UPରେ ‘କାର୍ ଚକ ତଳେ କୃଷକ ମୃତ୍ୟୁ’ ଘଟଣାର VIDEO ଦେଖାଇ ପ୍ରଶ୍ନ ଉଠାଇଲେ ପ୍ରିୟଙ୍କା ଗାନ୍ଧୀ

Priyanka Gandhi shows video of Uttar Pradesh Lakhimpur Kheri incident | ଆପଣ ଏହି ଭିଡିଓକୁ ଦେଖନ୍ତୁ, ଆଉ ଦେଶକୁ କହନ୍ତୁ ଏହି ମନ୍ତ୍ରୀଙ୍କୁ ଏ ପର୍ଯ୍ୟନ୍ତ କାହିଁକି ବରଖାସ୍ତ କରାଯାଇ ନାହିଁ ଓ ତାଙ୍କୁ ପୁଅକୁ ଏ ପର୍ଯ୍ୟନ୍ତ କାହିଁକି ଗିରଫ କରାଯାଇ ନାହିଁ,’’ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସମ୍ବୋଧନ କରି କହିଛନ୍ତି ପ୍ରିୟଙ୍କା ଗାନ୍ଧି ।

ପ୍ରିୟଙ୍କା ଗାନ୍ଧୀ ଏକ ମୋବାଇଲ୍ ଫୋନରେ ଲଖିମପୁର ଖେରି ଘଟଣାର ଭିଡିଓ ଦେଖାଉଛନ୍ତି ।

ପ୍ରିୟଙ୍କା ଗାନ୍ଧୀ ଏକ ମୋବାଇଲ୍ ଫୋନରେ ଲଖିମପୁର ଖେରି ଘଟଣାର ଭିଡିଓ ଦେଖାଉଛନ୍ତି ।

  • Share this:
News18 Odia Digital

ନୂଆ ଦିଲ୍ଲୀ: ଉତ୍ତର ପ୍ରଦେଶ ଲଖିମପୁର ଖେରିରେ (Lakhimpur Kheri) ଚାରି ଜଣ କୃଷକଙ୍କ ସମେତ ଆଠ ଜଣ ବ୍ୟକ୍ତିଙ୍କ ମୃ୍ତ୍ୟୁକୁ ନେଇ ରାଜନୀତି ଜୋର୍‌ ଧରିଛି । ଘଟଣାର ଦୁଇ ଦିନ ପରେ ସାମ୍ନାକୁ ଆସିଛି ଏକ ଭାଇରାଲ୍ ଭିଡିଓ । ତାହା ଯଦି ସତ ହୋଇଥାଏ, ତାହେଲେ ତାହା ଯେତିକି ସାଙ୍ଘାତିକ ସେତିକି ହୃଦୟ ବିଦାରକ । କେମିତି ଜାଣିଶୁଣି ଆନ୍ଦୋଳନରତ କୃଷକମାନଙ୍କ ଉପରେ କାର୍ ଚଢ଼ାଇ ଦିଆଯାଇଥିଲା ସେହି ଭିଡିଓ ଏବେ ଭାଇରାଲ୍ (UP viral video) ହେଉଛି ।

ସେହି ଭିଡିଓ ଦେଖାଇ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧି (Priyanka Gandhi) ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ (PM Narendra Modi) ଖୋଲା ଆହ୍ବାନ ଦେଇଛନ୍ତି । ଲକ୍ଷ୍ନୌ ବିମାନ ବନ୍ଦରରେ ଛତିଶଗଡ଼ ମୁଖ୍ଯ ମନ୍ତ୍ରୀ ଭୂପେଶ ବାଘେଲ (Bhupesh Baghel) ଧାରଣା ଦେଇଛନ୍ତି । ଘଟଣାର ବିଚାର ବିଭାଗୀୟ ତଦନ୍ତ ଓ ଅଭିଯୁକ୍ତକୁ ତୁରନ୍ତ ଗିରଫ କରିବା ଦାବିରେ ସୁପ୍ରିମ୍‌ କୋର୍ଟରେ ଏକ ଆବେଦନ ବି କରାଯାଇଛି ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ଫ୍ରି ଫାୟାର୍ ଗେମ୍ ଖେଳିବାକୁ ମାମନା କଲାରୁ ଆତ୍ମହତ୍ୟା କଲା କେନ୍ଦୁଝରର ସ୍କୁଲ୍ ଛାତ୍ର

‘‘ମୋଦିଜୀ ନମସ୍କାର । ମୁଁ ଶୁଣିଛି ଆପଣ ସ୍ୱାଧୀନତାର ଅମୃତ ଉତ୍ସବ ପାଳନ କରିବାକୁ ଲକ୍ଷ୍ନୌ ଆସୁଛନ୍ତି । ମୁଁ ଆପଣଙ୍କୁ ପଚାରିବାକୁ ଚାହୁଁଛି ଯେ ଆପଣ ଏହି ଭିଡିଓ ଦେଖିଛନ୍ତି?’’ ଏତିକି କହି ପ୍ରିୟଙ୍କା ଗାନ୍ଧୀ ଏକ ମୋବାଇଲ୍‌ ଫୋନରେ ସେହି ଭିଡିଓ ଦେଖାଇଛନ୍ତି । ସେ ଏହି ଭିଡିଓ ଦେଖାଉଥିବା ବେଳର ଏକ ଭିଡିଓକୁ ପ୍ରିୟଙ୍କା ନିଜ ଟ୍ୱିଟର୍‌ ଆକାଉଣ୍ଟରେ ପୋଷ୍ଟ କରିଛନ୍ତି (Priyanka Gandhi video)।

ଏହା ବି ପଢ଼ନ୍ତୁ | Dhanteras 2021: ଧନତେରସ୍ କେବେ ପଡୁଛି? ଜାଣନ୍ତୁ ତିଥି, ମହତ୍ତ୍ୱ, ପୂଜାର ଶୁଭ ମୁହୂର୍ତ୍ତ ପୂଜା ବିଧି

କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧି ଆହୁରି କହିଛନ୍ତି, ‘‘ଏହି ଭିଡିଓରେ ଆପଣଙ୍କ ସରକାରର ଜଣେ ମନ୍ତ୍ରୀଙ୍କ ପୁଅ କୃଷକମାନଙ୍କ ଉପରେ ନିଜ କାର୍‌ ଚଢ଼େଇନେଉଥିବା ଦେଖାଉଛି । ଆପଣ ଏହି ଭିଡିଓକୁ ଦେଖନ୍ତୁ, ଆଉ ଦେଶକୁ କହନ୍ତୁ ଏହି ମନ୍ତ୍ରୀଙ୍କୁ ଏ ପର୍ଯ୍ୟନ୍ତ କାହିଁକି ବରଖାସ୍ତ କରାଯାଇ ନାହିଁ ଓ ତାଙ୍କୁ ପୁଅକୁ ଏ ପର୍ଯ୍ୟନ୍ତ କାହିଁକି ଗିରଫ କରାଯାଇ ନାହିଁ । ମୋ’ ପରି ନେତାମାନଙ୍କୁ ତ ଆପଣ ବିନା ଏଫ୍‌.ଆଇ.ଆର୍‌.ରେ ଗିରଫ କରି ରଖିଛନ୍ତି । ମୁଁ ଜାଣିବାକୁ ଚାହୁଁଛି ୟେ ବ୍ୟକ୍ତି ଏ ପର୍ଯ୍ୟନ୍ତ ଗିରଫ ହୋଇନାହାନ୍ତି କାହିଁକି ।’’



ପ୍ରିୟଙ୍କାଙ୍କୁ ଲଖୀମପୁର ଖେରୀ ଯାଇ ଶାନ୍ତି ଭଙ୍ଗ କରିବା ଓ ୧୧୪ ଧାରା ଭାଙ୍ଗିବା ମାମଲାରେ ଗିରଫ କରି ଉତ୍ତର ପ୍ରଦେଶ ପୋଲିସ ସୀତାପୁର ଗେଷ୍ଟହାଉସରେ ରଖିଛି । ଗେଷ୍ଟ ହାଉସକୁ ଏକ ଅସ୍ଥାୟୀ ଜେଲରେ ପରିଣତ କରାଯାଇଛି । ଆଇ.ପି.ସି.ର ଦଫା ୧୫୧ରେ ତାଙ୍କୁ ଗିରଫ କରାଯାଇଛି । କଂଗ୍ରେସ ନେତା ଦୀପେନ୍ଦ୍ର ହୁଡା ଓ ଅଜୟ ଲଲ୍ଲୁଙ୍କ ସମେତ ଅନ୍ୟ ୧୦ ଜଣଙ୍କ କଂଗ୍ରେସ ନେତାଙ୍କ ନାଁରେ ବି ହରଗାଁଓ ଥାନା ପୋଲିସ ମାମଲା ରୁଜୁ ହୋଇଛି ।

ଏହା ବି ପଢ଼ନ୍ତୁ | ଚାନ୍ଦିପୁର DRDO ତଥ୍ୟ ଲିକ୍: ରହସ୍ୟମୟୀ ଯୁବତୀଙ୍କ ପରିଚୟ ପାଇଁ ଇଣ୍ଟରପୋଲର ସହାୟତା ନିଆଯିବ

ପ୍ରିୟଙ୍କା ଗାନ୍ଧୀ ଗିରଫ ହେବା ପରେ କଂଗ୍ରେସ କର୍ମୀ ଓ ନେତାମାନେ ଅଧିକ ସକ୍ରିୟ ହୋଇଯାଇଛନ୍ତି । ଛତିଶଗଡ଼ ମୁଖ୍ୟ ମନ୍ତ୍ରୀ ଭୂପେଶ ବଘେଲ ଲକ୍ଷ୍ନୌ ବିମାନ ବନ୍ଦରରେ ଧାରଣା ଦେଇଛନ୍ତି । ସେ ପ୍ରିୟଙ୍କାଙ୍କୁ ଦେଖା କରିବାକୁ ସୀତାପୁର ଯିବା ବେଳେ ତାଙ୍କୁ ବିମାନ ବନ୍ଦରରେ ଅଟକ ରଖାଯାଇଥିଲା । ପ୍ରତିବାଦରେ ସେ ବିମାନ ବନ୍ଦରରେ ଧାରଣାରେ ବସିଥିଲେ । ଏ ସବୁ ମାମଲା ଉପରେ ମତ ବ୍ୟକ୍ତ କରି ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବ କେନ୍ଦ୍ର ଗୃହ ମନ୍ତ୍ରୀ ପି. ଚିଦାମ୍ବରମ୍‌ କହିଛନ୍ତି ଯେ ଉତ୍ତର ପ୍ରଦେଶ ପୋଲିସ ଆଇନକୁ ଜଳାଞ୍ଜଳି ଦେଇ ସାରିଲାଣି ।

ଏହା ବି ପଢ଼ନ୍ତୁ | ଗଞ୍ଜାମରେ ବାତ୍ୟା ପରେ ମହିଳା ନବଜାତ ଝିଅଙ୍କ ନାଁ ରଖିଲେଗୁଲାବ’; ବାତ୍ୟାର ନାଁ କିଏ ଦେଇଥିଲା?

ଲଖିମପୁର ଘଟଣାକୁ ନେଇ ଦେଶର ରାଜନୀତି ସରଗରମ ଥିବା ବେଳେ ହିଂସାକାଣ୍ଡରେ ପ୍ରାଣ ହରାଇଥିବା ଆଠ ଜଣ ବ୍ୟକ୍ତିଙ୍କ ପୋଷ୍ଟମର୍ଟମ ରିପୋର୍ଟ ଆସିଛି । ଗୁଳିରେ କାହାରି ମୃତ୍ୟୁ ହୋଇ ନ ଥିବା କଥା ଏହି ରିପୋର୍ଟରେ କୁହାଯାଇଛି । ଲାଠି ଆଘାତ କିମ୍ବା ଘୋଷଡ଼ା ଯୋଗୁଁ ମୃତ୍ୟୁ ହୋଇଥିବା ରିପୋର୍ଟ ଆସିଛି। ଘଟଣାରେ ସମ୍ପୃକ୍ତି ଥିବା ଅଭିଯୋଗରେ କେନ୍ଦ୍ର ଗୃହ ରାଷ୍ଟ୍ର ମନ୍ତ୍ରୀ ଅଜୟ ମିଶ୍ର ଟେନିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ସୁପ୍ରିମ କୋର୍ଟର ଦ୍ବାରସ୍ଥ ହୋଇଛନ୍ତି ରାଜ୍ୟର ଦୁଇ ଜଣ ଓକିଲ ।

ଏହା ବି ପଢ଼ନ୍ତୁ | ଇଞ୍ଜିନିୟରିଂ ପାଠ୍ୟକ୍ରମ ଓଡ଼ିଆ ଭାଷାରେ ଅନୁବାଦ ହେବ; AICTE ଭାଷା ବିଶେଷଜ୍ଞ ଆଲୋଚନା କଲେ

ହେଲେ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ର ଟେନି ଏହି ଘଟଣାରେ ତାଙ୍କ ପୁଅ ସାମିଲ ନ ଥିବା କଥା ପୁଣି ଥରେ ଦୋହରାଇଛନ୍ତି । ରବିବାର ଦିନ ଉତ୍ତର ପ୍ରଦେଶର ଉପ-ମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ ଓ ଅଜୟ ମିଶ୍ର ଟେନି ଲଖୀମପୁର ଖେରୀ ଜିଲ୍ଲା ଗସ୍ତରେ ଆସିଥିଲେ। ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ସେମାନେ ଯାଇଥିଲେ। କୃଷକମାନେ ତାଙ୍କୁ କଳା ପତାକା ଧରି ପ୍ରବଳ ବିରୋଧ କରିଥିଲେ । ଏହି ସମୟରେ ମନ୍ତ୍ରୀଙ୍କ କାରକେଡ୍‌ ଆନ୍ଦୋଳନକାରୀ କୃଷକମାନଙ୍କ ଉପରେ ମାଡି଼ ଯାଇଥିବା ଅଭିଯୋଗ ହୋଇଥିଲା । ମନ୍ତ୍ରୀଙ୍କ ପୁଅ ଆଶିଷ ମିଶ୍ର କାର୍‌ ଚଳାଉଥିବା ଅଭିଯଓଗ କରିଥିଲେ କୃଷକମାନେ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ବରଗଡ଼ରେ ସ୍ତ୍ରୀର କୋହ: ‘‘ପୋଲିସ ମୋର୍ ବରକେ ମାରିଛନ୍ମୋ ନ୍ୟାୟ ଦରକାର, ଟଙ୍କା ନୁହେଁ’’

ଘଟଣା ସ୍ଥଳରେ ଉତ୍ତ୍ୟକ୍ତ ଚାଷୀମାନେ ମନ୍ତ୍ରୀଙ୍କ କାରକୁ ଜାଳି ଦେଇଥିଲେ । ଏହି ଘଟଣାରେ ଚାରି ଜଣ କୃଷକଙ୍କ ସମେତ ଆଠ ଜଣ ବ୍ୟକ୍ତି ପ୍ରାଣ ହରାଇଥିଲେ ।
Published by:Anand S.T. Das
First published: