Welcome 2022: ରୋମାଣ୍ଟିକ୍ କିସ୍ ସହ ୨୦୨୨ର ସ୍ବାଗତ କଲେ ନିକ ଓ ପ୍ରିୟଙ୍କା

ପ୍ରଶଂସକଙ୍କ ସହ ପାର୍ଟିର ସୁନ୍ଦର ଫଟୋ ପୋଷ୍ଟ କରି ନିକ ଜୋନସ ସମସ୍ତଙ୍କୁ ନୂଆ ବର୍ଷର ଶୁଭେଚ୍ଛା ଜଣାଇଛନ୍ତି । ସେହିପରି ଏହି ଯୋଡି ନିଜ ପତ୍ନୀ ପ୍ରିୟଙ୍କା ଚୋପ୍ରାଙ୍କ ସହ ରୋମାଣ୍ଟିକ ଅନ୍ଦାଜରେ ନଜର ଆସିଲେ ।

ରୋମାଣ୍ଟିକ୍ କିସ୍ ସହ ୨୦୨୨ର ସ୍ବାଗତ କଲେ ନିକ ଓ ପ୍ରିୟଙ୍କା

ରୋମାଣ୍ଟିକ୍ କିସ୍ ସହ ୨୦୨୨ର ସ୍ବାଗତ କଲେ ନିକ ଓ ପ୍ରିୟଙ୍କା

  • Share this:
News18 Odia Digital

Priyanka Chopra-Nick Jonas Welcome 2022: ପ୍ରିୟଙ୍କା ଚୋପ୍ରାଙ୍କ ସହ ରୋମାଣ୍ଟିକ ଫଟୋ ଶେୟାର କରି ନିକ ଜୋନସ ନୂଆ ବର୍ଷ ଆରମ୍ଭ କରିଛନ୍ତି। ଆମେରିକାରେ ସେମାନଙ୍କର ଘନିଷ୍ଠ ବନ୍ଧୁ ଓ ପରିବାର ମଧ୍ୟରେ ପାର୍ଟି କରି ପ୍ରିୟଙ୍କା ଓ ନିକ ବର୍ଷ ଆରମ୍ଭ କରିଥିଲେ । ପ୍ରଶଂସକଙ୍କ ସହ ପାର୍ଟିର ସୁନ୍ଦର ଫଟୋ ପୋଷ୍ଟ କରି ନୂଆ ବର୍ଷର ଶୁଭେଚ୍ଛା ଜଣାଇଛନ୍ତି ।

ନିକ-ପ୍ରିୟଙ୍କାଙ୍କ ଏହି ସୁନ୍ଦର ଫଟୋ ସୋସିଆଲ ମିଡ଼ିଆରେ ଆସିବା ମାତ୍ରେ ଭାଇରାଲ ହେଉଛି । ପ୍ରଶଂସକମାନେ ସେମାନଙ୍କ ଏହି ରୋମାଣ୍ଟିକ ଫଟୋ ଉପରେ କମେଣ୍ଟ କରି ନୂଆ ବର୍ଷର ଶୁଭେଚ୍ଛା ଜଣାଉଥିବାର ନଜର ଆସୁଛନ୍ତି ।

ଏହି ଫଟୋ ଶେୟାର କରି ନିକ କ୍ୟାପସନରେ ଲେଖିଛନ୍ତି, ‘‘ମୋ ଚିରନ୍ତନ ନୂଆ ବର୍ଷର କିସ୍ ।’’ ଏହି ରୋମାଣ୍ଟିକ୍ କ୍ୟାପସନରେ ନିକ୍ ଏକ ହାର୍ଟ ଇମୋଜି ମଧ୍ୟ ସେୟାର କରିଥିଲେ । ନୂଆ ବର୍ଷର ଲୁକ୍ କଥା ଯଦି କହିବା ତେବେ ନିକ୍ ଏକ ଧଳା ନେଟ ସାର୍ଟ ପିନ୍ଧିଥିବାବେଳେ ପ୍ରିୟଙ୍କାଙ୍କ ଲୁକ ଆକର୍ଷଣୀୟ ନଜର ଆସୁଛି ।








View this post on Instagram






A post shared by Nick Jonas (@nickjonas)






୨୦୨୧ ବର୍ଷ ଉଭୟ ନିକ ଓ ପ୍ରିୟଙ୍କାଙ୍କ ପାଇଁ ବହୁତ ବ୍ୟସ୍ତ ଥିଲା, ଯେଉଁଠାରେ ନିକ ତାଙ୍କ ସଙ୍ଗୀତ କନସର୍ଟରେ ବ୍ୟସ୍ତ ଥିବାବେଳେ ପ୍ରିୟଙ୍କା ମଧ୍ୟ ତାଙ୍କ ପ୍ରୋଜେକ୍ଟରେ କାମ କରିଥିଲେ ।

ସେ ଜୋନସ୍ ବ୍ରଦର୍ସଙ୍କୁ ରୋଷ୍ଟ କରୁଥିବାର ମଧ୍ୟ ନଜର ଆସିଥିଲେ । ବିବାହ ପରେ ପ୍ରିୟଙ୍କା ବର୍ତ୍ତମାନ ସ୍ୱାମୀ ନିକଙ୍କ ସହ ବିଦେଶରେ ରହୁଛନ୍ତି ।
Published by:Lipina Das
First published: