News18 Odia Digital
ବାରବାଙ୍କି: କଂଗ୍ରେସର ଉତ୍ତର ପ୍ରଦେଶ (Uttar Pradesh) ଦାୟିତ୍ୱରେ ଥିବା ପ୍ରିୟଙ୍କା ଗାନ୍ଧି (Priyanka Gandhi) ଆଜିକାଲି ଉତ୍ତର ପ୍ରଦେଶରେ ଏକ ‘ପ୍ରତିଜ୍ଞା ଯାତ୍ରା’ କରୁଛନ୍ତି । ସେଥିରେ ହଜାର ହଜାର ମହିଳା ତାଙ୍କୁ ଭେଟିବାକୁ ଆସୁଛନ୍ତି । ପ୍ରିୟଙ୍କା ସେମାନଙ୍କ ସହ ବହୁତ ସହାନୁଭୂତି ଓ ବନ୍ଧୁତ୍ୱର ସହ କଥାବାର୍ତ୍ତା କରୁଥିବା ଦେଖାଯାଉଛି । ସେମାନଙ୍କ ସହ କଥାବାର୍ତ୍ତା କରି ସେ ସେମାନଙ୍କ ଅବସ୍ଥା ଜାଣିବାକୁ ଚେଷ୍ଟା କରୁଛନ୍ତି । ଏହି କ୍ରମରେ ଯେତେବେଳେ କଂଗ୍ରେସର ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧି ବାରବାଙ୍କିରେ ପହଞ୍ଚିଥିଲେ, ସେଠାରେ ତାଙ୍କୁ ଖାଇବାକୁ ଦେବା ପାଇଁ ମହିଳାମାନଙ୍କ ମଧ୍ୟରେ ଏକ ପ୍ରକାର ପ୍ରତିଯୋଗିତା ଆରମ୍ଭ ହୋଇଯାଇଥିଲା ।
ବହୁ ସଂଖ୍ୟକ ମହିଳା ପ୍ରିୟଙ୍କା ଗାନ୍ଧିଙ୍କୁ ଘେରିଯାଇଥିଲେ ଓ ନିଜ ହାତରେ ତାଙ୍କୁ କିଛି ଖାଇବାକୁ ଦେବା ପାଇଁ ଆଗକୁ ଆସୁଥିଲେ । ଯେତେବେଳେ ଖାଇବାକୁ ଦେବାକୁ ଇଚ୍ଛା କରି ଠେଲାପେଲା କରୁଥିବା ମହିଳାମାନଙ୍କ ସଂଖ୍ୟା ବଢ଼ିଗଲା, ପ୍ରିୟଙ୍କା ଗାନ୍ଧି ଏକ ମଜାଳିଆ ଢଙ୍ଗରେ ସେହି ମହିଳାମାନଙ୍କୁ ମନା କରିଦେଲେ ।ସେ କହିଥିଲେ, ‘‘ମୋ’ ଭାଇ କହିଛନ୍ତି ତୁମେ ମୋଟି ହୋଇଯାଉଛ, କମ୍ ଖାଅ ।’’
ଏହା ବି ପଢ଼ନ୍ତୁ | କଟକରେ ପୋଲିସ ଓ ଜନତାଙ୍କ ମଧ୍ୟରେ ଖଣ୍ଡଯୁଦ୍ଧ ହେଲା; ପୋଲିସ ଲାଠି ଚାର୍ଜ କଲା; ୫ ପୋଲିସ କର୍ମୀ ଆହତବାରବାଙ୍କୀରେ ପ୍ରିୟଙ୍କା ଗାନ୍ଧିଙ୍କ ସହ ମହିଳାମାନଙ୍କର ଏହି କଥାବାର୍ତ୍ତାର ଭିଡିଓ (Priyanka Gandhi video) ଏବେ ସୋସିଆଲ ମିଡି଼ଆରେ ଭାଇରାଲ୍ (viral video) ହେବାରେ ଲାଗିଛି । ମହିଳାମାନଙ୍କ ହାତରୁ ମିଠେଇ ଖାଇବା ବେଳେ ପ୍ରିୟଙ୍କା ଗାନ୍ଧି ଗଣମାଧ୍ୟମ ସହିତ ବି ନିରନ୍ତର କଥାବାର୍ତ୍ତା କରୁଥିଲେ । ଯେତେବେଳେ ଗଣମାଧ୍ୟମ ତାଙ୍କୁ ମହିଳାମାନଙ୍କ ସହ କଥାବାର୍ତ୍ତା ବିଷୟରେ ପ୍ରଶ୍ନ କରିଥିଲା, ପ୍ରିୟଙ୍କା କହିଥିଲେ ଯେ ସେ ଲୋକମାନଙ୍କ ସ୍ଥିତି ବିଷୟରେ ପଚାରି ବୁଝୁଛନ୍ତି ।

ବାରବାଙ୍କିରେ ମହିଳାମାନଙ୍କ ସହ ପ୍ରିୟଙ୍କା ଗାନ୍ଧି
ଏହା ବି ପଢ଼ନ୍ତୁ | ମମିତା ମେହେରଙ୍କୁ ତଣ୍ଟି ଚିପି ମାରିବା ପରେ ମୃତ ଦେହକୁ JCBରେ ଖଣ୍ଡ ଖଣ୍ଡ କରିଥିଲା ଗୋବିନ୍ଦ ସାହୁ‘‘ଏହି ମହିଳାମାନେ କେମିତି ନିଜ ଘର ଚଳାଉଛନ୍ତି, କେମିତି ଜୀବନ ବିତାଉଛନ୍ତି ସେ ବିଷୟରେ ମୁଁ ତାଙ୍କ ସହ କଥାବାର୍ତ୍ତା କରୁଛି,’’ କହିଥିଲେ ପ୍ରିୟଙ୍କା ଗାନ୍ଧି । ସେ ବାରବାଙ୍କିରେ ନିଜ ପ୍ରତିଜ୍ଞା ଯାତ୍ରା ସମୟରେ ଲୋକଙ୍କୁ ଅନେକ ପ୍ରତିଶୃତି ବି ଦେଇଥିଲେ।
ଏଇଠି ଦେଖନ୍ତୁ ଭାଇରାଲ୍ ଭିଡିଓ:
ପ୍ରିୟଙ୍କା କହିଥିଲେ ଯେ ଉତ୍ତର ପ୍ରଦେଶର ବିଧାନ ସଭା ନିର୍ବାଚନ (UP Assembly Polls) ପରେ ଯଦି କଂଗ୍ରେସ ସରକାର କ୍ଷମତାକୁ ଆସେ, ତାହେଲେ ଦଳର ମ୍ୟାନିଫେଷ୍ଟୋରେ ଦିଆଯାଇଥିବା ସବୁ ପ୍ରତିଶ୍ରୁତିର ଲାଭ ଲୋକେ ପାଇବେ। ସେ କହିଥିଲେ ଯେ କଂଗ୍ରେସ ମ୍ୟାନିଫେଷ୍ଟରେ କୃଷି ଋଣ ଛାଡ, ଗରିବ ପରିବାରକୁ ବର୍ଷକୁ ୨୫,୦୦୦ ଟଙ୍କା, ସ୍କୁଲ ବାଳିକାମାନଙ୍କୁ ମାଗଣା ଇ-ସ୍କୁଟି ଓ ମୋବାଇଲ୍ ଫଓନ୍, ସମସ୍ତଙ୍କ ପାଇଁ ଅଧା ବିଦ୍ୟୁତ ବିଲ ଓ କୋଭିଡ ଅବଧିରେ ବିଲ ଛାଡ କରିବାକୁ ପ୍ରତିଶୃତି ଦିଆଯାଇଛି । କଂଗ୍ରେସ ଦଳ ଏହି ସବୁ ପ୍ରତିଶ୍ରୁତି ପୂରଣ କରିବ ବୋଲି କହିଥିଲେ ପ୍ରିୟଙ୍କା ଗାନ୍ଧି।
ଏହା ବି ପଢ଼ନ୍ତୁ | ଭଦ୍ରକରେ ପିଶାଚ ବାପାର ନାରକୀୟ କାଣ୍ଡ: ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ଶିଶୁ କନ୍ୟାର ଯୌନାଙ୍ଗକୁ କାଟିଲାବାରବାଙ୍କିରେ କଂଗ୍ରେସର ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧି ଗୋଟିଏ ବିଲ ଭିତରକୁ ବି ଯାଇ ମହିଳାମାନଙ୍କୁ ଭେଟିଥିଲେ । ସେଇଠି ମହିଳାମାନେ ତାଙ୍କୁ ନିଜ ହାତରେ ଜଲେବି ଖାଇବାକୁ ଦେଇଥିଲେ । ଯେତେବେଳେ ଜଣେ ବୃଦ୍ଧା ମହିଳା ଜଣେ କ୍ୟାମେରାମ୍ୟାନଙ୍କଠାରୁ ମାଇକ୍ ନେଇଥିଲେ, ପ୍ରିୟଙ୍କା ଗାନ୍ଧି ହସି ହସି କହିଥିଲେ, ‘‘ଏଣିକି ମହିଳାମାନେ ମାଇକ୍ ନେବେ ଓ ଶାସନ ବି କରିବେ ।’’
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।