରୁ ହଟାଇ ନିଆଯାଇଥିଲା । ଏପରିକି ଏସପିଜି ସୁରକ୍ଷା ବ୍ୟବସ୍ଥା ହଟାଯିବା ପରେ ମଧ୍ୟ ପ୍ରିୟଙ୍କାଙ୍କୁ ବଙ୍ଗଳା ଖାଲି କରିବାକୁ କୁହାଯାଇଥିଲା । ତା’ପରେ ସେ ଏକ୍ସଟେନସନ୍‌ ମାଗିଥିଲେ । ଏକ୍ସଟେନସନ୍‌ ଅବଧି ଅଗଷ୍ଟ ପର୍ଯ୍ୟନ୍ତ ଅଛି । କିନ୍ତୁ ଆମର ପ୍ରକୃତ ଚିନ୍ତା ହେଉଛି ପ୍ରିୟଙ୍କାଙ୍କ ସୁରକ୍ଷା ବିଷୟରେ । ସରକାର ତାଙ୍କ ସୁରକ୍ଷା ବ୍ୟବସ୍ଥା ସହିତ ଖେଳିବା ଉଚିତ୍ ନୁହେଁ ।’’

ପ୍ରିୟଙ୍କା ଗାନ୍ଧୀଙ୍କୁ ଆଜି ମିଳିଥିବା ନୋଟିସ୍


ଉଲ୍ଲେଖନୀୟ କଥା ହେଉଛି ଜୁନ୍ ୩୦ ତାରିଖ ପର୍ଯ୍ୟନ୍ତ ପ୍ରିୟଙ୍କା ଗାନ୍ଧୀଙ୍କ ଉପରେ ୩,୪୬,୬୭୭ ଟଙ୍କା ବାକି ରହିଛି । ବକେୟା ରାଶି ଦେବାକୁ ପ୍ରିୟଙ୍କାଙ୍କୁ କୁହାଯାଇଛି । ପ୍ରିୟଙ୍କା ଗାନ୍ଧୀ ଭଦ୍ର ଫେବୃଆରୀ ୧୯୯୭ ଠାରୁ ୩୫ ଲୋଦି ଇଷ୍ଟେଟରେ ରହିଆସୁଛନ୍ତି ।

ନଭେମ୍ବର ୨୦୧୯ରେ ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀଙ୍କ ଏସପିଜି ସୁରକ୍ଷା ବ୍ୟବସ୍ଥା ହଟାଇବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଥିଲେ । ଗାନ୍ଧୀ ପରିବାରକୁ ନଭେମ୍ବର ୨୦୧୯ ଠାରୁ ଜେ ପ୍ଲସ୍ ସୁରକ୍ଷା (Z Plus Security) ଦିଆଯାଉଛି । ସମସ୍ତ ଏଜେନ୍ସିରୁ ମିଳିଥିବା ଧମକ ଇନପୁଟର (threat input) ମୂଲ୍ୟାଙ୍କନ କରିବା ପରେ କେନ୍ଦ୍ର ସରକାର ଏହି ନିଷ୍ପତ୍ତି ନେଇଥିଲେ । କେନ୍ଦ୍ର ସରକାର ବିପଦକୁ ଆକଳନ କରିବା ପରେ ଗାନ୍ଧୀ ପରିବାର ପ୍ରତି କୌଣସି ସିଧା ବିପଦ ନାହିଁ ବୋଲି ଜଣାପଡ଼ିଥିଲା ।

୧୯୯୧ରେ ରାଜୀବ ଗାନ୍ଧୀଙ୍କ ହତ୍ୟା ହେବା ପରେ ପୂର୍ବତନ ପ୍ରଧାନ ମନ୍ତ୍ରୀଙ୍କୁ ମଧ୍ୟ ଏସପିଜି ସୁରକ୍ଷା ଦିଆଯିବ ବୋଲି ନିଷ୍ପତ୍ତି ନିଆଯାଇଥିଲା । ତଥାପି ପୂର୍ବତନ ପ୍ରଧାନ ମନ୍ତ୍ରୀମାନଙ୍କ ସୁରକ୍ଷା ବ୍ୟବସ୍ଥାରସମୟ ସମୟରେ ସମୀକ୍ଷା କରାଯାଉଛି ଓ ଆବଶ୍ୟକତା ଅନୁଯାୟୀ ହ୍ରାସ କରାଯାଉଛି ।

ଅଗଷ୍ଟ ୨୦୧୯ରେ ପୂର୍ବତନ ପ୍ରଧାନ ମନ୍ତ୍ରୀ ମନମୋହନ ସିଂଙ୍କ ଏସପିଜି ସୁରକ୍ଷାକୁ ମଧ୍ୟ ହଟାଇ ଦିଆଯାଇଥିଲା । ଏସପିଜି ସୁରକ୍ଷା ହଟାଇବା ପୂର୍ବରୁ ପ୍ରିୟଙ୍କା ଗାନ୍ଧୀଙ୍କ ବଙ୍ଗଳା ବିଷୟରେ ତାଙ୍କୁ ଏକ ନୋଟିସ୍‌ ପଠାଇ ପ୍ରଶ୍ନ ପଚରାଯାଇଥିଲା । ଏହା ଉପରେ ସେ କହିଥିଲେ ଯେ ବଙ୍ଗଳା ଛାଡ଼ିବାରେ ତାଙ୍କର କୌଣସି ଅସୁବିଧା ନାହିଁ ।
First published: July 1, 2020, 10:55 PM IST
corona virus btn
corona virus btn
Loading